ପ୍ରଭାତ କୁମାର ତ୍ରିପାଠୀ

ଓଡ଼ିଆ ରାଜନୀତିଜ୍ଞ

ପ୍ରଭାତ କୁମାର ତ୍ରିପାଠୀ‌ (ଜନ୍ମ: ୨୫ ଡିସେମ୍ବର ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଭାତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରଭାତ କୁମାର ତ୍ରିପାଠୀ‌
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଦେବାଶିଷ ପଟ୍ଟନାୟକ
ପର ଅଧିକାରୀଦେବୀ ରଞ୍ଜନ ତ୍ରିପାଠୀ
ନିର୍ବାଚନ ମଣ୍ଡଳୀବାଙ୍କୀ
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୪
ପୂର୍ବ ଅଧିକାରୀଘନଶ୍ୟାମ ସାହୁ
ପର ଅଧିକାରୀଦେବାଶିଷ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀବାଙ୍କୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-12-25) ୨୫ ଡିସେମ୍ବର ୧୯୫୩ (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀପଙ୍କଜିନୀ ତ୍ରିପାଠୀ
ସନ୍ତାନଦେବୀ ରଞ୍ଜନ ତ୍ରିପାଠୀ
ବାପା/ବୋଉଦୀନକୃଷ୍ଣ ତ୍ରିପାଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଭାତ କୁମାର ତ୍ରିପାଠୀ‌ ୧୯୫୩ ମସିହାର ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୀନକୃଷ୍ଣ ତ୍ରିପାଠୀ ଏବଂ ପତ୍ନୀଙ୍କ ନାମ ପଙ୍କଜିନୀ ତ୍ରିପାଠୀ । ପ୍ରଭାତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧] ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଓଡ଼ିଆ ରାଜନେତା ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚିତ ହୋଇଛନ୍ତି ।[୨]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଭାତ କୁମାର ତ୍ରିପାଠୀ‌ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଜନତା ଦଳରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧] ପ୍ରଭାତ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ବାଙ୍କୀ ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବାଙ୍କୀ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାଙ୍କୀ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାଙ୍କୀ ବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Pravata Kumar Tripathy". odishaassembly.nic.in. Odisha Assembly. Retrieved 28 February 2020.
  2. "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022. {{cite news}}: |archive-date= / |archive-url= timestamp mismatch; 24 ନଭେମ୍ବର 2020 suggested (help)