ହଜକିନ୍ସ ଲିମ୍ଫୋମା

ହଜକିନ୍ସ ଲିମ୍ଫୋମା (ଇଂରାଜୀ ଭାଷାରେ Hodgkin's lymphoma ଅଳ୍ପରେ ଏଚଏଲ/ HL ବା ହଜକିନ୍ସ ଡିଜିଜ) ଏକ ପ୍ରକାର ଲିମ୍ଫୋମା (lymphoma) ରୋଗ ଯାହା ଶ୍ୱେତ ରକ୍ତ କଣିକାର ଲିମ୍ଫୋସାଇଟରୁ ଜାତ ହେଉଥିବା ବିଶ୍ୱାସ କରାଯାଏ ।[୨] ଏ ରୋଗରେ ଜ୍ୱର, ରାତ୍ରୀକାଳୀନ ଝାଳ (night sweats) ଓ ଓଜନ ହ୍ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ବେକ, ବାହୁ ତଳ ପାର୍ଶ୍ୱ ବା ଉରୁସନ୍ଧିରେ (groin) ଲସିକା ଗ୍ରନ୍ଥି ଯନ୍ତ୍ରଣାହୀନ ହୋଇ ବଢ଼ିଯାଏ । ରୋଗୀ ଥକ୍କା ଅନୁଭବ କରେ ଓ ଗଲୁ ହୁଏ ।[୩]

ହଜ୍‌କିନ୍ସ ଲିମ୍ଫୋମା
ପ୍ରତିଶବ୍ଦ - Hodgkin lymphoma, Hodgkin's disease[୧]
ମାଇକ୍ରୋଗ୍ରାଫରେ (Micrograph) ହଜ୍‌କିନ ଲିମ୍ଫୋମା ଦେଖାଯାଉଛି (Field stain) ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିରକ୍ତରୋଗ ବିଜ୍ଞାନ (Hematology) ଓ ଅର୍ବୁଦ ବିଜ୍ଞାନ (oncology)
ଆଇସିଡ଼ି-୧୦C81.
ଆଇସିଡ଼ି-୯-ସିଏମ୍201
ଆଇସିଡ଼ି-ଓ9650/3-9667/3
ରୋଗ ଡାଟାବେସ5973
ମେଡ଼ିସିନ-ପ୍ଲସ000580
ଇ-ମେଡ଼ିସିନmed/1022
Patient UKହଜକିନ୍ସ ଲିମ୍ଫୋମା
MeSHD006689

ପ୍ରାୟ ଅର୍ଦ୍ଧେକ ସଂଖ୍ୟକ କେଶ୍‌ରେ ଏପସ୍ଟେନ-ବାର ଭୁତାଣୁ (Epstein–Barr virus ବା EBV)) ଯୋଗୁ ଏ ରୋଗ ହୁଏ ।[୪] ପାରିବାରିକ ଇତିହାସ ଓ ଏଚଆଇଭି/ଏଆଇଡିଏସ ଥିଲେ ଏହି ରୋଗ ସଙ୍କଟ ରହେ ।[୩][୪] ମୂଖ୍ୟତଃ ଦୁଇ ପ୍ରକାର ଲିମ୍ଫୋମା ଯଥା: କ୍ଲାସିକାଲ ହଜକିନ୍ସ ଲିମ୍ଫୋମା ଓ ନୋଡ୍ୟୁଲାର ଲିମ୍ଫୋସାଇଟ-ପ୍ରିଡୋମିନାଣ୍ଟ ଲିମ୍ଫୋମା (nodular lymphocyte-predominant Hodgkin lymphoma) ଦେଖାଯାଏ ।[୫]

କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy) ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplant) ସାହାଯ୍ୟରେ ହଜକିନ୍ସ ଲିମ୍ଫୋମା ରୋଗର ଚିକିତ୍ସା କରାଯାଏ । ରୋଗର ଅଗ୍ରଗତି ଓ ଅନୁକୂଳ ଚିହ୍ନ ଉପରେ ଚିକିତ୍ସା ନିର୍ଭର କରେ ।[୬] ପ୍ରାଥମିକ ଅବସ୍ଥାରେ ଆରୋଗ୍ୟ ସମ୍ଭବ ଥାଏ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା (percentage of people who survive five years) ହାର ପ୍ରାୟ ୮୬% ।[୫] ରୋଗୀ ବୟସ ୨୦ରୁ କମ୍ ଥିଲେ ବଞ୍ଚିବା ହାର ପ୍ରାୟ ୯୭% ।[୮] ରାଡିଏସନ ଓ କେମୋଥେରାପି ଔଷଧ ଯୋଗୁ ପରବର୍ତ୍ତୀ ବର୍ଷମାନଙ୍କରେ ଅନ୍ୟ କର୍କଟ ରୋଗ, ହୃତ୍‌ପିଣ୍ଡ ରୋଗ ବା ଫୁସଫୁସ ରୋଗ ସଙ୍କଟ ବଢ଼ିଯାଏ ।[୭]

ସନ ୨୦୧୩ରେ ପ୍ରାୟ ୭୨୫,୦୦୦ ହଜକିନ୍ସ ଲିମ୍ଫୋମା ରୋଗୀଙ୍କ ମଧ୍ୟରୁ ୨୪,୦୦୦ ମୃତ୍ୟୁ ବରଣ କରିଥିଲେ ।[୯][୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ୦.୨% ଲୋକ ଜୀବନରେ କେତେବେଳେ ହେଲେ ଆକ୍ରାନ୍ତ ହୁଅନ୍ତି । ବୟସ ୨୦ରୁ ୪୦ ମଧ୍ୟରେ ସାଧାରଣତଃ ଏହି ରୋଗ ନିର୍ଣ୍ଣୟ ହୋଇଥାଏ ।[୫] ସନ ୧୮୩୨ରେ ଇଂରାଜୀ ଚିକିତ୍ସକ ଥୋମାସ ହଜକିନ (Thomas Hodgkin) ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଲିପିବଦ୍ଧ କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[୭][୧୧]

ଆଧାର ସମ୍ପାଦନା

  1. Lozano R, Naghavi M, Foreman K, Lim S, Shibuya K, Aboyans V, et al. (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. OCLC 23245604. PMID 23245604.
  2. Bower, Mark; Waxman, Jonathan (2011). Lecture Notes: Oncology (in ଇଂରାଜୀ) (2 ed.). John Wiley & Sons. p. 195. ISBN 9781118293003.
  3. ୩.୦ ୩.୧ "Adult Hodgkin Lymphoma Treatment (PDQ®)–Patient Version". NCI. August 3, 2016. Retrieved 12 August 2016.
  4. ୪.୦ ୪.୧ World Cancer Report 2014. World Health Organization. 2014. pp. Chapter 2.4. ISBN 9283204298.
  5. ୫.୦ ୫.୧ ୫.୨ "SEER Stat Fact Sheets: Hodgkin Lymphoma". NCI. April 2016. Retrieved 13 August 2016.
  6. "Adult Hodgkin Lymphoma Treatment (PDQ®)–Patient Version". NCI. August 3, 2016. Retrieved 13 August 2016.
  7. ୭.୦ ୭.୧ ୭.୨ Armitage JO (August 2010). "Early-stage Hodgkin's Lymphoma". N. Engl. J. Med. 363 (7): 653–62. doi:10.1056/NEJMra1003733. PMID 20818856.
  8. Ward, E; DeSantis, C; Robbins, A; Kohler, B; Jemal, A (2014). "Childhood and adolescent cancer statistics, 2014". CA: a cancer journal for clinicians. 64 (2): 83–103. PMID 24488779.
  9. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  10. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  11. Hodgkin T (1832). "On some morbid experiences of the absorbent glands and spleen". Med Chir Trans. 17: 69–97.