ପ୍ରମୋଦ କୁମାର ଶତପଥୀ

ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ

ପ୍ରମୋଦ କୁମାର ଶତପଥୀ, ଜଣେ ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ ଥିଲେ । ସେ ଓଡ଼ିଶା ପୋଲିସ ଅଧିନରେ ଥିବା ଓଡ଼ିଶା ସ୍ପେସିଆଲ ଆର୍ମଡ଼ ଫୋର୍ସ ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଥିଲେ ।[୧] ୨୦୦୯ରେ ତାଙ୍କ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୨]

ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ପ୍ରମୋଦ କୁମାର ଶତପଥୀ

ଅଶୋକ ଚକ୍ର
ଶ୍ରୀମତି ଅମିତା ଶତପଥୀ, ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଶତପଥୀଙ୍କଠାରୁ ସ୍ୱାମୀ ପ୍ରମୋଦ କୁମାର ଶତପଥୀଙ୍କ ପାଇଁ ୨୦୦୯ ମସିହା ଗଣତନ୍ତ୍ର ଦିବସ ପାରେଡ଼ରେ ଅଶୋକ ଚକ୍ର ପୁରସ୍କାର ଗ୍ରହଣ କରିଥିଲେ ।
ଜନ୍ମ
ମୃତ୍ୟୁ୧୫ ଫେବୃଆରୀ ୨୦୦୮(୨୦୦୮-୦୨-୧୫)
ପୁରସ୍କାରଅଶୋକ ଚକ୍ର ୨୦୦୯
Police career
Allegiance India
Rankଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ବୀରତାପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା

୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ, ୫୦୦ ଜଣ ସଶସ୍ତ୍ର ନକ୍ସଲ ପୋଲିସ ଉପରେ ଆକ୍ରମଣ କରିଥିଲେ । ସେହି ଆକ୍ରମଣକାରୀ ନକ୍ସଲମାନେ ନୟାଗଡ଼ ଜିଲ୍ଲାର ଜଙ୍ଗଲରେ ଲୁଚିଥିବା ଖବର ପାଇଥିଲେ ପ୍ରମୋଦ । ସେ ନିଜ ସହିତ ୨୦ଜଣ ପୋଲିସ କର୍ମୀଙ୍କୁ ସାଥିରେ ନେଇ ସେହି ନକ୍ସଲମାନଙ୍କ ଉପରେ ଆକ୍ରମଣ କରିଥିଲେ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ ପ୍ରମୋଦ । ଏହି ଯୁଦ୍ଧରେ ପ୍ରମୋଦ ସହିଦ ହୋଇଥିଲେ ।[୩]

ଅଶୋକ ଚକ୍ର ସମ୍ମାନ ସମ୍ପାଦନା

ପ୍ରମୋଦଙ୍କର ଏହି ବୀରତାପୂର୍ଣ୍ନ କାର୍ଯ୍ୟପାଇଁ ୨୦୦୯ ମସିହା ସାଧାରଣତନ୍ତ୍ର ଦିବସ (ଭାରତ) ଦିବସରେ ରାଷ୍ଟ୍ରପତି ପ୍ରତିଭା ପାଟିଲ, ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରିଥିଲେ ।[୪]

ଆଧାର ସମ୍ପାଦନା

  1. Rashmi Aggarwal (2011-01-01). Ashoka Chakra Recipients. Prabhat Prakashan. pp. 134–.
  2. Muktikanta Mohanty (February 2010). Macmillan's General Knowledge Manual 2010. Macmillan Publishers India Limited. pp. 352–. ISBN 978-0-230-32874-7.
  3. "Ashoka Chakra awardees and their saga of gallantry". PIB, Government of India.
  4. "Posthumous honour for top police official". The Hindu. Retrieved 16 March 2018.