ପେମ୍ବ୍ରୋଲିଜୁମାବ
ପେମ୍ବ୍ରୋଲିଜୁମାବ (ପୂର୍ବ ନାମ ଲାମ୍ବ୍ରୋଲିଜୁମାବ, ବ୍ରାଣ୍ଡ ନାମ କିଟ୍ରୁଡା) ଏକ ଔଷଧର ନାମ ଯାହା କର୍କଟ ଇମ୍ମ୍ୟୁନୋଥେରାପିରେ ବ୍ୟବହୃତ ହୁଏ ।[୫] ମେଲାନୋମା, ଫୁସଫୁସ କର୍କଟ, ମୁଣ୍ଡ ଏବଂ ବେକ କର୍କଟ, ହଜକିନ୍ସ ଲିମ୍ଫୋମା, ଗର୍ଭାଶୟ କର୍କଟ ଏବଂ ପାକସ୍ଥଳୀ କର୍କଟ ଇତ୍ୟାଦି ରୋଗମାନଙ୍କରେ ଚିକିତ୍ସାରେ ଦିଆଯାଏ ।[୬] ଏହା ଶିରାଭ୍ୟନ୍ତର ଇଞ୍ଜକସନଦ୍ୱାରା ଧୀରେ ଧୀରେ ଦିଆଯାଏ ।[୬]
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | PD-1 |
Clinical data | |
Trade names | Keytruda |
Synonyms | MK-3475, lambrolizumab |
AHFS/Drugs.com | monograph |
MedlinePlus | a614048 |
data |
|
Pregnancy category | |
Routes of administration | Intravenous |
Drug class | Antineoplastic agents |
ATC code | |
Legal status | |
Legal status | |
Identifiers | |
CAS Number | |
DrugBank | |
ChemSpider |
|
UNII | |
KEGG | |
ChEMBL | |
ECHA InfoCard | 100.234.370 |
Chemical and physical data | |
Formula | C6534H10004N1716O2036S46 |
Molar mass | ୧,୪୬,୬୪୮.୬୪ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ମାଂସପେଶୀ ଯନ୍ତ୍ରଣା, ଭୋକ କମିବା, ଗଲୁ ଚର୍ମ, ତରଳ ଝାଡ଼ା, ବାନ୍ତି, ରାସ, ଜ୍ୱର, କାଶ, ଶ୍ୱାସକ୍ରିୟାରେ ଅସୁବିଧା, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ବୃକ୍କ ସମସ୍ୟା ହୋଇପାରେ ।[୬] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୭] ଏହା ଏକ ଆଇଜିଜି୪ (IgG4) ଆଇସୋଟାଇପ ମାନିବିକ ଆଣ୍ଟିବଡି ଯାହା କର୍କଟ କୋଷର ପ୍ରତିରକ୍ଷା ପ୍ରଣାଳୀକୁ ଅବରୋଧ କରିଥାଏ ଏବଂ ଏହାଦ୍ୱାରା ଇମ୍ମ୍ୟୁନ ପ୍ରଣାଳୀ ସେମାନଙ୍କୁ ନଷ୍ଟ କରିଦିଏ ।[୬] ଏହା ଲିମ୍ଫୋସାଇଟର ପ୍ରୋଗ୍ରାନ ହୋଇଥିବା କୋଷ ମୃତ୍ୟୁ ପ୍ରୋଟିନ ୧ (ପିଡି-୧) ରିସେପ୍ଟରକୁ ଟାର୍ଗେଟ୍ କରେ ।[୬]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପେମ୍ବ୍ରୋଲିଜୁମାବ ଅନୁମୋଦିତ ହୋଇଥିଲା ।[୫] ୨୦୧୭ ମସିହାରେ ଏହା କାଢ଼ି ନ ହେଉଥିବା ଓ ଜେନେଟିକ ଅସଙ୍ଗତି ଥିବା ତଥା ମେଟାସ୍ଟାସିସ ହୋଇଥିବା କଠିନ ଅର୍ବୁଦର ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୮]ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ନିଭୋଲୁମାବର ବିକଳ୍ପ ଭାବରେ ଅଛି ।[୯] ଯୁକ୍ତରାଜ୍ୟରେ ସାଧାରଣ ଡୋଜ ୨୦୨୦ ମସିହାରେ ପ୍ରତି ତିନି ସପ୍ତାହରେ ୫୨୬୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୧୦] ଯୁକ୍ତରାଷ୍ଟ୍ରରେ ଏହି ରାଶି ୮,୭୬୦ ଡଲାର ଅଟେ ।[୧୧]
ଆଧାର
ସମ୍ପାଦନା- ↑ "Pembrolizumab (Keytruda) Use During Pregnancy". Drugs.com. 24 September 2019. Retrieved 10 January 2020.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Keytruda EPAR
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Keytruda 50 mg powder for concentrate for solution for infusion - Summary of Product Characteristics (SmPC)". (emc). 7 April 2020. Archived from the original on 13 December 2017. Retrieved 30 April 2020.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Keytruda label
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୫.୦ ୫.୧ ୫.୨ "Pembrolizumab Monograph for Professionals". Drugs.com. American Society of Health-System Pharmacists. Retrieved 15 July 2019.
- ↑ ୬.୦ ୬.୧ ୬.୨ ୬.୩ ୬.୪ "Pembrolizumab Monograph for Professionals". Drugs.com. American Society of Health-System Pharmacists. Retrieved 15 July 2019.
- ↑ "Pembrolizumab (Keytruda) Use During Pregnancy". Drugs.com (in ଇଂରାଜୀ). Retrieved 19 October 2020.
- ↑ Syn, Nicholas L; Teng, Michele W L; Mok, Tony S K; Soo, Ross A (2017). "De-novo and acquired resistance to immune checkpoint targeting". The Lancet Oncology. 18 (12): e731–e741. doi:10.1016/s1470-2045(17)30607-1. PMID 29208439.
- ↑ BNF 79. London: Pharmaceutical Press. March 2020. p. 909. ISBN 978-0857113658.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ Huang, M; Lou, Y; Pellissier, J; Burke, T; Liu, FX; Xu, R; Velcheti, V (August 2017). "Cost Effectiveness of Pembrolizumab vs. Standard-of-Care Chemotherapy as First-Line Treatment for Metastatic NSCLC that Expresses High Levels of PD-L1 in the United States". PharmacoEconomics. 35 (8): 831–844. doi:10.1007/s40273-017-0527-z. PMID 28620848.