ପ୍ରଣୀତା ସୁଭାଷ
ପ୍ରଣୀତା ସୁବାଷ (ଜନ୍ମ: ୧୭ ଅକ୍ଟୋବର ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ତେଲୁଗୁ, ତାମିଲ ଏବଂ କନ୍ନଡ଼ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରନ୍ତି । ସେ ବାଙ୍ଗାଲୋରରେ ତାଙ୍କର ପିତାମାତାଙ୍କ ସହ ବାସ କରନ୍ତି ଏବଂ ସେଠାରେ ସେ ମଡେଲିଂରେ ଯୋଗ ଦେଇଥିଲେ । ୨୦୦୬ରେ ମୁକ୍ତିଲାଭ କରିଥିବା ମହେଶ ବାବୁଙ୍କ ଅଭିନୀତ କଥାଚିତ୍ର ପୋକିରୀର କନ୍ନଡ଼ ଭାଷାରେ ପୁନର୍ନିମାଣ ଚଳଚ୍ଚିତ୍ର ପୋର୍କୀରେ ୨୦୧୦ ମସିହାରେ ପ୍ରଣୀତାଙ୍କୁ ମିଳିଥିଲା ପ୍ରଥମ ସୁଯୋଗ । ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ର ଏମ୍ ପିଲ୍ଲୋ ଏମ୍ ପିଲ୍ଲାଡ଼ୋ ଚଳଚ୍ଚିତ୍ର ମଧ୍ୟମରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ଉଢାୟନ୍ ଚଳଚ୍ଚିତ୍ର ମାଧ୍ୟମରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ସଫଳତମ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ପ୍ରଣୀତା ସୁବାଷ | |
---|---|
ಪ್ರಣಿತ ಸುಭಾಷ್ | |
![]() ସେଲିବ୍ରେଟି କ୍ରିକେଟ ଲିଗ୍ର ୩ୟ ସଂସ୍କରଣରେ ପ୍ରଣୀତା | |
ଜନ୍ମ | ପ୍ରଣୀତା ସୁବାଷ ୧୭ ଅକ୍ଟୋବର ୧୯୯୨[୧] |
ଜାତୀୟତା | ଭାରତୀୟ |
ବୃତ୍ତି | ଚଳଚ୍ଚିତ୍ର ଅଭିନେତ୍ରୀ |
Years active | ୨୦୧୦–ଏବେଯାଏଁ |
ଜୀବନସାଥୀ | ନିତିନ ରାଜୁ (୨୦୨୧-) |
Parent(s) | ସୁବାଷ ଜୟଶ୍ରୀ |
ୱେବସାଇଟ | pranithasubhash.in |
ତାଙ୍କର ଏହି ସବୁ ସଫଳତା ସହ ସେ ମଧ୍ୟ ଦୂରଦର୍ଶନର ଧାରାବାହିକରେ ଅଭିନୟ କରିଛନ୍ତି ।[୧][୨] ସେ ଚଳଚ୍ଚିତ୍ର ଏବଂ ମଡେଲିଂ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୩ରେ ସେ ୨ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହା ପରେ ସେ ପବନ କଲ୍ୟାଣଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ଆତାରିଣ୍ଟିକି ଦାରେଦିରେ ପାର୍ଶ୍ୱ ନାୟିକା ହେବାର ସୁଯୋଗ ପାଇଥିଲେ, ଯେଉଁଟା ୨୦୧୩ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ଏବଂ ସେହି ବର୍ଷର ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ହୋଇଥିଲା । ସେ ଅନେକ ବ୍ୟବସାୟର ବିଜ୍ଞାପନରେ ଅଭିନୟ କରିବା ସହ ସେଲିବ୍ରେଟି କ୍ରିକେଟ ଲିଗ୍ର ୩ୟ ସଂସ୍କରଣରେ କର୍ଣ୍ଣାଟକ ବୁଲ୍ଡୋଜର୍ସ୍ର ଦୂତ ସାଜିଥିଲେ ।[୩]
୨୦୧୨ରେ କନ୍ନଡ଼ ଚଳଚ୍ଚିତ୍ର ଭୀମା ଥୀରାଡାଲ୍ଲୀରେ ପ୍ରଣୀତାଙ୍କ ଅଭିନୟ ପାଇଁ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ କନ୍ନଡ଼ର ଶ୍ରେଷ୍ଠ ନାୟିକା ଭାବରେ ମନୋନୀତ ହେଇଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପରିବାରସମ୍ପାଦନ କରନ୍ତୁ
ପ୍ରଣୀତା ୧୯୯୨ ମସିହା ଅକ୍ଟୋବର ମାସ ୧୭ ତାରିଖରେ ବାଙ୍ଗାଲୋରର ଏକ କନ୍ନଡ଼ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ହେଉଛନ୍ତି ସୁବାଷ, ଜଣେ ଚିକିତ୍ସକ ଏବଂ ମାତା ଜୟଶ୍ରୀ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ବାଙ୍ଗାଲୋରରେ ତାଙ୍କର ମାତାପିତାଙ୍କର ଗୋଟିଏ ନିଜସ୍ୱ ଚିକିତ୍ସାଳୟ ଅଛି । ପ୍ରଣୀତା ତାଙ୍କ ପରିବାରର ଏକମାତ୍ର ସନ୍ତାନ ।[୧] ତାଙ୍କର କୌଣସି ଭାଇ ଭଉଣୀ ନାହାନ୍ତି । ସେ ବାଙ୍ଗାଲୋରରେ ତାଙ୍କର ସ୍ନାତକ ହାସଲ କରିବା ପରେ ମଡେଲିଂ ଆରମ୍ଭ କରିଥିଲେ ।
ଅଭିନୟ ଜୀବନସମ୍ପାଦନ କରନ୍ତୁ
ପ୍ରଣୀତାଙ୍କୁ କନ୍ନଡ଼ କଥାଚିତ୍ର ନିର୍ଦ୍ଦେଶକ ଏମ୍. ଡି. ଶ୍ରୀଧର ନାୟକ ଦର୍ଶନଙ୍କ ବିପକ୍ଷରେ ତେଲୁଗୁ କଥାଚିତ୍ର ପୋକିରିର କନ୍ନଡ଼ ପୁନର୍ନିମାଣରେ ନାୟିକା ସାଜିବାର ସୁଯୋଗ ଦେଇଥିଲେ ।[୪] ଏହି ଚଳଚ୍ଚିତ୍ରଟି ସଫଳ ବ୍ୟବସାୟ କରିବା ପରେ ସେ ଅନେକ କନ୍ନଡ଼ ଚଳଚ୍ଚିତ୍ରକୁ ମନା କରିଦେଇଥିଲେ । କାରଣ ସେ ଭଲ ଭଲ କାହାଣୀରେ କାମ କରିବାକୁ ଚାହୁଁଥିଲେ । ଏହା ପରେ ସେହି ବର୍ଷ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏମ୍ ପିଲ୍ଲୋ ଏମ୍ ପିଲ୍ଲାଡ଼ୋ ଥିଲା ତାଙ୍କର ପ୍ରଥମ ତେଲୁଗୁ କଥାଚିତ୍ର । ସେହି ୨୦୧୦ରେ ତାଙ୍କର ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ର ମଧ୍ୟ ଆସିଥିଲା ନାୟକ ସିଦ୍ଧାର୍ଥଙ୍କ ସହ ବାଭା ।[୫]
ଏହା ପର ବର୍ଷ ଅର୍ଥାତ ୨୦୧୧ରେ ପ୍ରଣୀତା ଉଢାୟନ୍ ଚଳଚ୍ଚିତ୍ର ତାମିଲ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ ଆରମ୍ଭ କରିଥିଲେ । ଚାପ୍ଲିନ୍ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଣୀତାଙ୍କ ନାୟକ ସାଜିଥିଲେ ଅରୁଲ୍ନିତି ।[୬] ୨୦୧୧ରେ ତାଙ୍କର ଅନ୍ୟ ଏକ କନ୍ନଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯାହର ନାମ ହେଲା ଜରାଶଣ୍ଢ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶସାଙ୍କ ଏବଂ ନାୟକ ସାଜିଥିଲେ ଦୁନିଆ ବିଜୟ ।
୨୦୧୨ ମସିହାରେ ପ୍ରଣୀତା ୩ଟି କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ୩ଟି ଚଳଚ୍ଚିତ୍ର ହେଉଛି: ଭୀମା ଥୀରାଡାଲ୍ଲୀ, ସ୍ନେହିତାରୁ ଏବଂ ମିଷ୍ଟର ୪୨୦ । ସେ ଭୀମା ଥୀରାଡାଲ୍ଲୀ ଚଳଚ୍ଚିତ୍ର ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର ଉତ୍ସବରେ କନ୍ନଡ଼ ଭାଷା ଚଳଚ୍ଚିତ୍ରର ଶ୍ରେଷ୍ଠ ନାୟିକା ପାଇଁ ମନୋନୀତ ହେବା ସହ ସାଇମା ପୁରସ୍କାର ଉତ୍ସବରେ ମଧ୍ୟ ଶ୍ରେଷ୍ଠ ନାୟିକା ପାଇଁ ମନୋନୀତ ହୋଇଥିଲେ ଏବଂ ସନ୍ତୋଷମ୍ ପୁରସ୍କାରରେ ବିଜୟୀ ହୋଇଥିଲେ । ସେ ୨୦୧୨ରେ ମଧ୍ୟ ଏକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହର ନାମ ହେଉଛି ସାଗୁନି । ଶଙ୍କର ଦୟାଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ କାର୍ତ୍ଥୀ ଏବଂ ଏହି ଚଳଚ୍ଚିତ୍ରରେ ସେ ପ୍ରଥମଥର ପାଇଁ ଅଭିନେତା ପ୍ରକାଶ ରାଜଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା ଏବଂ ଏକ ସାଙ୍ଗରେ ୧୧୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
୨୦୧୩ରେ ପ୍ରଣୀତା ହୁଇସିଲ୍ ନାମକ ମାତ୍ର ଗୋଟିଏ କନ୍ନଡ଼ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ସେ ସାଇମା ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ପାଇଁ ମୋନୋନୀତ ହୋଇଥିଲେ ।[୭] ସେହି ବର୍ଷ ସେ ତେଲୁଗୁ ନିର୍ଦ୍ଦେଶକ ତ୍ରୀବିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆତାରିଣ୍ଟିକି ଦାରେଦିରେ ନାୟକ ପବନ କଲ୍ୟାଣ ଏବଂ ନାୟିକା ସାମନ୍ତାଙ୍କ ସହ ପ୍ରଣୀତାଙ୍କୁ ପାର୍ଶ୍ୱ ନାୟିକା ଭାବରେ ବାଛିଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ସେହି ବର୍ଷର ସର୍ବାଧିକ ଆୟକାରୀ ତେଲୁଗୁ କଥାଚିତ୍ର ଯାହାକି ୧୦୦ କୋଟିରୁ ଅଧିକ ଆୟ କରିବା ସହ ହିନ୍ଦୀ ତାମିଲ ଏବଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା । ଏହି ଚରିତ୍ରରେ ଅଭିନୟ ପାଇଁ ସେ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ଭାବରେ ମନୋନୀତ ହେବା ସହ ବିଭିନ୍ନ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।
ଏହା ପରେ ୨୦୧୪ ମସିହାରେ ପ୍ରଣୀତା କନ୍ନଡ଼ ଚଳଚ୍ଚିତ୍ର ବ୍ରହ୍ମାରେ ନାୟିକା ରୂପେ ଅଭିନୟ କରିଥିଲେ ଯେଉଁ ଅଭିନୟ ପାଇଁ ତାଙ୍କୁ ସାଇମା ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ପାଇଁ ମନୋନୀତ କରାଯାଇଥିଲା । ଏହି ବର୍ଷ ସେ ତେଲୁଗୁ କଥାଚିତ୍ର ଜଗତର ଅନ୍ୟତମ ନାୟକ ନନ୍ଦମୁରୀ ତାରକା ରାମା ରାଓ ଏବଂ ନାୟିକା ସାମନ୍ତାଙ୍କ ସହ ସହ ନାୟିକା ହୋଇଥିଲେ ରଭ୍ସା ଚଳଚ୍ଚିତ୍ରରେ । ଏହି ଚଳଚ୍ଚିତ୍ରରେ ସେ ସାମନ୍ତାଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ ।
ପରବର୍ଷ ୨୦୧୫ରେ ତାମିଲ କଥାଚିତ୍ର ମାସ୍ରେ ନାୟକ ସୂର୍ଯ୍ୟ ଶିବକୁମାରଙ୍କର ସହ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ଏବଂ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ଭାବରେ ଏଡ଼ିସନ୍ ପୁରସ୍କାର ମଧ୍ୟ ପାଇଥିଲେ ।[୮] ସେହି ବର୍ଷ ନିର୍ଦ୍ଦେଶକ ଦେବ କଟ୍ଟାଙ୍କ ନିର୍ଦ୍ଦେଶିତ ତେଲୁଗୁ କଥାଚିତ୍ର ଡାଇନାମାଇଟ୍ରେ ନାୟକ ମଞ୍ଜୁ ବିଷ୍ଣୁଙ୍କ ସହ ପ୍ରଣୀତାଙ୍କୁ ନାୟିକା ରୂପେ ନିଆଯାଇଥିଲା ।[୯] ୨୦୧୫ ମସିହାରେ ପ୍ରଣୀତା କୌଣସି କନ୍ନଡ଼ ଚଳଚ୍ଚିତ୍ର କରି ନଥିଲେ । କେବଳ ଏ ସେକେଣ୍ଡ ହ୍ୟାଣ୍ଡ ଲଭର୍ ଚଳଚ୍ଚିତ୍ରରେ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ ।
୨୦୧୬ ମସିହାରେ ମଧ୍ୟ ପ୍ରଣୀତା କୌଣସି କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରି ନଥିଲେ । ସେ ମହେଶ ବାବୁ ଅଭିନୀତ ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ବ୍ରହ୍ମୋତ୍ସଭମ୍ରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।[୧୦] [୧୧] ଏହି ଚଳଚ୍ଚିତ୍ରଟି ନୈରାଶ୍ୟଜନକ ବ୍ୟବସାୟ କରିଥିଲା ।
୨୦୧୭ ଫେବୃଆରୀରେ ପ୍ରଣୀତାଙ୍କର ଏକ ତାମିଲ ଚଳଚ୍ଚିତ୍ର ଏନ୍ନାକୁ ଭାଇତା ଆଡ଼ିମାଇଗଲ୍ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ପ୍ରଣୀତାଙ୍କ ସହ ନାୟକ ଜୟ ଅଭିନୟ କରିବା ସହ ମହେନ୍ଦ୍ରନ୍ ରାଜମଣି ଏହାର ନିର୍ଦ୍ଦେଶନା ଦେଇଥିଲେ ।[୧୨] ଏହାପରେ ପ୍ରଣୀତାଙ୍କର ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ଜେମିଣି ଗଣେଶାନମ୍ ସୁରୁଲି ରାଜାନମ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ତାମିଲ ନାୟକ ଅଥର୍ବ ମୂରଲୀଙ୍କ ସହ ହାସ୍ୟାଭିନେତା ସୂରୀ ମଧ୍ୟ ଅଭିନୟ କରିଥିଲେ । ସର୍ବୋପରି ଚଳଚ୍ଚିତ୍ରଟିରେ ମୋଟ ୪ଜଣ ନାୟିକା ଅଭିନୟ କରିଥିଲେ । ସେମାନେ ହେଲେ ରଜିନା, ଐଶ୍ୱର୍ଯ୍ୟା, କାୟେଲ୍ ଏବଂ ପ୍ରଣୀତା ।[୧୩] ୨୦୧୭ରେ ପ୍ରଣୀତାଙ୍କର ଗୋଟିଏ ତାମିଲ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ମାସ୍ ଲୀଡର ଚଳଚ୍ଚିତ୍ରରେ ସେ ଶିବା ରାଜକୁମାରଙ୍କର ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।[୧୪]
ଅନ୍ୟାନ୍ୟ କାର୍ଯ୍ୟସମ୍ପାଦନ କରନ୍ତୁ
ବିଜ୍ଞାପନସମ୍ପାଦନ କରନ୍ତୁ
ପ୍ରଣୀତା ସୁବାଷ ମଡେଲିଂ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ଅନେକ ବ୍ୟବସାୟର ବିଜ୍ଞାପନରେ ମଧ୍ୟ ଜଡ଼ିତ ଅଛନ୍ତି । ସେ ବିଭିନ୍ନ ପ୍ରକାରର ଜିନିଷ ତଥା ବ୍ୟବସାୟିକ ସଂସ୍ଥା ସହ ଜଡ଼ିତ ବସ୍ତୁର ବିଜ୍ଞାପନ କରୁଛନ୍ତି । ସେଗୁଡ଼ିକ ହେଲା: "ଯୋୟାଲୁକ୍କାସ୍", "ଏସ୍.ଭି.ବି. ସ୍କିଲସ୍ ସାଲେମ୍", "ବମ୍ବେ ଜୁଏଲାରୀ", "ୱାଲିଥ୍ ଏକାଡେମି ଅଫ୍ ଏଜୁକେସନ୍", "ଶ୍ରୀଲକ୍ଷ୍ମୀ ଜୁଏଲାର୍ସ", "ପଣ୍ଡିଚେରୀ ଏଣ୍ଡ ଆର୍.ଏସ୍. ବ୍ରଦର୍ସ" ଇତ୍ୟାଦି । ସେ ସେଲିବ୍ରେଟି କ୍ରିକେଟ୍ ଲିଗ୍ରେ ମଧ୍ୟ କର୍ଣ୍ଣାଟକ ବୁଲ୍ଡୋଜର୍ସ୍ ପାଇଁ ପ୍ରମୁଖ ପ୍ରଚାରକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ପ୍ରତିଟି ଖେଳ ସମୟରେ ସେ ନିଜେ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିଥାନ୍ତି । ୨୦୧୪ ମସିହା ଅକ୍ଟୋବରରେ ଅନୁ ପ୍ରଭାକରଙ୍କ ସହ ପ୍ରଣୀତାଙ୍କୁ ବାଙ୍ଗାଲୋରରେ ଅନୁଷ୍ଠିତ ୧୬ତମ ଭାରତୀୟ ଅଳଙ୍କାର ପ୍ରଦର୍ଶନୀରେ ପ୍ରମୁଖ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ ।[୧୫] ପ୍ରଣୀତା ଅନେକ ବଡ଼ ବଡ଼ କିଣାବିକା କେନ୍ଦ୍ର(ସପିଙ୍ଗ୍ ମଲ୍)ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଉଛନ୍ତି । ୨୦୧୬ ମସିହାରେ ବାଙ୍ଗାଲୋରରେ "Sun Flower" Refined Oil ପକ୍ଷରୁ ଅନୁଷ୍ଠିନ ଉଦ୍ଘାଟନୀ ଉତ୍ସବରେ ପ୍ରଣୀତା ସୁଭାଷ ଯୋଗ ଦେଇଥିଲେ ।[୧୬]
ବ୍ୟବସାୟସମ୍ପାଦନ କରନ୍ତୁ
ପ୍ରଣୀତା ଅଭିନୟ କରିବା ସହ ଅନେକ ବ୍ୟବସାୟିକ କାର୍ଯ୍ୟରେ ମଧ୍ୟ ଯୋଗ ଦେଉଛନ୍ତି । ସେ ବାଙ୍ଗାଲୋରରେ ଗୋଟିଏ ରେଷ୍ଟୁରାଣ୍ଟର ସହ-ମାଲିକାନା ମଧ୍ୟ ଗ୍ରହଣ କରିଛନ୍ତି ।[୧୭]
ପୁରସ୍କାର ଏବଂ ସଫଳତାସମ୍ପାଦନ କରନ୍ତୁ
୨୦୧୬ ଡିସେମ୍ବରରେ Ritz ପତ୍ରିକା ପକ୍ଷରୁ ହାଇଦ୍ରାବାଦରେ ଅନୁଷ୍ଠିତ South scope life style awards 2016ରେ ପ୍ରଣୀତା "Emerging star of South cinema of the year award for the year 2016" ପୁରସ୍କାର ପାଇଥିଲେ ।[୧୮][୧୯]
ଅଭିନୀତ କାଥାଚିତ୍ରସମ୍ପାଦନ କରନ୍ତୁ
ମୁକ୍ତିଲାଭ କରିନଥିବା ଚଳଚ୍ଚିତ୍ରକୁ ସୂଚାଏ |
ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୦ | ପୋର୍କୀ | ଅଞ୍ଜଳୀ | କନ୍ନଡ଼ ଭାଷା | କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୦ | ଏମ୍ ପିଲ୍ଲୋ ଏମ୍ ପିଲ୍ଲାଡ଼ୋ | ବଦ୍ରା | ତେଲୁଗୁ | ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୦ | ବାଭା | ବରଲକ୍ଷ୍ମୀ | ତେଲୁଗୁ | |
୨୦୧୧ | ଉଢାୟନ୍ | ପ୍ରିଯା | ତାମିଲ | ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୧ | ଜରାଶଣ୍ଢ | ସାମନ୍ତା | କନ୍ନଡ଼ | |
୨୦୧୨ | ଭୀମା ଥୀରାଡାଲ୍ଲୀ | ଭୀମାଭ୍ଭା | କନ୍ନଡ଼ | ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ କନ୍ନଡ଼ ଭାଷାର ଶ୍ରେଷ୍ଠ ନାୟିକା ପାଇଁ ମନୋନୀତ ସାଇମା ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ଭାବେ ମନୋନୀତ |
୨୦୧୨ | ସାଗୁନି | ଶ୍ରୀଦେବୀ | ତାମିଲ | |
୨୦୧୨ | ସ୍ନେହିତାରୁ | ଅଞ୍ଜଳୀ | କନ୍ନଡ଼ | |
୨୦୧୨ | ମିଷ୍ଟର ୪୨୦ | ରୁକ୍ମଣୀ | କନ୍ନଡ଼ | |
୨୦୧୩ | ହୁଇସିଲ୍ | ଅନୁ | କନ୍ନଡ଼ | ସାଇମା ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ଭାବେ ମନୋନୀତ |
୨୦୧୩ | ଆତାରିଣ୍ଟିକି ଦାରେଦି | ପ୍ରମିଳା | ତେଲୁଗୁ | ସନ୍ତୋଷମ୍ ଜୁରୀ ପୁରସ୍କାର, ସେହି ବର୍ଷର ଶ୍ରେଷ୍ଠ ମୁଖା ଭାବେ ସିନେ'ମା ପୁରସ୍କାର, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସହକାରୀ ନାୟିକା ଭାବେ ମନୋନୀତ |
୨୦୧୪ | ଅଙ୍ଗାରକା | ପ୍ରିୟା | କନ୍ନଡ଼ | |
୨୦୧୪ | ପାଣ୍ଡୁବାଲୁ ପାଣ୍ଡବାଲୁ ତୁମ୍ମେଡ଼ା | କୁଚଳା କୁମାରୀ "କୁକୁ" | ତେଲୁଗୁ | |
୨୦୧୪ | ବ୍ରହ୍ମା | ପ୍ରଣୀତା | କନ୍ନଡ଼ | ସାଇମା ପୁରସ୍କାରର ଶ୍ରେଷ୍ଠ ନାୟିକା ପାଇଁ ମନୋନୀତ |
୨୦୧୫ | ରଭ୍ସା | ଭାଗ୍ୟମ୍ | ତେଲୁଗୁ | |
୨୦୧୫ | ମାସ୍ | ଅନୁରାଧା | ତାମିଲ | ଏଡ଼ିସନ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ସମ୍ମାନ |
୨୦୧୫ | ଡାଇନାମାଇଟ୍ | ଅନାମିକା | ତେଲୁଗୁ | |
୨୦୧୫ | ଏ ସେକେଣ୍ଡ ହ୍ୟାଣ୍ଡ ଲଭର୍ | ନିଜେ | କନ୍ନଡ଼ | ଅତିଥି କଳାକାର |
୨୦୧୬ | ବ୍ରହ୍ମୋତ୍ସଭମ୍ | ତେଲୁଗୁ | ||
୨୦୧୬ | ଜଗ୍ଗୁ ଦାଦା | ନିଜେ | କନ୍ନଡ଼ | ଅତିଥି କଳାକାର |
୨୦୧୭ | ଏନ୍ନାକୁ ଭାଇତା ଆଡ଼ିମାଇଗଲ୍ | ଦିବ୍ୟା | ତାମିଲ | |
୨୦୧୭ | ଜେମିଣି ଗଣେଶାନମ୍ ସୁରୁଲି ରାଜାନମ୍ | ପ୍ରିୟା | ତାମିଲ | |
୨୦୧୭ | ମାସ୍ ଲିଡର୍ | କନ୍ନଡ଼ | ||
୨୦୧୮ | ଗାଲିପତା ୨ | କନ୍ନଡ଼ | Post-Production | |
୨୦୧୮ | ଆନ୍ନେଙ୍ଗିଲମ୍ ଆଲ୍ଲେନଗିଲମ୍ | ମାଲାୟଲମ୍ | ସୁଟିଂ ଚାଲିଛି | |
୨୦୧୮ | ମାଷ୍ଟରପିସ୍ | ମାଲାୟଲମ୍ | ସୁଟିଂ ଚାଲିଛି |
ବିବାହସମ୍ପାଦନ କରନ୍ତୁ
ପ୍ରାଣୀତା ସୁବାଷ ୩୦ ମଇ ୨୦୨୧ରେ ବାଙ୍ଗାଲୋରର ଜଣେ ବ୍ୟବସାୟୀ ନିତିନ ରାଜୁଙ୍କୁ ବିବାହ କରିଥିଲେ ।[୨୦]
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ "Pranitha Subhash Parents, Family Photos, Father Name, Biography". Sekho. Retrieved 4 February 2017.
- ↑ "Pranitha Subash on this week's Memu Saitham". The Times of India TV. 15 October 2016. Retrieved 4 February 2017.
- ↑ "CCL 4 - Pranitha, Suman Ranganath, Not The Brand Ambassadors Of Karnataka Bulldozers: Ashok Kheny". Filmi Beat. ୨୮ February 201୪. Retrieved 4 February 2017.
{{cite news}}
:|first=
missing|last=
(help); Check date values in:|date=
(help) - ↑ Hooli, Shekhar (11 May 2010). "Darshan's Porki completes 100 days". Filmi Beat. Retrieved 4 February 2017.
- ↑ "Pranitha moves to Tollywood". The Times of India. 1 July 2010.
- ↑ "I don't like to overwork: Pranitha Subhash". The Times of India. 23 June 2011.
- ↑ "60th Idea Filmfare Awards 2013 (South) Nominations". Filmfare. 4 July 2013. Retrieved 4 February 2017.
- ↑ "Pranitha Subhash joins Suriya's Masss - Times of India". Retrieved 4 February 2017.
- ↑ "Pranitha Pairs up with Vishnu Manchu"
- ↑ "Mahesh Babu, Samantha team up for third time". IANS Live. 15 April 2015. Retrieved 4 February 2017.
- ↑ "Pranitha, Kajal and Samantha with Mahesh Babu - Times of India". Retrieved 4 February 2017.
- ↑ "Pranitha is the heroine for Jai". Now Running. 21 June 2016. Retrieved 4 February 2017.
- ↑ "Whoa! Atharvaa Murali with four hottest beauties in his next". India Glitz. 31 August 2016. Retrieved 4 February 2017.
- ↑ "Shiva Rajkumar, Yogesh, Jaggesh, Pranitha at Leader movie launch". International Business Times. 18 August 2016.
- ↑ "Actress Anu Prabhakar and Praneetha Subhash inaugurates 16th edition of Jewels of India in Bangalore". RITZ Magazine. 11 October 2014. Retrieved 4 February 2017.
- ↑ [dailyworld.in/actress-pranitha-subash-at-a-launch-event/ "Actress Pranitha Subash at a launch event"]. DailyWorld.in. Retrieved 4 February 2017.
{{cite web}}
: Check|url=
value (help) - ↑ Kamal, S S (29 October 2015). "Pranitha turns her passion into a business". The Times of India. Retrieved 4 February 2017.
- ↑ "Actress Pranitha Pics at South Scope Life Style Awards 2016". C65.in. 16 December 2016. Retrieved 4 February 2017.
- ↑ "Pranita Subhash wins the SouthScope Emerging Actress of the year Award for the year 2016". SouthScope.in. Retrieved 4 February 2017.
- ↑ The Times of India (31 May 2021). "Actress Pranitha Subhash ties the knot on Sunday - Times of India". The Times of India (in ଇଂରାଜୀ). Archived from the original on 31 May 2021. Retrieved 31 May 2021.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଫେସବୁକରେ ପ୍ରଣୀତା ସୁଭାଷ
- ଟୁଇଟରରେ ପ୍ରଣୀତା ସୁଭାଷ
- ପ୍ରଣୀତା ସୁଭାଷ (ଇଣ୍ଟରନେଟ ମୁଭି ଡାଟାବେସରେ)