ଫୁଲନ୍ ଦେବୀ

ଡାକୁ ଥିଲେ ଓ ପରେ ସେ ଭାରତର ଲୋକସଭାର ସଦସ୍ୟା

ଫୁଲନ୍ ଦେବୀ (୧୦ ଅଗଷ୍ଟ ୧୯୬୩-୨୫ ଜୁଲାଇ ୨୦୦୧) "ଡାକୁରାଣୀ" ନାମରେ ଲୋକପ୍ରିୟ ଜଣେ ଭାରତୀୟ ନାରୀ ଅଧିକାର କର୍ମୀ, ଡାକୁ ଓ ସମାଜବାଦୀ ପାର୍ଟୀର ସଦସ୍ୟା ଥାଇ ପରେ ସାଂସଦ ହୋଇଥିଲେ ।[୨]

ଫୁଲନ୍ ଦେବୀ
Member of Parliament (11th Lok Sabha)
କାର୍ଯ୍ୟକାଳ
1996–1998
ନିର୍ବାଚନ ମଣ୍ଡଳୀMirzapur
Member of Parliament (13th Lok Sabha)
କାର୍ଯ୍ୟକାଳ
1999–2001
ନିର୍ବାଚନ ମଣ୍ଡଳୀMirzapur
ବ୍ୟକ୍ତିଗତ ସବିଶେଷ
ଜନ୍ମ(1963-08-10)୧୦ ଅଗଷ୍ଟ ୧୯୬୩
Ghura Ka Purwa, Uttar Pradesh, India
ମୃତ୍ୟୁ୨୫ ଜୁଲାଇ ୨୦୦୧(2001-07-25) (ବୟସ ୩୭)
New Delhi, India
ମୃତ୍ୟୁର କାରଣAssassination by shooting
ଜାତୀୟତାଭାରତୀୟ
ରାଜନୀତିକ ଦଳSamajwadi Party
ଜୀବନ ସାଥୀPutti Lal
ବୃତ୍ତିDacoit (bandit), politician

ସେ ଗ୍ରାମୀଣ ଉତ୍ତର ପ୍ରଦେଶର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ଅପରାଧଜୀବନ ଆଦରିବା ଆଗରୁ ଦାରିଦ୍ର୍ୟ, ବାଲ୍ୟ ବିବାହ ଓ ଏକ ପ୍ରତାଡ଼ିତ ବିବାହ ସହିଥିଲେ । ନିଜ ପିତାମାତାଙ୍କ ସହ ପ୍ରମୁଖ ମତପାର୍ଥକ୍ୟ ହେବା ଏବଂ ନିଜ ସ୍ୱାମୀଙ୍କଦ୍ୱାରା ଏକାଧିକ ଥର ବଳାତ୍କାର ହେବା ପରେ କିଶୋରୀ ଫୁଲନ ପଳାୟନ କରି ଏକ ଡାକୁ ଦଳରେ ଯୋଗଦେଇଥିଲେ । ସେ ସେହି ଗ୍ୟାଙ୍ଗର ଏକମାତ୍ର ମହିଳା ଥିଲେ, ଏବଂ ଜଣେ ଗ୍ୟାଙ୍ଗ ସଦସ୍ୟଙ୍କ ସହ ତାଙ୍କର ସମ୍ପର୍କ ଏବଂ ତହିଁରେ ଜାତିଗତ ପାର୍ଥକ୍ୟ ମିଶିବା ପରେ ଦଳସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେହି ଗୁଳି ବିନିମୟରେ ଫୁଲନଙ୍କ ପ୍ରେମିକ ବିକ୍ରମଙ୍କୁ ନିହତ ହୋଇଥିଲେ । ବିଜେତା ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଫୁଲନଙ୍କୁ ସେମାନଙ୍କ ଗାଁ ବେହମାଇକୁ ନେଇ ଯାଇ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିଲେ ଏବଂ ଅନେକ ସପ୍ତାହ ଧରି ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ପଳାୟନ କରିବା ପରେ ଫୁଲନ ତାଙ୍କ ମୃତ ପ୍ରେମିକଙ୍କ ଗୋଷ୍ଠୀର ଅବଶିଷ୍ଟାଂଶ ମହ୍ଲ ଜାତିର ଦଳ ସହ ପୁନର୍ବାର ଯୋଗ ଦେଇଥିଲେ । ସେ ସେହି ପୁରୁଷମାନଙ୍କ ମଧ୍ୟରୁ ଅନ୍ୟ ଜଣେ ପ୍ରେମିକ ସହ ଥିଲେ ଏବଂ ଡକାୟତି ଜାରି ରଖିଥିଲେ । କିଛି ମାସ ପରେ ସେ ନିଜେ ଯାହା ଭୋଗିଥିଲେ ତାହାର ପ୍ରତିଶୋଧ ନେବାକୁ ତାଙ୍କର ନୂତନ ଦଳ ବେହମାଇ ଗାଁରେ ପହଞ୍ଚିଥିଲେ ।[୩][୪] ଫୁଲନଙ୍କ ଦଳ ସେହି ଗାଁର ବାଇଶି ଜଣ ପୁରୁଷଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ପ୍ରାଥମିକ ଜୀବନ ସମ୍ପାଦନା

ଉତ୍ତର ପ୍ରଦେଶର ଜାଲାଉନ ଜିଲ୍ଲାର "ଘୁରା କା ପୁର୍ୱା" ନାମକ ଏକ ଛୋଟ ଗାଁରେ ମହ୍ଲ (ନାଉରୀଆ) ପରିବାରରେ ଫୁଲନ୍ ଜନ୍ମ ଗ୍ରହଣ କରିଥିଲେ। ସେ ଦେବୀ ଦିନ୍ ଓ ମୂଲାଙ୍କ ଚତୁର୍ଥତମ ସନ୍ତତି ଥିଲେ। ଫୁଲନ୍‌ଙ୍କ ପରିବାର ବହୁତ ଗରିବ ଥିଲେ । ଫୁଲନ୍‌ଙ୍କ କେବଳ ପାଖାପାଖି ଏକ ଏକରର ଚାଷ ଜମି ଥିଲା ଯେଉଁଥିରେ ଏକ ପୁରୁଣା ନିମ୍ବ ଗଛଟିଏ ଥିଲା । ତାଙ୍କ ପରିବାର ଏକ ଯୌଥ ପରିବାର ଥିଲା ଓ ପାରମ୍ପାରିକ ଚଳଣୀ ଥିଲା । ଫୁଲନ୍‌ଙ୍କ ବାପା, ତାଙ୍କ ବାପାଙ୍କ ଭାଇ ଓ ତାଙ୍କ ବାପାଙ୍କ ଭାଇଙ୍କ ପୁଅ ତାଙ୍କ ଏକ ଏକରର ଜମିରେ ଚାଷ କରୁଥିଲେ ଯାହାଦ୍ୱାରା ତାଙ୍କ ବଡ଼ ପରିବାରର ପେଟ ପୋଷଣ ହେଉଥିଲା।

ଯେତେବେଳେ ଫୁଲନ୍‌ଙ୍କୁ ୧୧ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ଜେଜେବାପାଙ୍କ ଦେହାନ୍ତ ଘଟିଥିଲା । ତେଣୁ ତାଙ୍କ ବାପାଙ୍କ ବଡ଼ ଭାଇ ଘରର ମୂଖିଆ ସାଜିଲେ । ଫୁଲନ୍‌ଙ୍କ ପରିବାର ତାଙ୍କ ପାଇଁ ଏକ ବରପାତ୍ର ଖୋଜିଲେ ଯାହାଙ୍କର ନାମ ପୁତ୍ତି ଲାଲ୍ । ପୁତ୍ତି ଲାଲ୍ ଫୁଲନ୍‌ଙ୍କ ପରିବାରରୁ ୧୦୦ ମାଇଲ ଦୂରରେ ରହୁଥିଲେ ଏବଂ ସେ ଫୁଲନ୍‌ଙ୍କଠାରୁ ୧୨ ବର୍ଷ ବଡ଼ ଥିଲା । ବିବାହ ଜୀବନରେ ଅତ୍ୟାଚାରିତ ହେବାରୁ ସେ ତାଙ୍କ ବାପା ଘରକୁ ଫେରି ଆସିଥିଲେ କିନ୍ତୁ ତାଙ୍କ ବାପଘର ଲୋକେ ତାଙ୍କୁ ପୁଣି ଶାଶୁଘରକୁ ପଠାଇଦେଇଥିଲେ। କିଛି ମାସପରେ ସେ ପୁନର୍ବାର ତାଙ୍କ ବାପାଘରକୁ ଫେରି ଆସିଥିଲେ । ସେ ସମୟରେ ତାଙ୍କ ଶାଶୁଘର ଲୋକେ ତାଙ୍କ ବାପାଘର ଲୋକଙ୍କୁ ତାଙ୍କ(ଫୁଲନ୍‌ଙ୍କ ବାପଘର ଲୋକ) ପାଖେ ଫୁଲନ୍‌ଙ୍କୁ ରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ, ଅନ୍ତତଃ ସେପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ସେ ଘରୋଇ କାମଦାମ ଠିକ୍ ସେ ଶିଖି ନାହାନ୍ତି।

ଆଧାର ସମ୍ପାଦନା

  1. Manju Jain (2009). Narratives of Indian cinema. Primus Books. p. 164. ISBN 978-81-908918-4-4.
  2. "Phoolan Devi Biography". Retrieved 3 ଜୁଲାଇ 2018.
  3. Devi, Phoolan (1996). I, Phoolan Devi. Warner Books. pp. 384–388. ISBN 0-7515-1964-2.
  4. "Killer of Phoolan Devi, India's 'Bandit Queen', given life sentence". The Guardian. Associated Press. 14 ଅଗଷ୍ଟ 2014. ISSN 0261-3077. Retrieved 4 ଅକ୍ଟୋବର 2017.