ପେପିତା ସେଠ୍
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ପେପିତା ସେଠ ଜଣେ ବ୍ରିଟିଶ ଜନ୍ମିତ ଲେଖିକା ଓ ଫଟୋଗ୍ରାଫର । ଭାରତୀୟ ରାଜ୍ୟ କେରଳର କଳା ଓ ଭାସ୍କର୍ଯ୍ୟ ଉପରେ ତାଙ୍କ ଲେଖା, କେରଳର ପୋଷା ହାତୀ " ଗୁରୁବାୟୁର କେଶବନ" ଉପରେ ଫଟୋଗ୍ରାଫ ପାଇଁ ବହୁଳ ଭାବରେ ପରିଚିତ । ଭାରତ ସରକାର ତାଙ୍କ ଅବଦାନ ପାଇଁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ । .[୧][୨]
Pepita Seth | |
---|---|
ଜନ୍ମ | Suffolk, UK |
ବୃତ୍ତି(ସମୂହ) | Writer, photographer |
ପୁରସ୍କାର | Padma Shri |
ଜୀବନୀ
ସମ୍ପାଦନାପେପିତା ସେଠଙ୍କ ଜନ୍ମ ଇଂଲଣ୍ଡର ସଫ୍ଫୋଳ୍କଠାରେ ହେଇଥିଲା । ତାଙ୍କ ପିତାମହ ବ୍ରିଟିଶ ଭାରତ ସମୟରେ ସେନାବାହିନୀରେ ଭାରତରେ ସେବାରତା ଥିଲେ । ସେହି ସମୟର କୁପ୍ରଥା ଅନୁସାରେ ପେପିତା ଝିଅ ହେଇଥିବାରୁ ସ୍କୁଲ ଶିକ୍ଷା ପ୍ରାପ୍ତ ହୋଇନଥିଲେ । ତେବେ ସେ ପରେ ନିଜ ଉଦ୍ୟମରେ ଶିକ୍ଷା ପ୍ରାପ୍ତ ହେଇ ଫିଲ୍ମ ସମ୍ପାଦନା ଶିଖିଲେ ଓ ଟେଡ କୋଟଚେଫ ଓ ଷ୍ଟାନଲେ ଦୋନେନ୍ଙ୍କ ପରି ଫିଲ୍ମ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିଥିଲେ । ସେ ତାଙ୍କ ପିତାମହଙ୍କ ସମୟର ବିବରଣୀକୁ ଲିପିବଦ୍ଧ କରିବାକୁ ସେ କଲିକତା ଆସି ସେହି ସମୟର ବ୍ରିଟିଶ ରାଜର ବିବରଣୀ ସବୁକୁ ଲେଖା ଓ ଫଟୋରେ ପ୍ରଦର୍ଶନ ପାଇଁ ଗବେଷଣାତ୍ମକ ଉଦ୍ୟମ କରିଥିଲେ । ୧୦୭୦ ମସିହାରେ ସେ କରିଥିବା ଏହି କାର୍ଯ୍ୟ ତାଙ୍କୁ ପ୍ରସିଦ୍ଧି ପ୍ରଦାନ କରିଥିଲା [୩][୪][୫]
ସେ କଲିକତାରୁ କେରଳର ଗୁରୁବାୟୁର ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ଆସି ଗୁରୁବାୟୁର ମନ୍ଦିରର କଳା ଓ ଭାସ୍କର୍ଜୀରେ ଅଭିଭୂତ ହେଇଥିଲେ । ସେ ୧୯୭୯ ମସିହା ଯାଏ ଅନେକ ଥର ଆସି ପରିଶେଷରେ ସେଠାରେ ସ୍ଥାୟୀ ଭାବରେ ରହିଯାଇଥିଲେ । ପ୍ରଥମେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଛଡା ଯାଉ ନଥିଲା । କିନ୍ତୁ ତାଙ୍କର ନିରନ୍ତର ପ୍ରଚେଷ୍ଟାଦ୍ୱାରା ତାଙ୍କୁ ଅନୁମତି ମିଳିଥିଲା ।
ପେପିତା ଭାରତରେ ଜନ୍ମିତ ବ୍ରିଟିଶ ଅଭିନେତା ରୋଶନ ଶେଠଙ୍କୁ ( ଗାନ୍ଧୀ ଫିଲ୍ମରେ ଅଭିନୟ କରିଥିବା ଅଭିନେତା) ବିବାହ କରିଥିଲେ । ପରେ ୨୦୦୪ ମସିହାରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୬] ଗୁରୁବାୟୁର ମନ୍ଦିରର ନୀତି ରୀତି ଉପରେ ବିଷାଦ ଭାବରେ ଫଟୋ ଉଠେଇଥିଲେ । ତାହା ନିଉ ୟର୍କ ଟାଇମସ ସହ ଗାର୍ଡିଆନ ସଂବାଦପତ୍ରରେ ପ୍ରକାଶିତ ହଉଥିଲା ।ଏହାଦ୍ୱାରା କେରଳ ରାଜ୍ୟର ପର୍ଯ୍ୟଟନ ପାଇଁ ବିଦେଶରେ ବିଶେଷ ପ୍ରଚାର ହେଇପାରିଥିଲା । [୫]
ପୁସ୍ତକ ଓ ଲେଖା
ସମ୍ପାଦନାକେରଳ ଉପରେ ଲେଖା ଓ ଫଟୋ ଥାଇ ସେ ଦୁଇଟି ପୁସ୍ତକ ଲେଖିଛନ୍ତି । ଏଥିରେ ଗୁରୁବାୟୁର ମନ୍ଦିର ଉପରେ ବିଷାଦ ଭାବରେ ଗବେଷଣାତ୍ମକ ବର୍ଣ୍ଣନା ରହିଛି ।[୭][୭][୮]
ପୁରସ୍କାର ଓ ସ୍ୱୀକୃତିପ୍ରାପ୍ତି
ସମ୍ପାଦନାକଳା ଓ ସଂସ୍କୃତି ପାଇଁ ତାଙ୍କର ଅବଦାନର ସ୍ୱୀକୃତି ଭାବରେ ଭାରତ ସରକାର ତାଙ୍କୁ ୨୦୧୨ ମସିହାରେ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।
ଆଧାର
ସମ୍ପାଦନା- ↑ "Padma". Government of India. 25 January 2011. Retrieved 22 August 2014.
- ↑ "President confers Padma Awards". The India Awaaz.com. 23 March 2012. Archived from the original on 26 August 2014. Retrieved 22 August 2014.
- ↑ "Lila Interactions Article". Lila Interactions. 3 March 2014. Archived from the original on 26 August 2014. Retrieved 22 August 2014.
- ↑ Penguin Books (2006). The Penguin Book of New Writing from India, Volume 2. Delhi: Penguin India. pp. 134 of 308. ISBN 9780144001071.
- ↑ ୫.୦ ୫.୧ "Marunadan Malayalee". Marunadan Malayalee.com. 29 January 2012. Archived from the original on 6 August 2014. Retrieved 22 August 2014.
- ↑ "Roshan Seth". Veethi.com. 2014. Retrieved 22 August 2014.
- ↑ ୭.୦ ୭.୧ "Heaven on Earth". The Hindu. 2013. Retrieved 23 August 2014.
- ↑ "The Divine Frenzy". Westzone. 2001. Retrieved 23 August 2014.