ପୀତାମ୍ବର ପଣ୍ଡା

ଓଡ଼ିଆ ରାଜନୀତିଜ୍ଞ

ପୀତାମ୍ବର ପଣ୍ଡା (୨୪ ମାର୍ଚ୍ଚ ୧୯୪୧ - ୨୫ ମାର୍ଚ୍ଚ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପୀତାମ୍ବର ପଣ୍ଡା
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀହରପ୍ରସାଦ ମହାପାତ୍ର
ପର ଅଧିକାରୀଯଦୁନାଥ ଦାସ ମହାପାତ୍ର
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-04-23)୨୩ ଅପ୍ରେଲ ୧୯୪୧
ମୃତ୍ୟୁ୨୫ ମାର୍ଚ୍ଚ ୨୦୦୪(2004-03-25) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଜୀବନ ସାଥୀସୁଶ୍ରୀ ପଣ୍ଡା
ବାପା/ବୋଉଜଗବନ୍ଧୁ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ପୀତାମ୍ବର ପଣ୍ଡା ୧୯୪୧ ମସିହାର ଜୁଲାଇ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଜଗବନ୍ଧୁ ପଣ୍ଡା । ହରପ୍ରସାଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ସୁଶ୍ରୀ ପଣ୍ଡା ।[୩]

ରାଜନୈତିକ ଜୀବନ ସମ୍ପାଦନା

ପୀତାମ୍ବର ପଣ୍ଡା ୧୯୬୪ ମସିହାରେ କମ୍ଯୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୀତାମ୍ବର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ପୀତାମ୍ବର ୨୦୦୪ ମସିହାର ମାର୍ଚ୍ଚ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Pitamber Panda". odishaassembly.nic.in. Odisha Assembly. Retrieved 11 May 2019.
  2. "MLA Pitamber Panda Profile | SORO Constituency". naveenpatnaik.com. Archived from the original on 2019-05-08. Retrieved 2019-05-11.
  3. ୩.୦ ୩.୧ "MLA Pitamber Panda Profile | SORO Constituency". www.odishahelpline.com. Retrieved 2019-05-11.
  4. "Soro Elections Results 2014, Current MLA, Candidate List of Assembly Elections in Soro, Orissa". www.elections.in. Retrieved 2019-05-11.