ପେମ୍ଫିଗଏଡ ଗର୍ଭଧାରଣ
ପେମ୍ଫିଗଏଡ ଗର୍ଭଧାରଣ (PG) (ଇଂରାଜୀ ଭାଷାରେ Pemphigoid gestationis ) ଯାହାକୁ ଜେଷ୍ଟେସନାଲ୍ ପେମ୍ଫିଗଏଡ ମଧ୍ୟ କୁହାଯାଏ, ହେଉଛି ଚର୍ମ ରୋଗର ଏକ ପ୍ରକାର ଅଟୋଇମ୍ୟୁନ ଡିଜିଜ ଯାହା ଗର୍ଭଧାରଣ ସମୟରେ ପ୍ରଥମେ ଦେଖାଯାଏ ।[୨] ଏହାର ଲକ୍ଷଣ ମଧ୍ୟରେ ଫୁଲା, ଛୋଟ ଗୁଣ୍ଡ, ହାଇଭ୍ସ ଏବଂ ତୀବ୍ର ଗଲୁ ହୋଇପାରେ ।[୧] ଛାତି ଏବଂ ଅଙ୍ଗରେ ବିସ୍ତାର ହେବା ପୂର୍ବରୁ ଏହା ସାଧାରଣତଃ ନାଭି ଚାରିପାଖରୁ ଆରମ୍ଭ ହୋଇଥାଏ କିନ୍ତୁ ମୁଣ୍ଡ, ମୁହଁ ଏବଂ ପାଟିକୁ ଅବ୍ୟାହତି ଦିଆଯାଏ ।[୧] [୩] ଏହା ଗର୍ଭଧାରଣର ମଧ୍ୟଭାଗରେ ବା ପ୍ରସବ ପର ସମୟରେ ଆରମ୍ଭ ହୁଏ ।[୧] [୪]
Pemphigoid gestationis | |
---|---|
Gestational pemphigoid, herpes gestationis[୧] | |
ବିଭାଗ | Dermatology. obstetrics |
ଲକ୍ଷଣ | Blisters, itch, hives[୧] |
ଆକ୍ରାନ୍ତ ସମୟ | Mid pregnancy to shortly after birth[୧] |
ଅବଧି | Around 6-months[୧] |
କାରଣ | Autoimmune[୧] |
ବିପଦ କାରକ | Pregnancy, molar pregnancy, choriocarcinoma, birth control pill[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Appearance, skin biopsy with immunofluorescence[୧] |
ସଠିକ ରୋଗ ନିର୍ଣ୍ଣୟ | Pruritic urticarial papules and plaques of pregnancy, erythema multiforme, drug reactions, scabies[୧] |
ଔଷଧ | Prednisolone 40mg/day by mouth[୧] |
ଚିକିତ୍ସା | Corticosteroid applied to the skin or by mouth[୧] |
ପୁନଃପୌନିକ | 1 in 20,000 to 50,000 pregnancies[୧] |
ଏଥିରେ ମାତାର ନିଜ ଚର୍ମ ବିରୁଦ୍ଧରେ ଆଣ୍ଟିବଡି ତିଆରି ହୋଇଥାଏ, ଫଳସ୍ୱରୂପ ଚର୍ମ ସ୍ତରଗୁଡିକ ଫାଟିଯାଇ ଫୋଟକା ସୃଷ୍ଟି ହୁଏ ।[୩] ଏହା ସମ୍ଭବତଃ ମା’ର ରକ୍ତରେ କିଛି ପ୍ଲେସେଣ୍ଟା କୋଷ ପ୍ରବେଶ କରିବା ଯୋଗୁ ହୁଏ ।[୩] ସଙ୍କଟ କାରକ ମଧ୍ୟରେ ମୋଲାର ଗର୍ଭଧାରଣ ଏବଂ କୋରିଓକାର୍ସିନୋମା ହୋଇପାରେ ।[୧] ଏହା ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ ଏବଂ ପରିବାରରେ ଚାଲିନଥାଏ ।[୩] ଏହା ସାଧାରଣତ ଛଅ ମାସ ପର୍ଯ୍ୟନ୍ତ ରହିଥାଏ ଏବଂ ଭବିଷ୍ୟତରେ ଗର୍ଭଧାରଣ, ମାସିକ ଋତୁସ୍ରାବ ଏବଂ ଜନ୍ମ ନିୟନ୍ତ୍ରଣ ବଟିକା ସେବନଠାରୁ ପୁନର୍ବାର ହୋଇପାରେ ।[୧] କିଛି ଲୋକଙ୍କ ମଧ୍ୟରେ, ଏହା ଦୀର୍ଘକାଳୀନ ହୋଇ ରହିଥାଏ ।[୧] ରୋଗର ଲକ୍ଷଣ, ରକ୍ତ ପରୀକ୍ଷା, ଏବଂ ଇମ୍ୟୁନୋଫ୍ଲୋରିସେନ୍ସ ସହିତ ଚର୍ମ ବାୟୋପସି ସାହାଯ୍ୟରେ ନିର୍ଣ୍ଣୟ କରାଯାଏ ।[୫] [୪] ଏହା ପ୍ରୁରିଟିକ୍ ୟୁର୍ଟାରିଆଲ୍ ପାପୁଲ୍ସ ଓ ଗର୍ଭାବସ୍ଥାର ପ୍ଲେକ୍ (PUPP), ଏରିଦେମା ମଲ୍ଟିଫର୍ମ, ଔଷଧ ପ୍ରତିକ୍ରିୟା ଏବଂ ଫୁଲା କାଛୁ ଭଳି ଦେଖାଯାଇପାରେ ।[୧]
ଚିକିତ୍ସା ସାଧାରଣତ କର୍ଟିକୋଷ୍ଟେରଏଡ ସହିତ ହୋଇଥାଏ ଯାହା ଚର୍ମରେ ପ୍ରୟୋଗ କରାଯାଏ କିମ୍ବା ପାଟିରେ ପ୍ରେଡନିସୋଲୋନ ଦୈନିକ୪୦ମିଗ୍ରା ଦିଆଯାଏ ।[୧] ଚେଷ୍ଟା କରାଯାଇଥିବା ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ପାଇରିଡକ୍ସିନ ଏବଂ ନିକୋଟିନାମାଇଡ୍ ସହିତ ଟେଟ୍ରାସାଇକ୍ଲିନ୍ ଦିଆଯାଇପାରେ ।[୧] ଜଟିଳତା ମଧ୍ୟରେ ଏକ ଛୋଟ ଆକାର ଶିଶୁର ଅକାଳ ପ୍ରସବ ଅନ୍ତର୍ଭୁକ୍ତ ହୋଇପାରେ; କିମ୍ବା ଫୋଟକା ଏବଂ ହାଇଭ ସହିତ ହୋଇପାରେ, ଯାହା ସାଧାରଣତଃ ଛଅ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ ।[୩] ଫୋଟକା ପରବର୍ତ୍ତୀ ସମୟରେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇପାରେ। ।[୬] ପ୍ରଭାବିତ ମହିଳାଙ୍କ ମଧ୍ୟରୁ ପ୍ରାୟ ୧୦% ଗ୍ରଭସ ରୋଗରେ ଆକ୍ରାନ୍ତ ହୁଅନ୍ତି। [୧]
ପେମ୍ଫିଗଏଡ ଗର୍ଭଧାରଣ ୨୦,୦୦୦ରୁ ୫୦,୦୦୦ ଗର୍ଭଧାରଣ ମଧ୍ୟରୁ ପ୍ରାୟ ଜଣେ ଏହି ରୋଗରେ ପ୍ରଭାବିତ ହୋଇଥାଏ ।[୧] ଏହି ଅବସ୍ଥା ପ୍ରଥମେ ଲଣ୍ଡନର ଚିକିତ୍ସକ ଜନ୍ ଲସ୍ ମିଲଟନ୍ 1872 ମସିହାରେ ବର୍ଣ୍ଣନା କରିଥିଲେ ।[୭] ଫୁଲା ଦେଖାଯିବା ହେତୁ ଏହାକୁ ମୂଳତଃ ହର୍ପିସ୍ ଜେଷ୍ଟେସନ୍ କୁହାଯାଉଥିଲା ଯଦିଓ ଏହା ହର୍ପିସ୍ ଜୀବାଣୁ ସହିତ ଜଡିତ ନୁହେଁ ।[୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "21. Chronic blistering dermatoses". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 464–465. ISBN 978-0-323-54753-6. Archived from the original on 2023-06-30. Retrieved 2023-05-15.
- ↑ Wakelin, Sarah H. (2020). "22. Dermatology". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. pp. 686–687. ISBN 978-0-7020-7870-5.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Pemphigoid (herpes) gestationis". www.BAD.org.uk. British Association of Dermatologists. November 2020. Archived from the original on 2 February 2020. Retrieved 21 March 2022.
- ↑ ୪.୦ ୪.୧ Roth, MM (1 February 2011). "Pregnancy dermatoses: diagnosis, management, and controversies". American journal of clinical dermatology. 12 (1): 25–41. doi:10.2165/11532010-000000000-00000. PMID 21110524.
- ↑ Johnstone, Ronald B. (2017). "6. Vesiculobullous reaction pattern". Weedon's Skin Pathology Essentials (2nd ed.). Elsevier. p. 123. ISBN 978-0-7020-6830-0. Archived from the original on 2021-05-25. Retrieved 2022-03-21.
- ↑ "Pemphigoid gestationis | DermNet NZ". dermnetnz.org (in ଇଂରାଜୀ). Archived from the original on 9 March 2022. Retrieved 23 March 2022.
- ↑ Murrell, Dédée F. (28 April 2011). AutoImmune Blistering Disease Part I, An Issue of Dermatologic Clinics (in ଇଂରାଜୀ). Elsevier Health Sciences. p. 447. ISBN 978-1-4557-1247-2. Archived from the original on 19 December 2023. Retrieved 16 December 2023.