ପୁରୁଣି
ପୁରୁଣି, ପୁରୁଣୀ ବା ପୁନର୍ନବା ଏକ ଲତା ଜାତୀୟ ଉଦ୍ଭିଦ । ଧଳା, ନାଲି ଓ କଳା(କୃଷ୍ଣ) ଭେଦରେ ପତ୍ରର ରଙ୍ଗକୁ ନେଇ ଏହା ତିନିପ୍ରକାରର । ଔଷଧୀୟ ଗୁଣ ଦୃଷ୍ଟିରୁ ଧଳା ପୁରୁଣି ଶ୍ରେଷ୍ଠ । କ୍ଷୁଦ୍ର ଲତା ପରି ଏହା ମାଟିରେ ମାଡ଼ିଥାଏ ।
ପୁରୁଣି | |
---|---|
ପୁରୁଣି | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Core eudicots |
ଗଣ: | Caryophyllales |
କୁଳ: | Nyctaginaceae |
ପ୍ରଜାତି: | Boerhavia |
ଜାତି: | B. diffusa |
ବାଇନୋମିଆଲ ନାମ | |
Boerhavia diffusa |
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
ସମ୍ପାଦନାପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ପୁରୁଣି |
ସଂସ୍କୃତ | ପୁନର୍ନବା, ଶୋଥଘ୍ନୀ, ଶ୍ୱେତମୁଜା ଓ ଦୀର୍ଘପତ୍ରିକା |
ହିନ୍ଦୀ | ବିଷଗପରା, ସାନତ୍, |
ତେଲୁଗୁ | ଅତ୍କମମୋଦି |
ବଙ୍ଗଳା | ଗୁନନବା, ପୁଣ୍ୟା |
ଶାସ୍ତ୍ରୋକ୍ତ ଗୁଣ
ସମ୍ପାଦନାଏହା ଅଳ୍ପକଷାୟ ମିଶ୍ରିତ କଟୁ ତିକ୍ତରସ, ଶୀତବୀର୍ଯ୍ୟ, ଚକ୍ଷୁର ହିତକର, ଅଗ୍ନୀବର୍ଧକ, ଆୟୁବର୍ଧକ, ଶୋଥ, ଉଦରୀ, ଶୂଳ, ଗୁଳ୍ମ, ରକ୍ତପ୍ରଦର, ବିଷଦୋଷ, ପିତ୍ତବିକୃତି, ବାୟୁ, କଫ, କାମଳ, ପାଣ୍ଡୁ, ଅର୍ଶ, ଯାବତୀୟ ପ୍ରକାର ବ୍ରଣ, କ୍ଷତ, ଦଦ୍ରୁ, କଣ୍ଡୁ ଓ ଚର୍ମରୋଗ ନାଶକ ଅଟେ ।
ବ୍ୟବହାର
ସମ୍ପାଦନାଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ଶୋଥ, ଆଖିର ରୋଗ, ଯୌବନକାଳୀନ ମୁଖବ୍ରଣ, ଜଖମ ଓ ଦରଜ, ସର୍ପବିଷ, ସ୍ତ୍ରୀରୋଗ ଯଥା, ରକ୍ତପ୍ରଦର, ବନ୍ଧ୍ୟାତ୍ୱ, ପିତ୍ତବିକାର ଓ ପେଟରୋଗରେ କବିରାଜମାନେ ଏହାର ଉପଯୋଗ କରିଥାନ୍ତି । ବାର୍ଧକ୍ୟକୁ ଦୂର କରି ଏହା ଯୌବନ ଫେରାଇ ଆଣିବାରେ ସକ୍ଷମ ବୋଲି ଏହାର ନାମ ପୁନର୍ନବା ରଖା ଯାଇଛି। ଏହାର ପତ୍ରକୁ ଶାଗ କରାଯାଏ ।
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।