ପୁରୁଷୋତ୍ତମ ସେଠୀ

ଓଡ଼ିଆ ରାଜନୀତିଜ୍ଞ

ପୁରୁଷୋତ୍ତମ ସେଠୀ (୧୪ ଜୁନ ୧୯୩୨ - ୯ ମାର୍ଚ୍ଚ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପୁରୁଷୋତ୍ତମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପୁରୁଷୋତ୍ତମ ସେଠୀ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀକପିଳ ଚରଣ ସେଠୀ
ପର ଅଧିକାରୀପଞ୍ଚାନନ ମଣ୍ଡଳ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-06-14)ଜୁନ ୧୪, ୧୯୩୨
ମୃତ୍ୟୁ୯ ମାର୍ଚ୍ଚ ୨୦୨୦(2020-03-09) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଲକ୍ଷ୍ମୀ ଦେବୀ
ସନ୍ତାନ୨ ପୁଅ ୩ ଝିଅ
ବାପା/ବୋଉଗୋପୀନାଥ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପୁରୁଷୋତ୍ତମ ସେଠୀ ୧୯୩୧ ମସିହାର ଜୁନ ମାସ ୧୪ ତାରିଖରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍‌ର ତରାଗୋସ୍ଥିତ ରାଣୀପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଗୋପୀନାଥ ସେଠୀ ଏବଂ ପତ୍ନୀଙ୍କ ନାମ ଲକ୍ଷ୍ମୀ ଦେବୀ ।[୧] ତାଙ୍କର ଦୁଇଟି ପୁଅ ଓ ୩ଟି ଝିଅ ଅଛନ୍ତି ।[୧] ପୁରୁଷୋତ୍ତର ସେଠୀଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ ସମ୍ପାଦନା

ପୁରୁଷୋତ୍ତମ ସେଠୀ ୧୯୫୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର (ଇ‌) ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ପୁରୁଷୋତ୍ତମ ସେଠୀ ୨୦୨୦ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Purusottam Sethi". odishaassembly.nic.in. Odisha Assembly. Retrieved 8 April 2019.
  2. "MLA Purusottam Sethi Profile | BHANDARIPOKHARI Constituency". www.odishahelpline.com. Retrieved 2019-04-08.
  3. "MLA Purusottam Sethi Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-08.
  4. "Orissa Assembly Election Results in 1980". www.elections.in. Retrieved 2019-04-08.
  5. "Purusottam Sethi winner in Bhandaripokhari, Odisha Assembly Elections 1980: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-04-08.
  6. "ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ପରଲୋକ | Sambad". ସମ୍ବାଦ. sambad.in. 9 March 2020. Retrieved 9 March 2020.