ପାଟଳୀ ଏକ ଦ୍ରୁମଜାତୀୟ ଉଦ୍ଭିଦ। ପତ୍ରଗୁଡ଼ିକ କୋରେଇ ପତ୍ର ପରି ହେଲେ ବି ଆକାରରେ ଓସାରିଆ। ଫୁଲଗୁଡ଼ିକ ପେନ୍ଥାଳିଆ ଓ ରକ୍ତଗୋଲାପ ବର୍ଣର ହୋଇଥାଏ। ଭାରତର ବିଭିନ୍ନ ସ୍ଥାନରେ ଏହି ଗଛ ଦେଖିବାକୁ ମିଳେ।

Bignonia suaveolens
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Lamiales
କୁଳ: Bignoniaceae
ଗୋଷ୍ଠୀ: Bignonieae
ପ୍ରଜାତି: Bignonia
ଜାତି: B. suaveolens
ବାଇନୋମିଆଲ ନାମ
Bignonia suaveolens

ବିବିଧ ଭାରତୀୟ ପ୍ରାଦେଶିକ ନାମ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପାଟଳୀ
ସଂସ୍କୃତ ବସନ୍ତଦୂତୀ, ପାଟଳା, ପାଟଳୀ, ଅମ୍ବୁବାସିନୀ, ତୋୟପୁଷ୍ପୀ, ସ୍ଥିରଗନ୍ଧା, ସ୍ଥାଳୀ, କାଷ୍ଠସ୍ଥାଳୀ, ଅମୋଘା, କୃଷ୍ଣବୃନ୍ତା, କୁମ୍ଭିକା, ପରେରୁହା
ହିନ୍ଦୀ ପାଟଲ୍, ପଦ ଓ ପଡରୀ
ତେଲୁଗୁ କଲଗେଟ୍ଟୁ ଚେଟ୍ଟୁ
ବଙ୍ଗଳା ପାରୁଲ୍ ଗାଛ

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ତିକ୍ତ ମିଶ୍ରିତ କଟୁ ଓ କଷାୟରସ, ରକ୍ତଶୋଧକ ଓ ଦୀପକ

ବ୍ୟବହାର ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ। ଜ୍ୱର, କଫ, ବାନ୍ତି, ହିକ୍କା, ଶୋଥ, କୃମି, ଅରୁଚି, ତୃଷ୍ଣା, ରକ୍ତବିକୃତି ଓ ବ୍ରଣାଦି କ୍ଷତ ଆଦିର ଚିକିତ୍ସାରେ ଏହା କାମରେ ଲାଗିଥାଏ। ପତ୍ର ଜ୍ୱର ହିକ୍କା ଓ କାସ ନାଶକ, ମୂଳ ଓ ଛେଲି ରକ୍ତଶୋଧକ। ଏହାକୁ ଶୁଣ୍ଠୀଚୂର୍ଣ୍ଣ ସହିତ ମଧ୍ୟ ବ୍ୟବହାର କରାଯାଇଥାଏ।

ବାହାର ଆଧାର ସମ୍ପାଦନା

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ