ପ୍ରଦୀପ୍ତ କିଶୋର ଦାସ
ପ୍ରଦୀପ୍ତ କିଶୋର ଦାସ (୧ ନଭେମ୍ବର ୧୯୨୦ - ୭ ଅପ୍ରେଲ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ପ୍ରଦୀପ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଏବଂ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଦୀପ୍ତ କିଶୋର ଦାସ | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ଉପ) | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପୂର୍ବ ଅଧିକାରୀ | ମହମ୍ମଦ ଅତାହାର |
ପର ଅଧିକାରୀ | ସୁରେନ୍ଦ୍ରନାଥ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ମାହାଙ୍ଗା |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ରନାଥ ପଟ୍ଟନାୟକ ଓ ପୂର୍ଣ୍ଣାନନ୍ଦ ସାମଲ |
ପର ଅଧିକାରୀ | ବାଇଧର ବେହେରା |
ନିର୍ବାଚନ ମଣ୍ଡଳୀ | ସାଲେପୁର |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଶେଖ ମତଲୁବ ଅଲ୍ଲୀ |
ପର ଅଧିକାରୀ | ଶେଖ ମତଲୁବ ଅଲ୍ଲୀ |
ନିର୍ବାଚନ ମଣ୍ଡଳୀ | ମାହାଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ନଭେମ୍ବର ୧୯୨୦ |
ମୃତ୍ୟୁ | ୭ ଅପ୍ରେଲ ୨୦୦୭ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
ଜୀବନ ସାଥୀ | ସ୍ନେହଲତା ଦାସ |
ବାପା/ବୋଉ | କାର୍ତ୍ତିକେଶ୍ୱର ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରଦୀପ୍ତ କିଶୋର ଦାସ ୧୯୨୦ ମସିହାର ନଭେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକେଶ୍ୱର ଦାସ ଏବଂ ପତ୍ନୀଙ୍କ ନାମ ସ୍ନେହଲତା ଦାସ ।[୧] ପ୍ରଦୀପ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
ସମ୍ପାଦନାପ୍ରଦୀପ୍ତ କିଶୋର ଦାସ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ ଏବଂ ୧୯୭୭ ମସିହାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାପ୍ରଦୀପ୍ତ କିଶୋର ଦାସ ୨୦୦୭ ମସିହାର ଅପ୍ରେଲ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।