ଫକୀରପୁର
ଫକୀରପୁର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ବ୍ଲକ ମୁନ୍ସିପାଲିଟିର ସବୁଠାରୁ ବଡ଼ ଗାଁ ।ଏହି ଗ୍ରାମରେ ପ୍ରାୟେ ୫୦,୦୦୦ରୁ ଅଧିକ ଲୋକ ବସ ବାସ କରୁଛନ୍ତି ।
ଫକୀରପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାଷା | ଓଡ଼ିଆ, ଇଂରାଜୀ |
Area | |
• ସମୁଦାୟ | 3,634 km2 (1,403 sq mi) |
Population (୨୦୧୧) | |
• Total | ୫୦୦୦୦ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୮୦୨୨ |
ଫୋନ | +୦୬୭୬୬ |
ଯାନବାହାନ ପଞ୍ଚୀକରଣ | OD-09 |
ଭୌଗଳିକ ଅବସ୍ଥିତି ଓ ଜଳବାୟୁ
ସମ୍ପାଦନାଏହି ଗ୍ରାମକୁ ପଶ୍ଚିମରୁ ପୂର୍ବକୁ ରାଜ୍ୟ ପଥ -53 (SH-53), ମୟୂରଭଞ୍ଜରୁ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି । ଏବଂ ଉତ୍ତର -ପୂର୍ବରୁ ଜାତୀୟ ରାଜ ପଥ -୨୦(NH-20), ଯାଜପୁର ଜିଲ୍ଲାକୁ ସଂଯୋଗ କରୁଛି ।
ଦେବଦେବୀ ଓ ମନ୍ଦିର
ସମ୍ପାଦନାଏହି ଗ୍ରାମର ଦକ୍ଷିଣ ଦିଗରେ ବୈତରଣୀ ନଦୀ ଯାଇ ଅଛି । ଗ୍ରାମର ପୂର୍ବ ଦିଗରେ ବାଲୁଙ୍କେଶ୍ୱର (ଶିବ ମନ୍ଦିର ) ମନ୍ଦିର ବିରାଜ ମାନ କରିଛନ୍ତି ।
ପର୍ବ ପର୍ବାଣି
ସମ୍ପାଦନାଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ରଥଯାତ୍ରା, ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।
ଜୀବନ ଜୀବିକା
ସମ୍ପାଦନାଅଧିକାଂଶ ବ୍ୟକ୍ତି କୃଷି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସାହିତ୍ୟ ଅନୁରାଗୀ ବ୍ୟକ୍ତିଙ୍କ ବଦାନ୍ୟତାରେ ଫକୀରପୁର ସାହିତ୍ୟ ସଂସଦ ଗଠନ କର ଯାଇଛି । ଏବଂ ତାହାର ଉଦ୍ୟମରେ ଅନ୍ୟ ଏକ ବୈତରଣୀ ନାମକ ପତ୍ରିକା ପ୍ରକାଶିତ ହେଉ ଅଛି । ଏତତ ବ୍ୟତିତ କିଛି ଅଧିବାସୀ ପୋଷକ, ଶାଢ଼ୀ , ଧୋତି ଆଦି ବୁଣିଥାନ୍ତି । ଫକୀରପୁରର ଟସର ପାଟ ଶାଢ଼ୀ ଭାରତ ତଥା ବିଦେଶରେ ପ୍ରଷିଦ୍ଧ ଲାଭ କରିଛି ।
ସୁବିଧା ସୁଯୋଗ
ସମ୍ପାଦନାଗ୍ରାମର ମଧ୍ୟରେ ସିଟି ସ୍କୁଲ (C.T. school), ବି.ଇଡ଼ କଲେଜ ( B.Ed college), ଓ ତାହାକୁ ଲାଗି ଫକୀରପୁରର କାଳି ବଜାର ରହିଛି । ଏହା ସହ ଗ୍ରାମରେ ଫକୀରପୁର ଉଚ୍ଚ ବିଦ୍ୟାଳୟ ଓ ଗର୍ଲ୍ସ ହାଇ ସ୍କୁଲ ରହିଛି ।