ପେରିଓରାଲ ଚର୍ମପ୍ରଦାହ
ପେରିଓରାଲ ଚର୍ମପ୍ରଦାହ (ଇଂରାଜୀ ଭାଷାରେ ) ଏକ ପ୍ରକାର ଚର୍ମ ରାସ ଯାହା ସାଧାରଣତଃ ପାଟି, ଆଖି ଓ ନାକ ଚାରିପାଖରେ ଦେଖାଯାଏ । [୨] [୧] ଲକ୍ଷଣଗୁଡ଼ିକରେ ଏକାଧିକ ଛୋଟ (୧-୨ମିମି) ଲାଲ ରଙ୍ଗର ଫୁଲା ଏବଂ ବେଳେବେଳେ ଏକ ଛୋଟ ବିଷ୍ଫୋଟ ଦେଖାଯାଏ ।[୧] ଗଲୁ କିମ୍ବା ଜ୍ୱଳନ ମଧ୍ୟ ଥାଇପାରେ ।[୨] ବେଳେ ବେଳେ ଯୌନାଙ୍ଗ ଜଡିତ ହୋଇପାରେ ।[୧] ଓଠର ଅତି ପାଖରେ ସାଧାରଣତଃ ଏହା ନଥାଏ । [୨]
Perioral dermatitis | |
---|---|
Periorificial dermatitis | |
ବିଭାଗ | Dermatology |
ଲକ୍ଷଣ | Multiple small red bumps and blisters around the mouth, nose, and eyes[୧] |
ଆକ୍ରାନ୍ତ ସମୟ | 15 to 45 year old women[୧] |
କାରଣ | Unknown[୨] |
ବିପଦ କାରକ | Topical steroids, cosmetics, moisturizer[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptom[୨] |
ସଠିକ ରୋଗ ନିର୍ଣ୍ଣୟ | Rosacea, acne, lip licker's dermatitis[୨] |
ଚିକିତ୍ସା | Stopping steroids, metronidazole, tetracycline[୨] |
ପୁନଃପୌନିକ | Common[୧] |
ଏହାର କାରଣ ଅସ୍ପଷ୍ଟ ରହିଛି । [୨] ସ୍ଥାନୀୟ କିମ୍ବା ପ୍ରଶ୍ୱାସରେ ଷ୍ଟିରଏଡ ଗ୍ରହଣ ଏବଂ ମଏଶ୍ଚରାଇଜର, ପ୍ରସାଧନ ସାମଗ୍ରୀ, ଫ୍ଲୋରିଡେଟେଡ୍ ଟୁଥପେଷ୍ଟ ଏବଂ ସନସ୍କ୍ରିନ ଏଥିରେ ସହାୟକ ହୋଇପାରେ । [୨] [୧] ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ଓଅସ୍ପଷ୍ଟ କ୍ଷେତ୍ରରେ ଚର୍ମ ବାୟୋପ୍ସି କରାଯାଏ ।[୨] ରୋଜେସା, ବ୍ରଣ, ଆଲର୍ଜି ଚର୍ମ ପ୍ରଦାହ ଏବଂ ଲିପ୍ ଲିକର୍ ଡର୍ମାଟାଇଟିସ୍ ଇତ୍ୟାଦି ରୋଗରେ ଏହିଭଳି ଲକ୍ଷଣ ଦେଖାଯାଏ । [୨]
ଷ୍ଟିରଏଡ୍ କ୍ରିମ୍, ପ୍ରସାଧନ ସାମଗ୍ରୀ ଏବଂ ସନସ୍କ୍ରିନ ବ୍ୟବହାର ବନ୍ଦ କରି ଚିକିତ୍ସା କରାଯାଏ ।[୧] ତୁରନ୍ତ ଷ୍ଟିରଏଡ ବନ୍ଦ କଲେ ପ୍ରାରମ୍ଭରେ ଦାଗ ଖରାପ ହୋଇପାରେ ଏବଂ ଧୀରେ ଧୀରେ ବନ୍ଦ କଲେ ଉପଶମ ହୋଇଯାଏ ।[୧] ପ୍ରାରମ୍ଭରେ ମେଟ୍ରୋନିଡାଜୋଲ କିମ୍ବା କ୍ଲିଣ୍ଡାମାଇସିନ୍ କ୍ରିମ୍ ଦିଆଯାଇପାରେ ।[୨] ଏହା ପର୍ଯ୍ୟାପ୍ତ ନହେଲେ ଡକ୍ସିସାଇକ୍ଲିନ୍, ଟେଟ୍ରାସାଇକ୍ଲିନ୍, କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ବ୍ୟବହାର କରାଯାଇପାରେ । [୨] [୧] ଉନ୍ନତି ପାଇଁ କିଛି ସପ୍ତାହ କିମ୍ବା କିଛି ମାସ ସମୟ ଲାଗିପାରେ | [୧] [୨] ଏହା ଦୀର୍ଘକାଳୀନ ହୋଇପାରେ କିମ୍ବା ଏହାର ପୁନରାବୃତ୍ତି ହୋଇପାରେ । [୨]
ବିକଶିତ ଦେଶରେ ବର୍ଷକୁ ୦.୫-୧ % ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଯହାଏ ବୋଲି ଆକଳନ କରାଯାଇଛି । [୩] ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ୯୦% ପର୍ଯ୍ୟନ୍ତ ୧୫ରୁ ୪୫ ବର୍ଷ ବୟସର ମହିଳା ଅଟନ୍ତି । [୧] [୩] ଶବ୍ଦ "ଡର୍ମାଟାଇଟିସ୍" ଏକ ଭୁଲ୍ ଶବ୍ଦ କାରଣ ଏହା ବିଇଞ୍ଚି ବା ଏକଜିମା ନୁହେଁ । [୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Periorificial dermatitis". dermnetnz.org (in ଇଂରାଜୀ). DermNet NZ. Archived from the original on 11 April 2021. Retrieved 6 July 2021.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Tolaymat, L; Hall, MR (January 2021). "Perioral Dermatitis". PMID 30247843.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ "Perioral Dermatitis: Background, Pathophysiology, Etiology of Perioral Dermatitis". 26 June 2021. Archived from the original on 5 May 2021. Retrieved 6 July 2021.