ପେନିସିଲାମିନ
ପେନିସିଲାମିନ (ଇଂରାଜୀ ଭାଷାରେ Penicillamine, ବିକ୍ରୟ ନାମ କୁପ୍ରିମିନ/Cuprimine) ଏକ ଔଷଧ ଯାହା ଉଇଲସନ ରୋଗର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[୧] ସିସ୍ଟିନୁରିଆ (high urine cystine levels) ଥିବା ରୋଗୀର ବୃକ୍କାସ୍ମରୀ (ବୃକ୍କରେ ପଥର ରୋଗ) (kidney stones), ରିଉମାଟଏଡ ଆର୍ଥ୍ରାଇଟିସ, ତମ୍ବା ବିଷକ୍ରିୟା (copper poisoning) ଓ ସୀସା ବିଷକ୍ରିୟା ଇତ୍ୟାଦି ରୋଗମାନଙ୍କରେ ଏହି ଔସଧ ଦିଆଯାଇପାରେ ।[୧][୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Cuprimine, Cuprenyl, Depen, others |
AHFS/Drugs.com | monograph |
Pregnancy category | |
Routes of administration | by mouth (capsules) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Variable |
Metabolism | liver |
Elimination half-life | 1 hour |
Excretion | kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.136 |
Chemical and physical data | |
Formula | C5H11NO2S |
Molar mass | 149.212 g/mol |
3D model (JSmol) | |
| |
| |
(verify) |
ପେନିସିଲାମିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଅଇ, ତରଳ ଝାଡ଼ା, ରାସ୍ ଓ ଲିଉକିପିନିଆ (କମ ଶ୍ୱେତ ରକ୍ତ କଣିକା) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems), ଓବଲିଟରେଟିଭ ବ୍ରୋଙ୍କିଓଲାଇଟିସ (obliterative bronchiolitis) ଓ ମ୍ୟାସ୍ଥେନିଆ ଗ୍ରାଭିସ ଇତ୍ୟାଦି ରୋଗ ହୋଇପାରେ ।[୧] ଲୁପସ ଏରିଦେମାଟୋସସ୍ (lupus erythematosus) ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେଏହା ଶିଶୁ ପ୍ରତି ବିପଦ ସୃଷ୍ଟି କରିପାରେ । [୨] ପେନିସିଲାମିନ ଏକ ଚିଲେଟର (binding heavy metals) ଭଳି କାମକରିବା ଫଳରେ ଓଜନିଆ ଧାତୁ ପରିସ୍ରାରେ ବାହାରିଯାଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ପେନିସିଲାମିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୫୫ରୁ ୧.୨୦ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହର ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Penicillamine". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. p. 64, 592. ISBN 9789241547659. Retrieved 8 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Penicillamine". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 471. ISBN 9781284057560.