ପୂଜା ହେଗଡ଼େ

ଭାରତୀୟ ଅଭିନେତ୍ରୀ, ମଡେଲ୍

‌ପୂଜା ହେଗଡ଼େ‌ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ପୂଜା ୨୦୧୦ର ମିସ୍ ଇଉନିଭରସ୍ ଇଣ୍ଡିଆ ପ୍ରତିଯୋଗିତାରେ ୩ୟ ସ୍ଥାନରେ ରହିଥିଲେ । ଏହା ପରେ ୨୦୧୨ରେ ସେ ତାମିଲ ଚଳଚ୍ଚିତ୍ର ‌ମୁଗାମୁଡ଼ି‌ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌‌ରେ ଅକ୍କିନେନି ନାଗା ଚୈତନ୍ୟ ସ‌ହ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୬ରେ ପୂଜା ହିନ୍ଦୀ କଥାଚିତ୍ର ‌ମହେଞ୍ଜୋଦାରୋ‌ ଚଳଚ୍ଚିତ୍ରରେ ଅଭିନେତା ହ୍ରିତିକ ରୋଶନଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩]

ପୂଜା ହେଗଡ଼େ
୨୦୧୬ରେ ପୂଜା
Born
ପୂଜା ହେଗଡ଼େ

(1990-10-13) ୧୩ ଅକ୍ଟୋବର ୧୯୯୦ (ବୟସ ୩୩)
Nationalityଭାରତୀୟ
Educationବିଣିଜ୍ୟରେ ସ୍ନାତକୋତ୍ତର
Occupationମଡେଲ ଏବଂ ଅଭିନେତ୍ରୀ
Years active୨୦୧୦- ଏବେଯାଏଁ
Height1.72 m (5 ft 8 in)[୧]
Parentମଞ୍ଜୁନାଥ ଏବଂ ଲତା ହେଗଡ଼େ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ପୂଜାଙ୍କର ପରିବାର କର୍ଣ୍ଣାଟକର ମାଙ୍ଗାଲୋରେ ନିବାସୀ ହୋଇଥିଲେ ମଧ୍ୟ ସେ ମୁମ୍ବାଇରେ ଛୋଟରୁ ବଡ଼ ହୋଇଥିଲେ । ସେ ପ୍ରାଞ୍ଜଳ ଭାବରେ ତୁଲୁ ଭାଷା, ଇଂରାଜୀ, କନ୍ନଡ଼ ଭାଷା ଏବଂ ହିନ୍ଦୀ କ‌ହିପାରନ୍ତି ।[୪] ସେ ଛୋଟବେଳୁ ନୃତ୍ୟ ଏବଂ ମଡେଲିଂ ପ୍ରତି ଆକର୍ଷିତ ହୋଇଥିଲେ ଏବଂ କଲେଜରେ ପଢ଼ୁଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ ।[୫]

ଅଭିନୟ ଜୀବନ ସମ୍ପାଦନା

୨୦୦୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ପୂଜା ଅଂଶଗ୍ରହଣ କରିଥିଲେ, କିନ୍ତୁ ପ୍ରଥମରୁ ହିଁ କଟିଯାଇଥିଲେ । ଏହା ପରେ ସେ ପୁଣିଥରେ ସେହି ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ । ସେହି ପ୍ରତିଯୋଗିତାରେ ତାଙ୍କର ଦକ୍ଷିଣ ଭାରତୀୟ କେଶ ପାଇଁ ତାକୁ ଏକ ଉପାଧି ମଧ୍ୟ ମିଳିଥିଲା । ଏହା ପରେ ସେ ୨୦୧୨ରେ ତାମିଲ କଥାଚିତ୍ର ‌ମୁଗାମୁଡ଼ି‌ ଜରିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୬][୭][୮][୯][୧୦] ଏହି ଚଳଚ୍ଚିତ୍ର ପାଇଁ ସେ ୨ୟ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ମନୋନୀତ ହୋଇଥିଲେ ।[୧୧]

ଏହା ପରେ ୨୦୧୪ରେ ପୂଜା ତେଲୁଗୁ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌‌ରେ ଅଭିନେତା ନାଗା ଚୈତନ୍ୟଙ୍କ ସ‌ହ ଅଭିନୟ କରିଥିଲେ । ତେଲୁଗୁ ଭାଷାରେ ତାଙ୍କର ଏହି ପ୍ରଥମ ଅଭିନୀତ ଚଳଚ୍ଚିତ୍ର ପାଇଁ ସେ ୬୨ତମ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ଭାବରେ ମନୋନୀତ ହୋଇଥିଲେ ।[୧୨]

୨୦୧୬ରେ ପୂଜା ଅଭିନେତା ହ୍ରିତିକ ରୋଶନଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ମହେଞ୍ଜୋଦାର‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୩][୧୪]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୨: ମୁଗାମୁଡ଼ି (ତାମିଲ)
  • ୨୦୧୪: ଓକ୍କା ଲୈଲା କୋସମ୍ (ତେଲୁଗୁ)
  • ୨୦୧୪: ମୁକୁନ୍ଦ (ତେଲୁଗୁ)
  • ୨୦୧୬: ମହେଞ୍ଜୋଦାର (ହିନ୍ଦୀ)
  • ୨୦୧୭: ଦେବୁଡ଼ା ଜଗନ୍ନାଧମ୍ (ତେଲୁଗୁ)
  • ୨୦୧୮: ରଙ୍ଗସ୍ଥଲମ୍ (ତେଲୁଗୁ)
  • ୨୦୧୮: ସାକ୍ଷମ୍ (ତେଲୁଗୁ)
  • ୨୦୧୮: ଅରବିନ୍ଦ ସମିତା ବୀରା ରାଘବ (ତେଲୁଗୁ)
  • ୨୦୧୯: ମହର୍ଷି (ତେଲୁଗୁ)
  • ୨୦୧୯: ଗଡ୍ଡାଲକୋଣ୍ଡା ଗଣେଶ (ତେଲୁଗୁ)
  • ୨୦୧୯: ହାଉସ୍‌ଫୁଲ୍ ୪ (ହିନ୍ଦୀ)
  • ୨୦୨୦: ଆଲା ବୈକୁଣ୍ଠପୁରମୁଲୋ (ତେଲୁଗୁ)

ଆଧାର ସମ୍ପାଦନା

  1. "Pooja Hegde". The Times of India. Archived from the original on 10 April 2015. Retrieved 30 May 2015.
  2. "It's not Amala Paul, a newbie bags it – Amala Paul -Pooja Hegde". behindwoods.com. 5 August 2011.
  3. Mohenjo Daro star Pooja Hegde gives us a sneak peek into her wardrobe | fashion and trends. Hindustan Times (9 October 2016). Retrieved on 2016-11-04.
  4. 'Working with Bal Asha was amazing' – Pooja Hegde. coolage.in. 19 September 2012
  5. Manigandan, K. R. (19 August 2012). "Picture of confidence". The Hindu.
  6. "Pooja Hegde is Mugamoodi`s girlfriend!". Sify. 15 September 2011
  7. Upadhyaya, Prakash (3 September 2012) "Interview: Jeeva’s down-to-earth actor – Pooja Hegde". www.filmibeat.com.
  8. "Review: Mugamoodi fails to impress". Rediff. 31 August 2012.
  9. "Movie Review : Mugamoodi". Sify.
  10. Rangarajan, Malathi (1 September 2012). "Mugamoodi: Unmasked!". The Hindu.
  11. South Indian International Movie Awards. IMDb
  12. "Nominations for the 62nd Britannia Filmfare Awards (South)". Retrieved 23 August 2016.
  13. "Pooja Hegde signed opposite Hrithik Roshan in Mohenjo-Daro". Bollywood Hungama News Network. 12 July 2014.
  14. "Bengaluru is home for me: Pooja Hegde". Deccan Chronicle.

ଅଧିକ ତ‌ଥ୍ୟ ସମ୍ପାଦନା