ପର୍ଗତ ସିଂହ

ଭାରତୀୟ ରାଜନୀତିଜ୍ଞ

ପର୍ଗତ ସିଂହ   (ଜନ୍ମ ମାର୍ଚ 5 , 1965 )ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି ଓ ରାଜନେତା । ସେ ଭାରତୀୟ ଦଳରେ ଫୁଲ ବେକ ଭାବରେ ବିଶ୍ୱର ଜଣେ ଶ୍ରେଷ୍ଠ ରକ୍ଷ୍ୟଣଭାଗ ଖେଳାଇ ଭାବରେ ଖେଳୁଥିଲେ । ସେ 1992 ବାର୍ଷିଲୋନା ଓ 1996 ଅଟାଳନ୍ଟା ଅଲିମ୍ପିକରେ ଭାରତୀୟ ଦଳର ଅଧିନାୟକ ଭାବରେ ଖେଳିଥିଲେ । ଅବସର ପରେ ସେ ପଞ୍ଜାବ ପୋଲିସରେ SP ଭାବରେ କାର୍ଯ୍ୟ କରୁଥିଲେ ଓ ପରେ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ .

ପର୍ଗତ ସିଂହ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1965-03-05) ୫ ମାର୍ଚ୍ଚ ୧୯୬୫ (ବୟସ ୫୯)
Mithapur, Jalandhar
Punjab, India
ଉଚ୍ଚତା180 cm (5 ft 11 in)

ଚମ୍ପିୟାନ ଟ୍ରଫି  ସମ୍ପାଦନା

1985ରେ ପର୍ଥ ପ୍ରଦର୍ଶନ  ସମ୍ପାଦନା

1985 ମସିହାରେ ପର୍ଥଠାରେ ଚମ୍ପିୟାନ ଟ୍ରଫିରେ ଭାରତ ବନାମ ଜର୍ମାନୀ ମେଚରେ .ଭାରତ 1-5 ଗୋଲରେ ପଛୁଆ ଥିଲା ବେଳେ ପର୍ଗତ ଚମତ୍କାର ଖେଳ ପ୍ରଦର୍ଶନ କରି ଏକାକୀ 4ଟି ଗୋଲ ଦେବା ଫଳରେ ମେଚ ଡ୍ର ରହିଥିଲା ଓ ପର୍ଗତ ସମସ୍ତ ଭାରତୀୟଙ୍କ ପ୍ରିୟ ଭାଜନ ହେଇଥିଲେ । .[୧]

1986ର କରାଚି ପ୍ରଦର୍ଶନ  ସମ୍ପାଦନା

ପର ବର୍ଷ  କରାଚିରେ ହେଇଥିବା ଟୁର୍ନାମେଣ୍ଟରେ ସେ ହଲାଣ୍ଡ ସହ ମେଚରେ ପୁଣି ସେହି ପ୍ରକାର ପ୍ରଦର୍ଶନ ଦେଇ ଭାରତକୁ 3-2 ଗୋଲରେ ବିଜୟୀ କରିଥିଲେ ।

ରାଜନୈତିକ ଜୀବନୀ  ସମ୍ପାଦନା

।ଶିରୋମଣି ଅକାଳୀ ଦଳ ତରଫରୁ ପ୍ରାର୍ଥୀ ହେଇ ସେ ପଞ୍ଜାବର ଜଲନ୍ଧର କାଣ୍ଟନମେଣ୍ଟ ବିଧାନ ସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜଗବିର ସିଂହ ।ଙ୍କୁ ପରାସ୍ତ  କରି ବିଜୟୀ ହେଇଥିଲେ . [୨]

ତେବେ ସେ ଦଳ ପକ୍ଷୀରୁ 2016 ଜୁଲାଇରେ ନିଲମ୍ବିତ ହେଇଥିଲେ .[୩]


ସେ କ୍ରିକେଟ ଖେଳାଳି ନବଜୋତ ସିଂହ ସିଧୁଙ୍କ ସହ ମିଶି ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି  [୪]

ସତଲେଜ - ଯମୁନା ସଂଯୋଗ ନେଇ ହେଇଥିବା ବିବାଦରେ ସୁପ୍ରିମ କୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିରୋଧ କରି 42 ଜଣ ବିଧାୟକ ଇସ୍ତଫା ଦେଇଥିବା ମଧ୍ୟରୁ ସେ ଅନ୍ୟତମ । .[୫]

ସମ୍ମାନ  ସମ୍ପାଦନା

ସୁରଜିତ ସିଂହ ସ୍ମାରକୀ ହକି ତୁର୍ନାମେଣ୍ଟରେ ସେ ଉପସଭାପତି ରହିଥିଲେ . [୬]


ପୁରସ୍କାର ସମୂହ  ସମ୍ପାଦନା

S.No. Awards Year
1 Padma Shree[୭] 1998
2 Arjuna Award 1989

ଆଧାର  ସମ୍ପାଦନା

  1. "Pargat Singh – ESPNSTAR.com". Archived from the original on 2015-09-24. Retrieved 2016-12-08.
  2. "Pargat Singh". timesofindia.indiatimes.com. Archived from the original on 2012-11-05. Retrieved 2016-12-08.
  3. "Pargat Singh suspended by SAD". ndtv.com.
  4. "Navjot Singh Sidhu forms Aawaaz-e-Punjab". timesofindia.indiatimes.com.
  5. http://indianexpress.com/article/india/india-news-india/syl-verdict-42-punjab-congress-mlas-submit-resignation-4369724/
  6. "Sports Personalities".
  7. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.