ଫକୀର ହରିଚନ୍ଦନ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ


ଫକୀର ହରିଚନ୍ଦନ (ଜନ୍ମ: ୨୨ ଜାନୁଆରୀ ୧୯୨୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ, ରାଜନୈତିଜ୍ଞ, ଐତିହାସିକ ତଥା ଶିକ୍ଷକ । ସେ ଖୋର୍ଦ୍ଧା ଇତିହାସର ଅନ୍ତରାଳେ ପାଇଁ ୨୦୦୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଫକୀର ହରିଚନ୍ଦନ
ଜନ୍ମ (1923-12-22) ୨୨ ଡିସେମ୍ବର ୧୯୨୩ (ବୟସ ୧୦୦)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଖୋର୍ଦ୍ଧା ଇତିହାସର ଅନ୍ତରାଳେ
ସନ୍ତାନପ୍ରସାଦ ହରିଚନ୍ଦନ
ପିତାମାତାପରମାନନ୍ଦ ହରିଚନ୍ଦନ (ପିତା), ଶାରିଆ ଦେବୀ (ମାତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଫକୀର ହରିଚନ୍ଦନଙ୍କ ଘଟଣାବହୁଳ ଜୀବନ ଆରମ୍ଭ ହୋଇଥିଲା ଶିକ୍ଷକତାରୁ । ସେ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇ କଣାସ ବ୍ଲକର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ ।[] ରାମେଶ୍ୱର ମଇ ସ୍କୁଲରେ ଅଧ୍ୟୟନ ସମୟରେ ସେ କବିତା ଓ ଗୀତ ଲେଖା ଆରମ୍ଭ କରିଥିଲେ । ଖୋର୍ଦ୍ଧା ହାଇସ୍କୁଲରେ ଚାରି ବର୍ଷ ଓ ପୁରୀ କଲେଜରେ ଦୁଇ ବର୍ଷ ଅଧ୍ୟୟନ ସମୟରେ ସେ ଅନେକ କାବ୍ୟ-କବିତା, ନାଟକ, ଉପନ୍ୟାସ, ଗଳ୍ପ ଓ ପ୍ରବନ୍ଧ ଲେଖିଥିଲେ । ତାଙ୍କର ସର୍ବପ୍ରଥମ ଲେଖା ଖୋର୍ଦ୍ଧା ହାଇସ୍କୁଲର ମୁଖପତ୍ର 'ଅବକାଶ'ରେ ୧୯୪୩ରେ ପ୍ରକାଶ ପାଇଥିଲା ।[]

ରଚନାବଳୀ

ସମ୍ପାଦନା
  • ବାହୁଡ଼ା ବିଜେ (ନାଟକ) ୧୯୬୪
  • ମୂଳରୁ ପାହାଚ ପାହାଚ (ଗଳ୍ପ) ୧୯୬୮
  • ଅନ୍ଧ ଦର୍ପଣ (ଗଳ୍ପ) ୧୯୯୩[]
  • ଗୀତରତ୍ନମାଳା (ଭକ୍ତିସଂଗୀତ) ୧୯୯୪
  • ଖୋର୍ଦ୍ଧା ଇତିହାସର ଅନ୍ତରାଳେ ୧୯୯୯
  • ସ୍ମୃତି ଓ ସାନ୍ନିଧ୍ୟ ୨୦୦୨
  • ଓଡ଼ିଶା ଇତିହାସର ଅନାଲୋଚିତ ଅଧ୍ୟାୟ ୨୦୦୩
  • ଧରଣିବର (ଉପନ୍ୟାସ) ୨୦୦୪
  • ମନମିରିଗ ଓ ଅନ୍ୟାନ୍ୟ ଗଳ୍ପ ୨୦୦୪
  • ଭକ୍ତ ମନେଇ ସାହୁ (ଭକ୍ତିକାବ୍ୟ) ୨୦୦୪
  • ତ୍ୟାଗ ତୀର୍ଥରେ ତପସ୍ୱିନୀ ସୀତା (ଗଦ୍ୟକାବ୍ୟ) ୨୦୦୪
  • ଗାଁରୁ ସହର ଯାଏ (ଆତ୍ମଜୀବନୀ) ୨୦୧୧

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ୧୯୭୧ ଉତ୍କଳ ସମ୍ମିଳନୀ ଦ୍ୱାରା ସମ୍ମାନୀତ
  • ୧୯୯୭ ବିଷୁବ ସଂକ୍ରାନ୍ତି ଅବସରରେ ଶଶାଙ୍କ ଚୁଡ଼ାମଣି ଆୟୋଜିତ ସମାରୋହରେ ପ୍ରାବନ୍ଧିକ ସମ୍ମାନ
  • ୧୯୯୯ ଯୁଗଜ୍ୟୋତି ସାହିତ୍ୟ ପରିଷଦ, ବ୍ରହ୍ମଗିରି ତରଫରୁ ଯୁଗଜ୍ୟୋତି ସାରସ୍ୱତ ସମ୍ମାନ
  • ୨୦୦୦ କେଦାରନାଥ ଗବେଷଣା ପରିଷଦ ପକ୍ଷରୁ ଏକାମ୍ର ସମ୍ମାନ
  • ୨୦୦୦ ଖୋର୍ଦ୍ଧା ହାଇସ୍କୁଲ ଶତବାର୍ଷିକୀ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାରସ୍ୱତ ସମ୍ମାନରେ ସମ୍ମାନୀତ
  • ୨୦୦୩ ପ୍ପପ୍ରଜାତନ୍ତ୍ର ପ୍ରଚାର ସମିତି]] ତରଫରୁ ଆୟୋଜିତ ବିଷୁବ ମିଳନ ଉତ୍ସବରେ ପ୍ରଜାତନ୍ତ୍ର ସାହିତ୍ୟ ସମ୍ମାନ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଖୋର୍ଦ୍ଧା ଇତିହାସର ଅନ୍ତରାଳେ ପାଇଁ) ୨୦୦୧
  • ୨୦୦୪ ଭାରତୀୟ ଇତିହାସ ସଂକଳନ ସମିତି ତରଫରୁ ଇତିହାସ ସମ୍ମାନ
  • ୨୦୦୬ ଉତ୍କଳ ପାଠକ ସଂସଦ ପକ୍ଷରୁ ଡକ୍ଟର ସଦଶିବ ମିଶ୍ର ସମ୍ମାନ
  • ୨୦୦୬ ବିଶ୍ୱମୁକ୍ତି ପ୍ରକାଶନ ତରଫରୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଖୋର୍ଦ୍ଧାଗଡ଼ର କଳା ଓ ସଂସ୍କୃତି ଶିର୍ଷକ ଆଲୋଚନା ଚକ୍ରରେ ପୂରବତନ ବାଚସ୍ପତି ରବି ରାୟବିଶ୍ୱଭୁଷଣ ହରିଚନ୍ଦନଙ୍କ ଦ୍ୱାରା ସ୍ୱତନ୍ତ୍ର ସମ୍ମାନ
  • ୨୦୧୧ ରବୀନ୍ଦ୍ର ମଣ୍ଡପରେ ପ୍ରେରଣା ପକ୍ଷରୁ ଆୟୋଜିତ ଖୋର୍ଦ୍ଧା ପାଇକ ବିଦ୍ରୋହର ୧୯୪ତମ ସ୍ମୃତି ସମାରୋହରେ ପାଇକ ବିଦ୍ରୋହ ସ୍ମୃତି ସମ୍ମାନ
  1. http://odishasahityaakademi.org/English/sahitya-award9.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୯୭. ISBN 81-903352-2-7.
  3. ହରିଚନ୍ଦନ, ଫକୀର (୨୦୧୧). ଗାଁରୁ ସହର ଯାଏଁ. ସୂତାହାଟ, କଟକ: ଭାରତ ଭାରତୀ. pp. କଭର ପୃଷ୍ଠା. ISBN 978-81-86550-94-6.
  4. http://library.suniv.ac.in/cgi-bin/koha/opac-detail.pl?biblionumber=14117