ପ୍ରିୟା ବଦଲାନି
ପ୍ରିୟା ବଦଲାନି (ହିନ୍ଦୀ : प्रिया बद्लानि; ଜନ୍ମ: ୨୭ ଜାନୁଆରୀ ୧୯୭୫)[୧] ଜଣେ ଭାରତୀୟ ଅଭିନେତ୍ରୀ ଓ ପୂର୍ବତନ ମଡେଲ୍ । ସେ ହିନ୍ଦୀ କଥାଚିତ୍ର ଓ ଟିଭି ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ଜବ୍ ଲଭ୍ ହୁଆରେ ଆନ୍ୟା ଶର୍ଫ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ସେ ଆମୀର ଖାନ୍ଙ୍କ ସହିତ କୋକା-କୋଲା ବିଜ୍ଞାପନରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୨୦୦୪ ମସିହାରେ, ସେ ନାଚ୍ କଥାଚିତ୍ରରେ ଅଭିନୟ କରିଥିଲେ । ଧାରାବାହିକରେ ଅଭିନୟ କରିବା ପୂର୍ବରୁ ସେ ଅନ୍ୟ ଏକ କଥାଚିତ୍ର ସିଲ୍ସିଲେରେ ମଧ୍ୟ କାମ କରିଥିଲେ ।
ପ୍ରିୟା ବଦଲାନି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୪-ଏବେଯାଏଁ |
ଉଲ୍ଲେଖନୀୟ କୃତି | ଜବ୍ ଲଭ୍ ହୁଆ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାବଦଲାନି ୧୯୭୫ ମସିହାର ଜାନୁଆରୀ ୨୭ ତାରିଖରେ, ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଣେ ଗ୍ରାଫିକ୍ ଡିଜାଇନର୍ ଭାବରେ ପାଠ ପଢ଼ୁଥିବାବେଳେ ଫ୍ୟାସନ୍ ଫଟୋଗ୍ରାଫର୍ ଭାବରେ କାମ କରିବା ଆରମ୍ଭ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନାସେ ଜଣେ ମଡେଲ୍ ଭାବରେ କୋକା-କୋଲାର ବିଜ୍ଞାପନରେ ଆମୀର ଖାନ୍ଙ୍କ ସହିତ କାମ କରିଥିଲେ । ସେ ଫେୟାର୍ ଆଣ୍ଡ୍ ଲଭଲି, ବାଟିକା, ହାନସେଲ ଭଳି ଅନେକ କମ୍ପାନୀ ପାଇଁ ମଧ୍ୟ କାମ କରିଛନ୍ତି ।[୩] ୨୦୦୪ ମସିହାରେ, ନାଚ୍ ଓ ୨୦୦୫ ମସିହାରେ ସିଲ୍ସିଲେରେ କାମ କରିଥିଲେ ।[୪] ସେ ଦି ଫ୍ୟାସନ୍ ମାଗାଜିନ୍ରେ ମଧ୍ୟ ସ୍ଥାନ ପାଇଥିଲେ, ଯେଉଁଠାରେ ସେ ଭାରତର ସବୁଠାରୁ ଆକର୍ଷଣୀୟ ମହିଳା ତାଲିକାରେ ୨୪ ତମ ସ୍ଥାନରେ ରହିଥିଲେ । ୨୦୦୭ ମସିହାରେ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ଜବ୍ ଲଭ୍ ହୁଆରେ କାମ କରିଥିଲେ ।[୫]
ଆଧାର
ସମ୍ପାଦନା- ↑ "priya badlani cameo". BCD. Retrieved 19 April 2013.
- ↑ "'Priya Badlani as City ki gori '". notoriousmodels. Archived from the original on 27 December 2013. Retrieved 25 May 2013.
- ↑ "Priya Badlani in premiere of Jabb Love Hua". BCD.
{{cite web}}
: Missing or empty|url=
(help)[dead link] - ↑ "Priya Badlani's Filmography". indiafm.com. Archived from the original on 17 June 2008. Retrieved 25 May 2013.
- ↑ "Priya Badlani's latest biography".
{{cite web}}
: Missing or empty|url=
(help)