ପୋଖରାନ

ରାଜସ୍ଥାନର ସହର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପୋଖରାନ
ସହର (ପୌରପରିଷଦ)
ଦେଶ ଭାରତ
ରାଜ୍ୟରାଜସ୍ଥାନ
ଜିଲ୍ଲାଜୟସଲମେର
Elevation
233 m (764 ft)
Population
 (2001)
 • Total୧୯,୧୮୬
Time zoneUTC+୫.୩୦ (ଆଇ.ଏସ୍.ଟି)

ପୋଖରାନ (କେହି କେହି ପୋକରନ, ପୋଖରାଣ ବା ପୋଖରନ ବୋଲି ମଧ୍ୟ କହିଥାନ୍ତି) ହେଉଛି ଏକ ପୌରପାଳିକା ସହର। ଏହା ରାଜସ୍ଥାନର ଜୟସଲମେର ଜିଲ୍ଲାରେ ଅବସ୍ଥିତ । ଏହା ଥର ମରୁଭୂମି ଅନ୍ତର୍ଗତ ଏକ ଦୂରବର୍ତ୍ତୀ ସ୍ଥାନ । ଏହା ଭାରତର ପ୍ରଥମ ଭୂମିତଳ ଆଣବିକ ପରୀକ୍ଷଣ ଓ ବିଷ୍ଫୋରଣ ପାଇଁ ଚର୍ଚ୍ଚିତ ।

ଭୂଗୋଳ ସମ୍ପାଦନା

ପୋଖରଣର ଅବସ୍ଥିତି 26°55′N 71°55′E / 26.92°N 71.92°E / 26.92; 71.92[୧]

ଏହା ସମୁଦ୍ରପତ୍ତନଠାରୁ ୨୩୩ ମିଟିର (୭୬୪ଫୁଟ) ଉଚ୍ଚତାରେ ଅବସ୍ଥିତ । ଏହି ଅଞ୍ଚଳଟି ବାଲୁକାମୟ ଓ ପଥୁରିଆ। ପୋଖରାଣ ଶବ୍ଦର ଅର୍ଥ ହେଉଛି ପାଞ୍ଚଟି ମରିଚୀକାର ଦେଶ। ଜୋଧପୁରରୁ ଜୟସାଲମର ଅଥବା ବିକାନେରରୁ ଜୟସାଲମର ଯିବା ବାଟରେ ଏହା ପଡ଼େ ।

 
ପୋଖରାନ ଦୁର୍ଗ

ଜନସଂଖ୍ୟା ସମ୍ପାଦନା

୨୦୦୧ର ଜନଗଣନା ଅନୁସାରେ ପୋଖରଣର ମୋଟ ଜନସଂଖ୍ୟା ୧୯୧୮୬। ସେଥିମଧ୍ୟରୁ ଶତକଡ଼ା ୫୫ଜଣ ପୁରୁଷ ଓ ଶତକଡ଼ା ୪୫ଜଣ ମହିଳା। ପୋଖରଣର ହାରାହାରି ସାକ୍ଷରତା ହାର ଶତକଡ଼ା ୫୬ ସେଥିଭିତରୁ ପୁରୁଷ ସାକ୍ଷରତାର ହାର ୬୮% ଓ ସ୍ତ୍ରୀ ସାକ୍ଷରତାର ହାର ୪୧% । ପୋଖରଣରେ ୧୯% ଜନସଂଖ୍ୟାର ଆୟୁ ୬ ବର୍ଷରୁ କମ୍।

ରାଜା ସମ୍ପାଦନା

  • ତୋମାର ରାଜବଂଶ - ରାଜା ଆଜମଲ ତୋମାର। ସେ ଦିଲ୍ଲୀର ଅନଗପାଲ ତୋମାରଙ୍କ ବଂଶଧର। ତାଙ୍କର ପୁତ୍ର ହେଉଛନ୍ତି ବାବା ରାମଦେବ
  • ମାରୱାର ଓ ଜୋଧପୁରର ରାଠୋର ବଂଶର ଉପବଂଶୋଦ୍ଭବ ଚମ୍ପାବଟମାନଙ୍କର ଶାସନାଧିନ।

ଦର୍ଶନୀୟ ସ୍ଥାନ ସମ୍ପାଦନା

  • ମରୁଭୂମିର ମଧ୍ୟବର୍ତ୍ତୀ ଚତୁର୍ଦ୍ଦଶ ଶତାବ୍ଦୀର ପୋଖରାଣ ଦୁର୍ଗ ଯହା ବାଳଗଡ଼ ନାମରେ ପରିଚିତ। ଏହା ଚମ୍ପାୱତ ରାଜାମାନଙ୍କର କୀର୍ତ୍ତି।
  • ଜୟସଲମେର ନାମକ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ସଡ଼କ ପଥରେ ଗଲେ ଏହାଠାରୁ ଅଳ୍ପ କେଇଘଣ୍ଟାର ଦୂରତାରେ ଅବସ୍ଥିତ।
  • ପୋଖରଣ ମଧ୍ୟ ଜୈନମାନଙ୍କର ଏକ ତୀର୍ଥସ୍ଥାନ। ଜୈନମାନଙ୍କର ୨୩ତମ ତୀର୍ଥଙ୍କରଙ୍କର ଏକ ମନ୍ଦିର ଏଠାରେ ଅବସ୍ଥିତ।
  • ଏଠାରେ ଏକ ଐତିହାସିକ ଶିଖ ଗୁରୁଦ୍ୱାରା ଦମଦମା ସାହିବ ମଧ୍ୟ ରହିଛି। ଗୁରୁ ନାନକ ତାଙ୍କ ପର୍ଯ୍ୟଟନ ସମୟରେ ଏହି ସ୍ଥାନକୁ ଆସିଥିଲେ।

ପୋଖରାନ ପରୀକ୍ଷଣ ସ୍ଥଳୀ ସମ୍ପାଦନା

ଏହା ଭାରତୀୟ ଆଣବିକ କାର୍ଯ୍ୟକ୍ରମର ଏକ ପ୍ରମୁକ ପରୀକ୍ଷଣ ସ୍ଥଳ। ଏହା ଭାରତୀୟ ସ୍ଥଳସେନାର ଯନ୍ତ୍ରୀ ମାନଙ୍କଦ୍ୱାରା ନିର୍ମିତ ଓ ଏହାର ଅଧିନରେ ପରିଚାଳିତ। ୭ ସେପ୍ଟେମ୍ବର ୧୯୭୪ରେ ତତ୍କାଳୀନ ଭାରତର ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେତେବେଳେ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଏଠାରେ କ୍ଷୁଦ୍ର ଆଣବିକ ଅସ୍ତ୍ରର ବିସ୍ଫୋରଣ ଓ ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଲେ, ସେତେବେଳେ ଏହା ଲୋକ ଲୋଚନକୁ ଆସିଲା। ଏହାର ବିକାଶ ହେଉଥିବା ସମୟରେ ଏହାକୁ ଭାରତ ସରକାରଙ୍କଦ୍ୱାରା ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରକ (Peaceful nuclear explosions ବା Peaceful Nuclear Explosive) (PNE) ବୋଲି କୁହାଯାଉଥିଲା। ଭାରତ ସରକାର ଘୋଷଣା କରିଥିଲେ ଯେ, ଯଦିଓ ତାଙ୍କର ଆଣବିକ ଅସ୍ତ୍ର ନିର୍ମାଣ କରିବାର କ୍ଷମତା ରହିଛି, ତଥାପି ସେ ଏହା କରୁ ନାହାନ୍ତି। ପୋଖରାନ ଆଣବିକ ବିସ୍ଫୋରଣ ଭାରତକୁ ଆଣବିକ ଶକ୍ତିରେ ଆତ୍ମ ନିର୍ଭରଶୀଳ ବୋଲି ଘୋଷିତ କଲା।

କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ୧୧ ମେ ଓ ୧୩ ମେ ୧୯୯୮ରେ ପାଞ୍ଚଟି ଆଣବିକ ପରୀକ୍ଷଣ କରିଥିଲା।

ଆଣବିକ ପରୀକ୍ଷଣ ସମ୍ପାଦନା

ପ୍ରଥମ ପରୀକ୍ଷଣର ଦୀର୍ଘ ୨୪ ବର୍ଷ ପରେ, ୧୧ ମେ ୧୯୯୮ରେ ଆଣବିକ ଶକ୍ତି କମିଶନ (Atomic Energy Commission of India) ତଥା ରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ (Defence Research and Development Organisation) (DRDO) ସେମାନଙ୍କର ମିଳିତ କାର୍ଯକ୍ରମ ଅନ୍ତର୍ଗତ ପୋଖରାନ ଦ୍ୱିତୀୟ (Pokhran-II) ପରୀକ୍ଷଣ କରିଥିଲେ। ଆଣବିକ ଶକ୍ତି କମିଶନ ଏଠାରେ ଭୂମିତଳେ ଚାରିଟି ଆଣବିକ ଉପକରଣର ବିସ୍ଫୋରଣ କରି ପରୀକ୍ଷା କରିଥିଲେ। ମେ ୧୧ରେ ଅପରେଶନ ଶକ୍ତି (Operation Shakti) ନାମରେ ଏକ ତାପ-ଆଣବିକ (thermonuclear) ଉପକରଣର ଏକ ପରୀକ୍ଷଣ ହୋଇଥିଲା ଯାହା ଆଶାନୁରୂପ ନ ଥିଲା। ସେବେଠାରୁ ଏପରି ପରୀକ୍ଷଣକୁ ସ୍ଥଗିତ କରି ଦିଆଯାଇଥିଲା।

ସଂଶ୍ଳିଷ୍ଟ ବୈଜ୍ଞାନିକ ଓ ଯନ୍ତ୍ରୀ ସମ୍ପାଦନା

ଏହି ଦଳର ନେତୃତ୍ୱ କରିଥିଲେ ରାଜଗୋପାଳ ଚିଦାମ୍ବରମ। ଏହାର ସଦସ୍ୟମାନେ ଥିଲେ ଏ.ପି.ଜେ. ଅବଦୁଲ କାଲାମ, ଡଃ ରାଜା ରମନ୍ନା, ପି.କେ. ଆୟଂଗର, ଏନ.ଏସ. ଭେଂକଟେଶନ ଓ ଡଃ ବାମନ ଦତ୍ତାତ୍ରେୟ ପଟ୍ଟବର୍ଦ୍ଧନ। ଏଥିରେ ୭୫ରୁ ଅଧିକ ବୈଜ୍ଞାନିକ ଓ ଯନ୍ତ୍ରୀ (୧୯୬୭ରୁ ୧୯୭୪ ପର୍ଯ୍ୟନ୍ତ)ଥିଲେ।

ପରମାଣୁ ଉପରକଣ ସମ୍ପାଦନା

ରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ (Defence Research and Development Organisation) (DRDO)ଙ୍କ ଦେଇ ବିକଶିତ ଏକ ଅତି ବିସ୍ଫୋଟକ ବୋମର ବ୍ୟବହାର ଏଠାରେ ହୋଇଥିଲା। ଏହା ଅନ୍ତବର୍ତ୍ତୀ ପ୍ରକ୍ଷେପାସ୍ତ୍ର ଅନୁସନ୍ଧାନ ପ୍ରୟୋଗଶାଳା (Terminal Ballistics Research Laboratory) (TBRL), ଚଣ୍ଡୀଗଡ଼ରେ ନିର୍ମିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ଆମେରିକୀୟ ବୋମାର ଅନୁରୂପ ହୋଇଥିଲେ ମଧ୍ୟ ଏହା ଅପେକ୍ଷାକୃତ ସରଳ ଥିଲା। ଏହାର ବିସ୍ପୋରଣକାରୀ ଯନ୍ତ୍ର ଡି.ଆର.ଡି.ଓଙ୍କ ପୁନାସ୍ଥିତ ଉଚ୍ଚ ଊର୍ଜାଯୁକ୍ତ ବସ୍ତୁ ଅନୁସନ୍ଧାନ ସଂସ୍ଥାନ (High Energy Materials Research Laboratory)(HEMRL)ଙ୍କଦ୍ୱାରା ତିଆରି ହୋଇଥିଲା।

ପରମାଣୁ ବୋମାର ଫଳାଫଳ ସମ୍ପାଦନା

ପରିପୂର୍ଣ୍ଣ ଉପକରଣଟି ଷଡକୋଣ ବିଶିଷ୍ଟ ଥିଲା। ଏହାର ବ୍ୟାସ ୧.୨୫ ମିଟର ଥିଲା ଓ ଓଜନ ଥିଲା ୧୪୦୦ କି.ଗ୍ରା.। ଏହାକୁ ସକାଳ ୮ଟା ୫ ମିନିଟରେ ପୋଖରାନରେ ବିସ୍ଫୋରଣ କରାଯାଇଥିଲା। [show location on an interactive map] 27°05′42″N 71°45′11″E / 27.095°N 71.753°E / 27.095; 71.753.

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Falling Rain Genomics, Inc. - Map and weather data for Pokhran".