ପିହୁ
ପିହୁ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୁନ୍ଗୁନ୍ । ମମତା ନନ୍ଦ ଓ ଅମିତ କୁମାର ଦାଶ ଏହି କଥାଚିତର କାହାଣୀ ରଚନା କରିଥିଲେ । ଚିନ୍ମୟ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅମିତ କୁମାର ଦାଶଙ୍କ ସହ ଏହାର ଚିତ୍ରନାଟ୍ୟ ରଚନା କରିଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ପିହୁ | |
---|---|
ନିର୍ଦ୍ଦେଶକ | ଚିନ୍ମୟ ମିଶ୍ର |
ପ୍ରଯୋଜକ | ଗୁନ୍ଗୁନ୍ |
ସଂଳାପ | ମମତା ନନ୍ଦ ଅମିତ କୁମାର ଦାଶ |
ଚିତ୍ରନାଟ୍ୟ | ଅମିତ କୁମାର ଦାଶ ଚିନ୍ମୟ ମିଶ୍ର |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ମନୋଜ ମିଶ୍ର |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ବିଶ୍ୱଭୂଷଣ ମହାପାତ୍ର ସତ୍ୟମା |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨୦ ଜୁନ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ମନୋଜ ମିଶ୍ର, ପ୍ରସିଦ୍ଧି, ସଲୋନୀ, ସୁମନ୍ତ ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଏହି କଥାଚିତ୍ରଟି ୨୦୨୧ ମସିହାର ଫାଦର୍ସ ଡେ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା [୨]। ଉପସ୍ଥାପିକା ତଥା ଅଭିନେତ୍ରୀ ଗୁନ୍ଗୁନ୍ ତାଙ୍କ ପ୍ରଯୋଜନା ସଂସ୍ଥା ଗୁନ୍ଗୁନ୍ ଫିଲ୍ସ୍ ଆରମ୍ଭ କରିବା ପରେ, ଏହା ତାଙ୍କ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ।[୧]
ଅଭିନୟ
ସମ୍ପାଦନା- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ
- ମନୋଜ ମିଶ୍ର
- ପ୍ରସିଦ୍ଧି ନାୟକ - ପିହୁ
- ସଲୋନୀ
- ସୁମନ୍ତ ଦାଶ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ।[୩] ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଗୁଡ୍ଲି ରଥ, ଲିପ୍ସା ମହାପାତ୍ରଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ମୋ ପାଇଁ ତୁ ଆଗ" | ଗୁଡ୍ଲି ରଥ | |
2. | "ପିହୁ" | ||
3. | "ଯୋଉ ଆଖିରେ ସ୍ୱପ୍ନ ଅଛି" | ଲିପ୍ସା ମହାପାତ୍ର |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "'Pihu': A Celebration Of Father-Daughter Relationship". My City Links (in English). mycitylinks.in. 19 June 2021. Archived from the original on 14 November 2021. Retrieved 14 November 2021.
{{cite news}}
: CS1 maint: unrecognized language (link) - ↑ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ "ମୁଁ, ତୁମେ ଓ ଲକ୍ଡାଉନ୍ | Sambad". ସମ୍ବାଦ. sambad.in. 5 July 2021. Archived from the original on 14 November 2021. Retrieved 14 November 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପିହୁ