୧୧ଶ ଲୋକ ସଭା

(11th Lok Sabhaରୁ ଲେଉଟି ଆସିଛି)

ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୧ଶ ଲୋକ ସଭାକୁ ୧୯୯୬ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୫ ମଇ ୧୯୯୬ରୁ ୪ ଡିସେମ୍ବର ୧୯୯୭ । ଏହି ସାଧାରଣ ନିର୍ବାଚନରେ ଝୁଲା ସରକାର ଗଠନ ହୋଇଥିଲା, ଫଲରେ ଏହି ଦେଢ଼ ବର୍ଷର ଲୋକ ସଭାରେ ତିନି ଜଣ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ ଓ ଶେଷରେ ୧୯୯୮ ମସିହାରେ ଏହି ଲୋକ ସଭାର ପତନ ହୋଇଥିଲା । ଏହି ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସର୍ବାଧିକ ଆସନରେ ବିଜୟଲାଭ କରିଥିଲା ଏବଂ ପୂର୍ବ ନିର୍ବାଚନଠାରୁ ସେମାନେ ୬୭ଟି ଅଧିକ ଆସନରେ ବିଜୟୀ ହୋଇଥିଲେ, କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କରିନପାରିବାରୁ ତାଙ୍କ ଝୁଲା ସରକାର ଗଠନ ହେଲା, ଯାହାକି ମାତ୍ର ୧୬ ଦିନ ତିଷ୍ଠିଥିଲା । ଏହି ୧୬ ଦିନ ପ୍ରଧାନ ମନ୍ତ୍ରୀ ଦାୟିତ୍ୱରେ ଥିଲେ ଅଟଳ ବିହାରୀ ବାଜପେୟୀ

ବାଜପେୟୀଙ୍କ ପରେ ସୁଂଯୁକ୍ତ ସଂଘ ଗଠନ ହେଲା ଓ ୫୪୫ରୁ ୩୩୨ ଜଣ ସଭ୍ୟଙ୍କ ସହମତିରେ ଏଚ.ଡି. ଦେବଗୌଡ଼ା ଭାରତର ୧୧ତମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ । ଦେବଗୌଡ଼ା ୧ ଜୁନ ୧୯୯୬ରୁ ୨୧ ଅପ୍ରେଲ ୧୯୯୭ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ ଓ ଏହାପରେ ଇନ୍ଦ୍ର କୁମାର ଗୁଜରାଲ ସଂଯୁକ୍ତ ଦଳର ନେତା ଭାବରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ସେ ୨୧ ଅପ୍ରେଲ ୧୯୯୭ରୁ ୧୯ ମାର୍ଚ୍ଚ ୧୯୯୮ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ । ଲାଲୁ ପ୍ରସାଦ ଯାଦବ ଏହି ମେଣ୍ଟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିବା ସହିତ ଜନତା ଦଳ ଛାଡ଼ି ନିଜର ନୂଆ ଦଳ, ରାଷ୍ଟ୍ରୀୟ ଜନତା ଦଳ ଗଠନ କରିବା ଫଳରେ ୧୧ଶ ଲୋକ ସଭାର ଭଙ୍ଗ ହୋଇଥିଲା ଏବଂ ୧୯୯୮ରେ ଭାରତରେ ପୁଣିଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ୧୨ଶ ଲୋକ ସଭା ଗଠିତ ହୋଇଥିଲା ।

୧୯୯୬ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୪ଜଣେ ସଭ୍ୟ ୧୧ଶ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୧]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ସମ୍ପାଦନା

  • ବାଚସ୍ପତି
    • ପି. ଏ. ସଙ୍ଗମ (୨୩ ମଇ ୧୯୯୬ରୁ ୨୩ ମାର୍ଚ୍ଚ ୧୯୯୮)
  • ଉପ-ବାଚସ୍ପତି:
    • ସୁରଜ ଭାନ (୧୨ ଜୁଲାଇ ୧୯୯୬ରୁ ୪ ଡିସେମ୍ବର ୧୯୯୭)
  • ମହା ସଚିବ:
    • ସୁରେନ୍ଦ୍ର ମିଶ୍ର (୧ ଜାନୁଆରୀ ୧୯୯୬ରୁ ୧୫ ଜୁଲାଇ ୧୯୯୬)
    • ଏସ୍. ଗୋପାଳନ (୧୫ ଜୁଲାଇ ୧୯୯୬ରୁ ୧୪ ଜୁଲାଇ ୧୯୯୯)[୨]

ପ୍ରଧାନମନ୍ତ୍ରୀ ସମ୍ପାଦନା

ଆଧାର ସମ୍ପାଦନା

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. "Eleventh Lok Sabha". Lok Sabha Secretariat, New Delhi. Archived from the original on 26 October 2014. Retrieved 1 December 2018.

ବାହାର ଆଧାର ସମ୍ପାଦନା