ପ୍ରୋଷ୍ଟେଟ ଆବସେସ

ପ୍ରୋଷ୍ଟେଟ ଗ୍ରନ୍ଥି ମଧ୍ୟରେ ପୂଜ ସଂଗ୍ରହ ବା ପୁଞ୍ଜିତ ପୂଜ ଘାଆ ।

ପ୍ରୋଷ୍ଟେଟ ଆବସେସ (ଇଂରାଜୀ ଭାଷାରେ prostate abscess) ହେଉଛି ପ୍ରୋଷ୍ଟେଟ ଗ୍ରନ୍ଥି ମଧ୍ୟରେ ପୂଜ ସଂଗ୍ରହ ବା ପୁଞ୍ଜିତ ପୂଜ ଘାଆ ।[] ଏହାର ଲକ୍ଷଣ ମଧ୍ୟରେ ପେଲଭିସ ବା ବସ୍ତି ପ୍ରଦେଶରେ ଯନ୍ତ୍ରଣା, ଜ୍ୱର, ପରିସ୍ରାରେ ରକ୍ତ ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇପାରେ ।[] ସ୍ୱଳ୍ପ ପିଠି କଷ୍ଟ ମଧ୍ୟ ଉପସ୍ଥିତ ଥାଇପାରେ ।[] ଜଟିଳତା ମଧ୍ୟରେ ମୂତ୍ର ଧାରଣ ଏବଂ ଏବଂ ପଚନ ଅବସ୍ଥା ହୋଇପାରେ । []

ପ୍ରୋଷ୍ଟେଟ ଆବସେସ
CT scan showing an abscess of the prostate (red arrow) resulting in urinary retention (blue arrow)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିUrology

ସେଗୁଡିକ ସାଧାରଣଃ ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ଏବଂ କମ ସ୍ଥାୟୀ ଜୀବାଣୁ ପ୍ରୋଷ୍ଟେଟ ପ୍ରଦାହର ଜଟିଳତା ଭାବରେ ଦେଖାଯାଏ ।[] ବିପଦ କାରଣଗୁଡ଼ିକ ମଧ୍ୟରେ ଫୋଲି କାଥେଟର ପ୍ରୟୋଗ, ପ୍ରୋଷ୍ଟେଟ ବାୟୋପ୍ସି, ମଧୁମେହ, ବୃକ୍‌କ ବିଫଳତା, ସିରୋସିସ୍ ଏବଂ ଦୁର୍ବଳ ପ୍ରତିରକ୍ଷା ଅନ୍ତର୍ଭୁକ୍ତ ।[] ବିଭିନ୍ନ ପ୍ରକାରର ଜୀବାଣୁ ଜଡିତ ଥିଲା ମଧ୍ୟ ଏସ୍କେରିସିଆ କୋଲାଇ ସାଧାରଣ ଅଟେ ।[] ଏହି ରୋଗ ଥିବା ସନ୍ଦେହ କରାଯାଏ ଯାହାର ତୀବ୍ର ପ୍ରୋଷ୍ଟାଟାଇଟିସ୍ ଅଛି ଓ ରୋଗର ଉନ୍ନତି ହେଉନାହିଁ ଏବଂ ମେଡିକାଲ ଇମେଜିଙ୍ଗ ଦ୍ୱାରା ନିଶ୍ଚିତ କରାଯାଇପାରେ ।[]

ପ୍ରୋଷ୍ଟେଟ ଆବସେସର ଚିକିତ୍ସା ପ୍ରାୟ ଇନସିସନ ଓ ନିଷ୍କାସନ ଏବଂ ଆଣ୍ଟିବାୟୋଟିକ ଦିଆଯାଇପାରେ ।[] [] ମୃତ୍ୟୁ ହେବାର ଆଶଙ୍କା ୧%ରୁ ୧୬% ମଧ୍ୟରେ ରହେ ।[] ତୀବ୍ର ପ୍ରୋଷ୍ଟାଟାଇଟିସର ଉପଯୁକ୍ତ ଚିକିତ୍ସା ହେତୁ ବିକଶିତ ଦେଶରେ ଏହା ଅପେକ୍ଷାକୃତ ଅସାଧାରଣ, ବିକାଶଶୀଳ ଦେଶରେ ପ୍ରୋଷ୍ଟେଟ ଆବସେସ ଅଧିକ ଦେଖାଯାଏ ।[] ସେମାନେ ୟୁରୋଲୋଜି ବିଭାଗରେ ଏହି ରୋଗ ପ୍ରାୟ ପ୍ରାୟ ୦.୫% ଥାଏ ।[] ବୟସ୍କ ଲୋକମାନେ ଏହି ରୋଗରେ ଅଧିକ ପ୍ରଭାବିତ ହୁଅନ୍ତି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Reddivari, Anil Kumar Reddy; Mehta, Parth (2020). "Prostate Abscess". StatPearls. StatPearls Publishing. PMID 31869127. Archived from the original on 2021-08-29. Retrieved 2020-11-08.
  2. Khan, FU; Ihsan, AU; Khan, HU; Jana, R; Wazir, J; Khongorzul, P; Waqar, M; Zhou, X (October 2017). "Comprehensive overview of prostatitis". Biomedicine & pharmacotherapy = Biomedecine & pharmacotherapie. 94: 1064–1076. doi:10.1016/j.biopha.2017.08.016. PMID 28813783.