ଅଅଁଳା ଏକାଦଶୀ

(ଅଁଳା ଏକାଦଶୀରୁ ଲେଉଟି ଆସିଛି)

ଫାଲ୍‌ଗୁନ ଶୁକ୍ଳ ଏକାଦଶୀକୁ ଅଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି । ଭଗବାନଙ୍କ ପୂଜା ପରେ ଅଅଁଳା ବୃକ୍ଷ ପୂଜା କରିବା ଉଚିତ । ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍‌ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ । ଭଗବାନ କହିଛନ୍ତି – ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍ । [୧]

ଅଅଁଳା ଏକାଦଶୀ
Phyllanthus officinalis.jpg
ଅନ୍ୟ ନାମପାପନାଶିନୀ ଏକାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନପ୍ରାର୍ଥନା, ପୂଜା
ତାରିଖଫାଲ୍‌ଗୁନ ଶୁକ୍ଳ ଏକାଦଶୀ
୨୦୨୦ ତାରିଖ୦୬ ମାର୍ଚ୍ଚ (ଶୁକ୍ରବାର)
୨୦୨୧ ତାରିଖdate missing (please add)

ଆଧାରସମ୍ପାଦନ କରନ୍ତୁ

  1. ସମୟ, ପୃଷ୍ଠା- ୨, ମଙ୍ଗଳବାର ୨୬.୩. ୨୦୧୩