ଘନଶ୍ୟାମ ସାହୁ

ଓଡ଼ିଆ ରାଜନୀତିଜ୍ଞ

ଘନଶ୍ୟାମ ସାହୁ‌ (୧୭ ଜୁନ ୧୯୩୨ - ୨୭ ମାର୍ଚ୍ଚ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଘନଶ୍ୟାମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଘନଶ୍ୟାମ ସାହୁ‌
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଅକ୍ଷୟ କୁମାର ପଟ୍ଟନାୟକ
ପର ଅଧିକାରୀପ୍ରଭାତ କୁମାର ତ୍ରିପାଠୀ
ନିର୍ବାଚନ ମଣ୍ଡଳୀବାଙ୍କୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-06-17)ଜୁନ ୧୭, ୧୯୩୨
ମୃତ୍ୟୁ୨୭ ମାର୍ଚ୍ଚ ୨୦୧୧(2011-03-27) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୀତା ସାହୁ
ବାପା/ବୋଉଗଣପତି ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଘନଶ୍ୟାମ ସାହୁ‌ ୧୯୩୨ ମସିହାର ଜୁନ ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଣପତି ସାହୁ ଏବଂ ପତ୍ନୀଙ୍କ ନାମ ସୀତା ସାହୁ ।[୧] ଘନଶ୍ୟାମଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଥିଲା ଏବଂ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଘନଶ୍ୟାମ ସାହୁ‌ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଘନ୍ୟଶ୍ୟାମ ସାହୁ ୨୦୧୧ ମସିହାର ମାର୍ଚ୍ଚ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Ghanashyam Sahoo". odishaassembly.nic.in. Odisha Assembly. Retrieved 24 February 2020.