ପାପିୟା ଅଧିକାରୀ
ପାପିୟା ଅଧିକାରୀ ଅଧିକାରୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗାଳି କଥାଚିତ୍ର ଓ ଯାତ୍ରାରେ କାମ କରନ୍ତି । ୧୭ ଫେବୃଆରୀ ୨୦୨୧ରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାର କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।
ପାପିୟା ଅଧିକାରୀ ଅଧିକାରୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୫-ଏବେଯାଏଁ |
ରାଜନୈତିକ ଦଳ | ଭାରତୀୟ ଜନତା ପାର୍ଟି |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅଧିକାରୀ ପଶ୍ଚିମ ବଙ୍ଗର କଲିକତାଠାରେ ଜନ୍ମଗ୍ରହଣ କରିଥିଲେ ।[୧]
ଅଭିନୟ ଜୀବନ
ସମ୍ପାଦନା୧୯୮୫ ମସିହାରେ, ସେ ସୋନାର ସଂସାର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ରତିଶ ଦେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ପ୍ରସନ୍ନଜିତ ଚାଟାର୍ଜୀ, ସୁମିତ୍ରା ମୁଖାର୍ଜୀ, କାଳୀ ବାନାର୍ଜୀ ଆଦି କାମ କରିଥିଲେ । ଶାଶନେ କାନ୍ଦଚୀ ଲକ୍କି କଥାଚିତ୍ରରରେ ତାଙ୍କୁ ବଡ଼ ସଫଳତା ମିଳିଥିଲା । ଏହି କଥାଚିତ୍ରରେ ଅଭିନୟ ପାଇଁ ତାଙ୍କୁ ପଶ୍ଚିମ ବଙ୍ଗ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।
ସେ ବଙ୍ଗଳା କଥାଚିତ୍ରରେ ନାୟିକା ଭାବରେ କାମ କରିବା ସହିତ ବିଭିନ୍ନ ପ୍ରକାରର ଚରିତ୍ର ଅଭିନେତା ଭାବରେ ସେ କାମ କରିଛନ୍ତି । ସେ ଗଛକୌଟୋ, ଚୋଖେର ତାରା ତୁଇ, ଗ୍ୟାଙ୍ଗଷ୍ଟାର୍ ଗଙ୍ଗା ଭଳି ବଙ୍ଗଳା ଦୂରଦର୍ଶନ ଧାରାବାହିକରେ ମଧ୍ୟ କାମ କରିଛନ୍ତି ।[୨][୩]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ମନ୍ତବ୍ୟ |
---|---|---|
୧୯୮୫ | ସୋନାର ସଂସାର | |
ପ୍ରତିଜ୍ଞା | ||
୧୯୮୭ | ସ୍ୱର୍ଣ୍ଣମୟୀର ଠିକଣା | |
ମୌନା ମୁଖାର | ||
ଆଗମନ | ||
ପ୍ରତୀକ | ||
ପଥେ ଯାତେ ଯାତେ | ||
ନିଶି ବଧୂ | ||
ଅଭିସାର | ||
ପ୍ରତିଶୋଧ | ||
ପତି ପରମ ଗୁରୁ | ||
ରାଜାର ମେୟେ ପାରୁଲ | ||
ସମ୍ପ୍ରଦାନ | ||
ମାୟେର ଆଦର | ||
ଶଙ୍କା | ||
ହଁସି ଖୁସି କ୍ଲବ୍ | ||
ରୋଜ୍ କ୍ରେଜି ରୋଜ୍ | ||
ପ୍ରୋବହିନୀ | ||
କିନ୍ତୁ ଗଲ୍ପୋ ନୋଏ | ||
ବବଲି | ||
ମୋନେର ମଝେ ତୁମି | ||
ସୋତୋରୋଇ ସେପ୍ଟେମ୍ବର | ||
ଆମି ଯାଜାବର | ||
୧୯୮୯ | ବିଧିର ବିଧାନ | ବଙ୍ଗଳା/ଓଡ଼ିଆ |
ସଂସାର | ||
୧୯୮୭ | ମିଛ ମାୟା ସଂସାର | ଓଡ଼ିଆ କଥାଚିତ୍ର |
ଅଧାର
ସମ୍ପାଦନା- ↑ "Papiya Adhikari". photogallery.navbharattimes.indiatimes.com. Retrieved 1 September 2019.
- ↑ "Papiya Adhikari joins the cast of Gangster Ganga - Times of India". The Times of India (in ଇଂରାଜୀ). 30 May 2019. Retrieved 1 September 2019.
- ↑ Bangaliana, Sholoana. "Colors Bangla New Serial Gachkouto | Sholoanabangaliana Portal" (in ଆମେରିକୀୟ ଇଂରାଜୀ). Archived from the original on 1 September 2019. Retrieved 1 September 2019.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପାପିୟା ଅଧିକାରୀ