ପୟାନୁର ପବିତ୍ର ମୁଦି


ପୟାନୁର ପବିତ୍ର ମୁଦି ଭାରତରେ ହିନ୍ଦୁମାନଙ୍କ ଧାର୍ମିକ କ୍ରିୟାକର୍ମ ଆଦିରେ ବ୍ୟବହୃତ ଏକ ସ୍ୱର୍ଣ୍ଣ ଆଭୁଷଣ । ଏହି ପବିତ୍ର ମୁଦି ପିତୃ ବଳୀ କ୍ରିୟା କିମ୍ବା ମୃତଜନଙ୍କୁ ପ୍ରାର୍ଥନା ସମୟରେ ହସ୍ତରେ ପିନ୍ଧା ଯାଇଥାଏ । ଏହା ପାରମ୍ପରିକ ଭାବେ ଦୁବ ଘାସରେ ତିଆରି ଅଟେ । ଯାହା ଆଧୁନିକ ଯୁଗରେ ସ୍ୱର୍ଣ୍ଣରେ ନିର୍ମିତ ହେଉଛି । ସ୍ୱର୍ଣ୍ଣ ମୁଦି ଧନିକମାନେ ବ୍ୟବହାର କରନ୍ତି । ଦୁବରେ ତିଆରି ମୁଦିର ଆକାର ସ୍ୱତନ୍ତ୍ର ଅଟେ ଏବଂ ଏକ ଗଣ୍ଠି ପଡ଼ିଲା ଭଳି ଦୃଶ୍ୟମାନ ହୁଏ । [] ଏହାକୁ ରୂପାରେ ମଧ୍ୟ ତିଆରି କରି ପିନ୍ଧାଯାଏ । ଏହାକୁ ଦକ୍ଷିଣ ହସ୍ତର ମୁଦି ଆଙ୍ଗୁଠିରେ ପିନ୍ଧି ପିତୃ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପୂଜାରେ ବସାଯାଏ ।

ପୟାନୁର ପବିତ୍ର ମୁଦି
ଶ୍ରୀ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର, ପୟାନୁର
ଐତିହାସିକ ପବିତ୍ର ମୁଦି

ଇତିହାସ

ସମ୍ପାଦନା

ଏହାର ଇତିହାସ ପୟାନୁର ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ସହିତ ଜଡ଼ିତ ।[] ଏହି ମନ୍ଦିରରେ କରାଯାଉଥିବା ଶ୍ରାଦ୍ଧ ଆଦି କର୍ମରେ ପିନ୍ଧିବା ଦେଖାଯାଏ । ଏବେ ପୁରୋହିତମାନେ ସ୍ଥାୟିତ୍ୱ ପାଇଁ ସ୍ୱର୍ଣ୍ଣ ମୁଦି ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । ଶିଳ୍ପୀମାନଙ୍କୁ ଗୋଟିଏ ଧାତବ ମୁଦି ତିଆରି ପାଇଁ ପ୍ରାୟ ଏକଦିନରୁ ଅଧିକ ସମୟ ଲାଗେ । ଏହି ପବିତ୍ର ମୁଦିକୁ ତିଆରିପାଇଁ ଏକ ପବିତ୍ର ଶିଳ୍ପୀ ଭାବେ ଶିଳ୍ପୀମାନେ ଆଜୀବନ ବିନା ମଦ୍ୟପାନ ଏବଂ ନିରାମିଷାସୀ ରହିଥାନ୍ତି ।


କେରଳ ରାଜ୍ୟ ଭାଷା ମାଲାୟଲମରେ ଏହାକୁ ପବିତ୍ରମ ମୋଥିରମ କୁହନ୍ତି ।[]

ମୁଦିର ଆକୃତି ଏବଂ ବିଶ୍ୱାସ

ସମ୍ପାଦନା

ବାହାର ପଟକୁ ତିନୋଟି ଧାର ରେଖା ଯାହା ମାନବ ଶରୀରର ତିନୋଟି ନାଡ଼ି/କାଣ୍ଡକୁ ସୂଚାଏ ଯଥା ପିଙ୍ଗଳା, ସୁଷୁମ୍ନା ଏବଂ ଇଡ଼ା । ଏହି ତିନୋଟି ନାଡ଼ିର ମିଳନରେ ଶରୀରର ଭୌତିକ ଶକ୍ତି (କୁଣ୍ଡଳିନୀ ଶକ୍ତି) ଜାଗ୍ରତ ହୋଇଥାଏ ।

ପୟାନୁର ହିନ୍ଦୁମାନଙ୍କ ବିଶ୍ୱାସ ଆଧାରରେ ଏହି ମୁଦି ପିନ୍ଧିଲେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ କୃପା ବୃଷ୍ଟି ହୁଏ । ଏହି ମୁଦି ପିନ୍ଧିଲେ ପୁରୁଷମାନେ ମାଦକ ଦ୍ରବ୍ୟ ଏବଂ ଆମିଷ ବର୍ଜନ କରିଥାନ୍ତି । ମହିଳାମାନେ ଋତୁସ୍ରାବ ସମୟରେ ଏହାକୁ କାଢ଼ି ଦିଅନ୍ତି ।ପୟାନୁରସ୍ଥିତ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ଶୁଦ୍ଧପୁତ ହେବାପରେ ଏହି ମୁଦି ପିନ୍ଧିବାକୁ ଦିଆଯାଏ ।

ପ୍ରସିଦ୍ଧି

ସମ୍ପାଦନା

ଏହି ମୁଦି ବିଶ୍ୱର ଅନେକ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି ।[] ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସି ଭି କୁହ୍ନାମ୍ବୁ ଜଣେ ପୋଖତ ପୟାନୁର ପବିତ୍ର ମୁଦି କାରିଗର ଥିଲେ ।

ବ୍ୟବସାୟ

ସମ୍ପାଦନା

ସୁନାରୀମାନେ ସୁଦ୍ଧ ପୟାନୁର ମୁଦି ବିକ୍ରୟ କରନ୍ତି ବୋଲି ପ୍ରତିଶ୍ରୁତି ଦିଅନ୍ତି । ଏହାକୁ ବ୍ୟବହାର କଲେ ଧନଧାନ୍ୟ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ବୋଲି ଏହାର ବିକ୍ରେତା ଦାବୀ କରନ୍ତି ।[] ଏକ ପବିତ୍ର ମୁଦି ମାନ ଅନୁଯାୟୀ ୪୦୦ ଡଲାରରୁ ୧୫୦୦ ଡଲାର (୨୫,୦୦୦/- ଟଙ୍କାରୁ ୯୦,୦୦୦/- ଟଙ୍କା) ହୋଇଥାଏ ଏବେ ଏହା ୨୨ କ୍ୟାରେଟ ସୁନାରେ ବିକ୍ରୀ ହେଉଛି ।


ପିନ୍ଧିବା ବିଧି

ସମ୍ପାଦନା

କେବଳ ଦକ୍ଷିଣ ହସ୍ତ ମୁଦି ଆଙ୍ଗୁଠିରେ ପିନ୍ଧାଯାଏ ।


  1. R. Sivaraman. "GI registration for 'Payyannur Pavithra' ring revoked". The Hindu.
  2. "Payyannur Pavithra Mothiram in a Geographical Indication tag ownership tussle". The Times of India.
  3. Market Scene - Payyanur Pavithra Mothiram. 16 December 2014 – via YouTube.
  4. "Pavithra Mothiram". Archived from the original on 2016-04-07. Retrieved 2016-02-10.
  5. "Payyanur Pavithra Mothiram".