ପରିବାର ନିୟୋଜନ

ଜନ୍ମ ନିରୋଧ ଓ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ସନ୍ତାନ ଜନ୍ମ ନିୟନ୍ତ୍ରଣ
ମିଳିତ ମୁଖ ଜନ୍ମନିରୋଧକ (Combined oral contraceptives): ସନ ୧୯୬୦ରେ ଲାଗୁ କରାଯାଇଥିବା ପିଲ ବା ବଟିକା ପରିବାର ନିୟୋଜନରେ ବର୍ଷ ବର୍ଷ ଧରି ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି ।

ପରିବାର ନିୟୋଜନ (ଇଂରାଜୀ ଭାଷାରେ Family planning) ସଂଜ୍ଞା:- "ବ୍ୟାପକ ଶିକ୍ଷା, ଡାକ୍ତରୀ ବା ସାମାଜିକ କାର୍ଯ୍ୟକଳାପ ସାହାଯ୍ୟରେ ନାବାଳକ ସ‌ହିତ ବ୍ୟକ୍ତିମାନଙ୍କୁ ତାଙ୍କର ସନ୍ତାନ ସଂଖ୍ୟା ଓ ସେମାନଙ୍କ ମଧ୍ୟରେ ଅନ୍ତର ଓ ମାଧ୍ୟମ ବାଛିବା କ୍ଷମତାକୁ ପରିବାର ନିୟୋଜନ କୁହାଯାଏ ।" [୧] ଏହା ସ‌ହିତ ମହିଳାମାନଙ୍କର ଜନ୍ମ କରିବା ପିଲା ସଂଖ୍ୟା, ପିଲା ଜନ୍ମ କରିବାର ବୟସ, ଆଦୌ ପିଲା ଜନ୍ମ ନ‌କରିବା ମଧ୍ୟ ପରିବାର ନିୟୋଜନ ମଧ୍ୟରେ ଆସେ । ବିବାହ ପରିସ୍ଥିତି, ପେଷାଗତ ବିଚାର, ଅର୍ଥନୈତିକ ସ୍ଥିତି ଓ ପଙ୍ଗୁତ୍ୱ ଭଳି ବାହ୍ୟ କାରକମାନ ଶିଶୁ ଜନ୍ମ ଓ ଲାଳନ ପାଳନ କରିବା ଦାୟୀତ୍ୱକୁ ଏହା ପ୍ରଭାବିତ କରେ । ଯୌନ ସକ୍ରିୟ ଥିଲେ ଜନ୍ମ ନିୟନ୍ତ୍ରଣ କରିବା ଉପାୟ ଓ ପ୍ରଜନନ (reproduction) ସମୟ ଓ ଜନ୍ମ ନିୟନ୍ତ୍ରଣ ଉପାୟମାନ ବିଚାର କରିବାକୁ ମଧ୍ୟ ପରିବାର ନିୟୋଜନ କୁହାଯାଏ ।[୨][୩]

ଅନ୍ୟ ଦିଗରେ ପରିବାର ନିୟଜନ ମଧ୍ୟରେ ଯୌନ ଶିକ୍ଷା (sex education),[୩][୧] ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ଚିକିତ୍ସା ଓ ପ୍ରତିଷେଧ,[୩] ପ୍ରାକ୍-ଗର୍ଭାଧାନ ପରାମର୍ଶ (pre-conception counseling)[୩] ଗର୍ଭାବସ୍ଥା ଉପଚାର ଓ ବନ୍ଧ୍ୟା ଚିକିତ୍ସା (infertility) ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ । [୨] କେବଳ ଗର୍ଭଧାରଣ ସେବାରେ ପରିବାର ନିୟୋଜନ‌କୁ ସଂଲଗ୍ନ କରାଯେ ଗର୍ଭପାତକୁ ନୁହେଁ । [୪] କିନ୍ତୁ ଜନ୍ମ ନିରୋଧ ଓ ପରିବାର ନିୟୋଜନ କଲେ ଗର୍ଭପାତ ସଙ୍କଟ କମିଯାଏ ।[୫]

ପରିବାର ନିୟୋଜନ‌କୁ ବେଳେ ବେଳେ ଭୁଲରେ ଗର୍ଭନିରୋଧ (contraception) ଅର୍ଥରେ ବ୍ୟବ‌ହାର କରାଯାଏ । ଗର୍ଭନିରୋଧ ସ‌ହିତ ତାହାର ଉପାୟ ଓ ଅଭ୍ୟାସ ନିୟୋଜନ ମଧ୍ୟରେ ଯାଏ । ଅଧିକନ୍ତୁ ଅନେକ ଗର୍ଭନିରୋଧ କରିବାକୁ ଇଚ୍ଛା କରନ୍ତି, ନିୟୋଜନ ନୁହେଁ ଓ ଏହି ଦଳରେ ଅବିବାହିତ ଯୁବକ ଯୁବତୀ, ଯୁବାବସ୍ଥାର ବିବାହିତ ଯୋଡ଼ି, ପେଷା ପ୍ରତି ଧ୍ୟାନ ଦେବାକୁ ଗର୍ଭାଧାନ ବିଳମ୍ବିତ କରିବା ଲୋକ ଅଛନ୍ତି; ଏହି ଦିଗରେ ଅନେକ କାମ କରାଯାଇଛି । ଅଧୁନା ମହିଳା ଓ ତାହାର ଶିଶୁ ଗର୍ଭଧାରଣ ନିର୍ଣ୍ଣୟ ବିଷୟକୁ ପରିବାର ନିୟୋଜନ ପରିପ୍ରେକ୍ଷୀରେ ନିଆଯାଉଛି ଓ ପୃଥିବୀର ଅନେକ ଦେଶମାନଙ୍କରେ ପ୍ରଜନନ ସ୍ୱଇଚ୍ଛାକୁ ଅଗ୍ରାଧିକାର ଦିଆଯାଉଛି । ସାଧାରଣତଃ ପରିବାର ନିୟୋଜନରେ ଦମ୍ପତ୍ତିଙ୍କର ସୀମିତ ଶିଶୁ ସଂଖ୍ୟା ଓ ଗର୍ଭାଧାନର ସମୟ ନିୟନ୍ତ୍ରଣ କରିବା ପ୍ରଥାକୁ ଜନ୍ମ ଅନ୍ତର ବା ଶିଶୁ ଅନ୍ତର (spacing children) କୁହାଯାଉଛି ।

ଲକ୍ଷ୍ୟସମ୍ପାଦନ କରନ୍ତୁ

ସନ ୨୦୦୬ରେ ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ସିଡିସି (Centers for Disease Control (CDC)) ଏକ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ଅନିଚ୍ଛାକୃତ ଗର୍ଭାଧାନ ଏଡ଼େଇବା (unintended pregnancies), ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଓ ପ୍ରତିକୂଳ ଗର୍ଭ ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଉଭ‌ୟ ସ୍ୱାମୀ ସ୍ତ୍ରୀ ମିଳି ମିଶି ଏକ ପ୍ରଜନନ ଜୀବନ ଯୋଜନା କରିବାକୁ ପ୍ରବର୍ତ୍ତେଇ ଥିଲେ । [୬]

ଶିଶୁ ଜନ୍ମ ପରେ ଲାଳନ ପାଳନ ନିମନ୍ତେ ଉଲ୍ଲେଖନୀୟ ପରିମାଣର ସମୟ,[୭]ସାମାଜିକ, ଅର୍ଥନୈତିକ,[୮] ସାମର୍ଥ୍ୟ, ସାଧନ ଓ ପରିବେଶ ଆବଶ୍ୟକ ହୁଏ ।[୯] ଏହି ସାଧନ ମିଳିବାକୁ ପରିବାର ନିୟୋଜନ ସାହାଯ୍ୟ କରେ । ଏହିଭଳି ଲକ୍ଷ ହାସଲ ନିଶ୍ଚିତ କରିବାକୁ ଆବଶ୍ୟକ ହେଉଥିବା ଉପ‌ଯୁକ୍ତ ସାଧନ ମିଳିବାକୁ ପରିବାର ନିୟୋଜନ ସାହାଯ୍ୟ କରେ ।[୧୦] ଏହି ସାଧନର ସାହାଯ୍ୟ ନେଇ ଏକ ଦମ୍ପତ୍ତି ପ୍ରାକୃତିକ ପ୍ରସବ, ଅନ୍ୟ ଗର୍ଭରେ ନିଜର ସନ୍ତାନ ସ୍ଥାନିତ (surrogacy) କରେଇ ଜନ୍ମ କରେଇବା, କୃତ୍ରିମ ବୀର୍ଯ୍ୟରୋପଣ (artificial insemination) ବା ପୋଷ୍ୟ ଶିଶୁ (adoption) ଗ୍ରହଣ କରିପାରିବେ । କୌଣସି ଏକ ସମୟରେ ଜଣେ ଶିଶୁ ଲାଭ କରିବାକୁ ଇଚ୍ଛା ନ କଲେ ଗର୍ଭ ପ୍ରତିରୋଧ କରିବା ସାଧନ ପାଇପାରିବେ ଯେପରିକି ଜନ୍ମ ନିୟନ୍ତ୍ରଣ, ଗର୍ଭନିରୋଧକ ଓ ଶାରୀରିକ ସୁରକ୍ଷା ସାହାଯ୍ୟରେ ପ୍ରତିରୋଧ କରିପାରିବେ ।

ଗର୍ଭାଧାନ ନିମନ୍ତେ କୌଣସି ସ୍ପଷ୍ଟ ସାମାଜିକ ପ୍ରଭାବ ନାହିଁ । ଅଧିକାଂଶ ଲୋକଙ୍କର ବ୍ୟକ୍ତିଗତ ମତ ଅନୁସାରେ,[୧୧] ଗର୍ଭ ଧାରଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବର କୌଣସି ତୁଳନୀୟ ମାପ ନାହିଁ । ସୁଖୀ ଜୀବନ ନିମନ୍ତେ ଅର୍ଥନୈତିକ ପତ୍ର ପତ୍ରିକାମାନଙ୍କର ଅନୁଶୀଳନରେ ଦେଖାଯାଇଛି ଯେ ଅନେକ ବ୍ୟକ୍ତି ପିଲା ବ୍ୟତିରେକ ସୁଖୀ ରହୁଛନ୍ତି ଯେପରିକି

  • ଏକାକୀ ପିତା ମାତା
  • ଶିଶୁଙ୍କୁ ସମ ଭାବରେ ଲାଳନ ପାଳନ କରୁଥିବା କର୍ମରତ ପିତାମାତା
  • ଅବିବାହିତ
  • ଛାଡ଼ପତ୍ରଧାରୀ
  • ଗରିବ
  • ୩ ବର୍ଷ ବୟସରୁ ଅଧିକ ଥିବା ପିଲା ଥିଲେ
  • ରୋଗ‌ଗ୍ରସ୍ତ ପିଲା [୧୨]

ସାଧନସମ୍ପାଦନ କରନ୍ତୁ

ଅଧିକ ଉପାର୍ଜନ ଓ ଶିକ୍ଷା ଖୋଜୁଥିବା ମହିଳାମାନେ ପ୍ରତ୍ୟେକ ପିଲା ନିମନ୍ତେ ଅଧିକ ଖର୍ଚ୍ଚ କରିପାରିବେ । ଅଳ୍ପ ଭାଇ ଭଉଣୀ ଥିବା ପିଲା ବେଶୀ ଭାଇ ଭଉଣୀ ଥିବା ପିଲାଙ୍କଠାରୁ ଅଧିକ କାଳ ବିଦ୍ୟାଳୟରେ ଶିକ୍ଷା ଲାଭ କରିପାରିବେ । ପରିବାର ନିୟୋଜନ କରିବା ଫଳରେ ଅସୀମିତ ଜନସଂଖ୍ୟା ଯୋଗୁ ପରିବେଶରୁ ଜାତୀୟ ଓ କ୍ଷେତ୍ରୀୟ ବିକାଶ ସାଧନ ପ୍ରଚେଷ୍ଟା ବାଧାପ୍ରାପ୍ତ ହୁଏ ।[୯][୧୩]

ସ୍ୱାସ୍ଥ୍ୟସମ୍ପାଦନ କରନ୍ତୁ

 
ସନ ୨୦୧୦ରେ ପୃଥିବୀରେ ପ୍ରତି ଏକ ଲକ୍ଷ ଜୀବନ୍ତ ଶିଶୁ ପ୍ରସବ ପ୍ରତି ମାତୃ ମୃତ୍ୟୁ ହାର ।[୧୪]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୟାନ ଅନୁସାରେ ଗର୍ଭାବସ୍ଥା, ପ୍ରସବ, ଓ ପ୍ରସବ ପର କାଳକୁ ମାତୃ ସ୍ୱାସ୍ତ୍ୟ ଅନ୍ତର୍ଭୁକ୍ତ କରାଯାଏ । ମାତୃତ୍ୱ ଲାଭ ଏକ ଯୁକ୍ତାତ୍ମକ ଓ ସମ୍ପୁର୍ଣ୍ଣ ଅନୁଭୁତି ଆଣୁଥିଲେ ମଧ୍ୟ ଅନେକ ମହିଳା ଏହି କାରଣରୁ ଦୁଃଖ, ଖରାପ ସ୍ୱାସ୍ଥ୍ୟ ଓ ସମୟ ବିଶେଷରେ ମୃତ୍ୟୁ ଲାଭ କରନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ (less developed countries) ପ୍ରାୟ ୯୯ % ମାତୃ ମୃତ୍ୟୁ ହୁଏ; ଅଧାରୁ କମ୍ ସଂଖ୍ୟକ ମୃତ୍ୟୁ ସବ‌-ସାହାରାରେ ହୁଏ ଓ ଏକ ତୃତୀୟାଂଶ ଦକ୍ଷିଣ ଏସିଆରେ ମାତୃ ମୃତ୍ୟୁ ହୁଏ । [୧୫]

ଶୀଘ୍ର ଓ ବିଳମ୍ବିତ ମାତୃତ୍ୱ ଉଭୟ କ୍ଷେତ୍ରରେ ମାତୃ ମୃତ୍ୟୁ ସଙ୍କତ ଅଧିକ ରହେ । କିଶୋରୀମାନେ ଗର୍ଭ ଯୋଗୁ ଅଧିକ ଜଟିଳତା ସଙ୍କଟରେ ରହନ୍ତି ଓ ମୃତ୍ୟୁ ସମ୍ଭାବନ ମଧ୍ୟ ଅଧିକ ରହେ ।[୧୫] ଅତି କମ୍‌ରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଗର୍ଭାଧାନ କଲେ ଉନ୍ନତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଲାଭ ହୁଏ ।[୧୬]

ଅଧିକ ସନ୍ତାନ ଲାଭର ଇଚ୍ଛା ଥିଲେ ବିଗତ ଶିଶୁ ପ୍ରସବ ପରେ ଅତି କମ୍‌ରେ ଦୁଇ ବର୍ଷ ପରେ ଗର୍ଭାଧାନ କଲେ ମାତା ଓ ଶିଶୁ ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ହୁଏ କିନ୍ତୁ ୫ ବର୍ଷରୁ ଅଧିକ ସମୟ ଅପେକ୍ଷା ଠିକ୍ ନୁହେଁ ।[୧୬] ମିସକ୍ୟାରେଜ (miscarriage) ଓ ଗର୍ଭପାତ ପରେ ଅତି କମ୍‌ରେ ୬ ମାସ ଅପେକ୍ଷା କରିବା ସ୍ୱାସ୍ଥ୍ୟପ୍ରଦ ହୁଏ ।[୧୬]

ପରିବାର ନିୟୋଜନ କଲାବେଳେ ମହିଳାଙ୍କର ଅଧିକ ବୟସରେ ଗର୍ଭ ସଙ୍କଟ ବିଷୟରେ ସଚେତନ ରହିବା ଆବଶ୍ୟକ । ବୟସ୍କ ପୁରୁଷ ବା ମହିଳାଙ୍କର ଶିଶୁର ଅଟିଜିମ୍‌ ବା ଡାଉନ ସିଣ୍ଡ୍ରୋମ, ଏକାଧିକ ଶିଶୁ ଜନ୍ମ (multiple birth) ସଙ୍କଟ ଅଧିକ ରହେ । ଆଉ ମଧ୍ୟ ଗର୍ଭାବଧି ମଧୁମେହ ଓ ସିଜରିଆନ ସେକସନ (Caesarian section) ଆବଶ୍ୟକତା ବୃଦ୍ଧି ପାଏ । ବୟସ୍କ ମହିଳାଙ୍କ ଶରୀର ଶିଶୁ ଜନ୍ମ ପାଇଁ ଉପ‌ଯୁକ୍ତ ନୁହେଁ । ଏମାନଙ୍କର ପ୍ରସବ କାଳ ଅଧିକ ରହେ ଓ ଏହା ଫଳରେ ଶିଶୁର ପୀଡ଼ା ଅଧିକ ହୁଏ ।

 
ଇଥିଓପିଆର ଏକ ପ୍ରାଚୀର ପତ୍ରରେ ପରିବାର ନିୟୋଜନ ଅଭାବର ପ୍ରଭାବ ଯୋଗୁ ଅଧିକ ଶିଶୁ (infants) ଓ ପିଲା (children) ହେବା ଦର୍ଶାଯାଇଛି ।

ଆଧୁନିକ ଉପାୟସମ୍ପାଦନ କରନ୍ତୁ

ଆଧୁନିକ ଉପାୟମାନଙ୍କ ମଧ୍ୟରେ ଜନ୍ମ ନିୟନ୍ତ୍ରଣ, ସାହାଯ୍ୟକୃତ ପ୍ରଜନନ ଟେକନୋଲୋଜି (assisted reproductive technology) ଓ ପରିବାର ନିୟୋଜନ ଯୋଜନା ।

ମିଳିତ ଜାତିସଂଘ ଜନସଂଖ୍ୟା ଫଣ୍ଡ (The United Nations Population Fund (UNFPA)) ଅନୁସାରେ ଅନିଚ୍ଛାକୃତ ଗର୍ଭକୁ ଜନ୍ମନିରୋଧକ ପ୍ରତିରୋଧ କରେ, ଗର୍ଭପାତ ସଂଖ୍ୟା କମାଏ ଓ ଗର୍ଭାବସ୍ଥା ତ‌ଥା ପ୍ରସବ ବେଳର ମୃତ୍ୟୁ ଓ ପଙ୍ଗୁତ୍ୱ ସଙ୍କଟ କମାଏ ।[୧୭] ଏହି ସଂସ୍ଥାର ବକ୍ତବ୍ୟ ଅନୁସାରେ ଗର୍ଭନିରୋଧକ ନ ପାଇଥିବା ସମସ୍ତ ମହିଳା ଯଦି ଆଧୁନିକ ଉପାୟ ଅବଲମ୍ବନ କରିଥାଆନ୍ତେ, ତେବେ ୨୪ ନିୟୁତ ଗର୍ଭପାତ (୧୪ ନିୟୁତ ଅଣସୁରକ୍ଷିତ) , ୬ ନିୟୁତ ମିସକ୍ୟାରେଜ, ୭୦,୦୦୦ ମାତୃ ମୃତ୍ୟୁ ଓ ୫୦୦,୦୦୦ ଘଟଣାକୁ ପ୍ରତିରୋଗ କରିପାରିଥାଆନ୍ତେ ।[୧୭]

ମିସିଗାମ ବିଶ୍ୱବିଦ୍ୟାଳୟର (University of Michigan) ଅନୁଶୀଳନ ଅନୁସାରେ ଶିଶୁ ଇଚ୍ଛା ନ କରୁଥିବା ଅନେକ ଦମ୍ପତ୍ତିମାନଙ୍କୁ ପରିବାର ନିୟୋଜନ ଅନେକ ପରିମାଣରେ ସାହାଯ୍ୟ କରେ । ଫେଡେରାଲ ପରିବାର ନିୟୋଜନ ଯୋଜନା ଯୋଗୁ ଦରିଦ୍ର ମହିଳାମାନଙ୍କର ୨୯% ଗର୍ଭାଧାନ କମିଗଲା । [୧୮]

ପରିବାର ଗଢ଼ିବାର ଆଉ ଗୋଟିଏ ଉପାୟ ହେଲେ ପୋଷ୍ୟ (Adoption) ସନ୍ତାନ ଗ୍ରହଣ କରିବା । ପୋଷ୍ୟ ଗ୍ରହଣ କରିବା ନିମନ୍ତେ ୭ଟି ସୋପାନ ଦେଇ ଗତି କରିବାକୁ ହୁଏ । ପୋଷ୍ୟ ନିମନ୍ତେ ମାନସିକ ସ୍ତରରେ ନିଶ୍ଚିତ ହେବା, ଏଥି ନିମନ୍ତେ ଦରଖାସ୍ତ ଦେବା, ପୋଷ୍ୟ ନିମନ୍ତେ ଘରୋଇ ଅନୁଶୀଳନ କରିବା, ପୋଷ୍ୟ ନିମନ୍ତେ ଅନୁମୋଦନ ପାଇବା, ପିଲା ସ‌ହିତ ମିଳାମିଶା କରିବା, ପୋଷ୍ୟ ନିମନ୍ତେ ଗ୍ରହଣ କରିବା ଓ ପୋଷ୍ୟକୁ କାନୁନୀ ଅନୁମୋଦନ କରିବା ଇତ୍ୟାଦି ସାତଟି ସୋପାନ ଦେଇ ଗତି କରିବାକୁ ହୁଏ ।[୧୯]

ଜନ୍ମ ନିରୋଧସମ୍ପାଦନ କରନ୍ତୁ

 
ଇଥିଓପିଆର ପ୍ରାଚୀର ପତ୍ରରେ ପରିବାର ନିୟୋଜନର ଯୁକ୍ତାତ୍ମକ ପ୍ରଭାବ ଦର୍ଶାଯାଇଛି ।

ଅନିଚ୍ଛାକୃତ ଗର୍ଭ ପ୍ରତିରୋଧ ନିମନ୍ତେ ଅନେକ ପ୍ରକାରର ପ୍ରାକୃତିକ ଓ ବିଭିନ୍ନ ରାସାୟନିକ ଜନ୍ମନିରୋଧକ ଉପାୟମାନ ଉପଲବ୍‌ଧ ଅଛି ଓ ପ୍ରତ୍ୟେକ ଉପାୟର ସୁବିଧା ଓ ଅସୁବିଧା ଅନଶୀଳନ କରିବା ଆବଶ୍ୟକ । ଋତୁସ୍ରାବ ସମୟ ଅନୁସାରେ (calendar-based methods) ଓ ଯୌନ ସଙ୍ଗମର ଶୀର୍ଷ ସମୟରେ ଲିଙ୍ଗ ବାହାରକରିଦେବା ଭଳି ଉପାୟ ଅବଲମ୍ବନରେ କୌଣସି ଖର୍ଚ୍ଚ ଆବଶ୍ୟକ ହୁଏନି । ଆଇୟୁଡି (intrauterine device) ଓ ଇମ୍ପ୍ଲାଣ୍ଟ ସାହାଯ୍ୟରେ ଦୀର୍ଘକାଳୀନ ପ୍ରତ୍ୟାବର୍ତ୍ତନଶୀଳ ଗର୍ଭନିରୋଧ (Long-acting reversible contraceptive) ଉପାୟମାନ ଅତି ପ୍ରଭାବଶାଳୀ ଓ ସ‌ହଜ, କୌଣସି ଅଭ୍ୟାସ ଆବଶ୍ୟକ ହୁଏନି କିନ୍ତୁ କଛି ସଙ୍କଟ ଥାଏ । ଅନ୍ୟାନ୍ୟ ଉପାୟ ଅପେକ୍ଷା ଆଇୟୁଡି ଓ ଭାସେକ୍ଟୋମିରେ କମ୍ ଖର୍ଚ୍ଚ ହୁଏ । ପୁରୁଷ ଓ ମହିଳା କଣ୍ଡୋମ ବ୍ୟବ‌ହାର କରି ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହରୁ ସୁରକ୍ଷା ମିଳେ । କେବଳ କଣ୍ଡୋମ ବ୍ୟବ‌ହାର କରାଯାଇପାରେ ବା ଅତିରିକ୍ତ ସୁରକ୍ଷା ଓ ଯୌନ ସଞ୍ଚାରିତ ରୋଗ କବଳରୁ ସୁରକ୍ଷା ନିମନ୍ତେ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରାଯାଇପାରେ । ସମ୍ପୁର୍ଣ୍ଣ ପରିବାର ଥିଲେ ଟ୍ୟୁବାଲ ଲାଇଗେସନ (tubal ligation), ଭାସେକ୍ଟୋମି (vasectomy) ଭଳି ଉପାୟ ଯୋଗେ ଦୀର୍ଘକାଳୀନ ଜନ୍ମ ନିରୋଧ କରାଯାଇପାରେ । [୨୦]

ସାହାଯ୍ୟପ୍ରାପ୍ତ ପ୍ରଜନନ ଟେକନୋଲୋଜିସମ୍ପାଦନ କରନ୍ତୁ

ପ୍ରାକୃତିକ ଉପାୟରେ କୌଣସି କାରଣ ବଶତଃ ମହିଳା ଗର୍ଭାଧାନ ପାଇଁ ଅକ୍ଷମ ହେଲେ ପ୍ରଜନନ ଟେକନୋଲୋଜିର ସାହାଯ୍ୟ ନେଇ ଅନ୍ତସତ୍ୱା ହୋଇପାରିବ । ଉଦାହରଣ ସ୍ୱରୂପ ଜଣେ ମହିଳା ଅନ୍ୟ ଜଣେ ଦମ୍ପତ୍ତିର ଭୃଣ ଗର୍ଭରେ ଧାରଣ କରିବା ନିମନ୍ତେ ସମ୍ମତ ହୋଇ ପ୍ରସବ କରିପାରିବ । ଏହାକୁ ସରୋଗାସି (surrogacy) କୁହାଯାଏ ।

ଦୁଇ ପ୍ରକାର ସରୋଗାସି କରାଯାଇପାରେ ଯଥା:- ପରମ୍ପରାଗତ ଓ ଗର୍ଭଗତ । ପରମ୍ପରା ସରୋଗାସିରେ ମହିଳା ନିଜ ଅଣ୍ଡା ବ୍ୟବ‌ହାର କରି ଅନ୍ୟ ଦମ୍ପତ୍ତି ନିମନ୍ତେ ଗର୍ଭଧାରଣ କରେ । ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କର ଅଫିସରେ ଆଇୟୁଆଇ ସାହାଯ୍ୟରେ କରାଯାଏ । ଏହି ଉପାୟରେ ସରୋଗେଟର ଶିଶୁ ସ‌ହିତ ଜେନେଟିକ ସମ୍ପର୍କ ରହେ । ବିଧି ମୁତାବକ ଉକ୍ତ ଶିଶୁ ଉପରେ ସରୋଗେଟ କୌଣସି ସ୍ୱାର୍ଥ ରଖିପାରିବନି । ଅନ୍ୟ ପକ୍ଷରେ ଜେସ୍ଟେସନାଲ ବା ଗର୍ଭଗତ ସରୋଗାସିରେ ଦାତାର ଅଣ୍ଡା ଶରୀର ବାହାରେ ନିଷିକ୍ତ କରାଯାଏ ଓ ଉକ୍ତ ଭୃଣକୁ ଜରାୟୁ ମଧ୍ୟରେ ସ୍ଥାପନ କରାଯାଏ । ଏପରି ମହିଳାଙ୍କୁ ଗର୍ଭବା‌ହକ କୁହାଯାଏ । ଶିଶୁ ସାଥିରେ ଗର୍ଭାଧାନ କରିଥିବା ମହିଳାର ଜେନେଟିକ ସମ୍ପର୍କ ନଥିବାରୁ ବିଧି ସୋପାନ ଅଧିକ ସରଳ ହୁଏ । [୨୧]

ଶୁକ୍ରଣୁ ଦାନ (Sperm donation) ମଧ୍ୟ ଅନ୍ୟ ଏକ ପ୍ରକାର ସାହାଯ୍ୟପ୍ରାପ୍ତ ଗର୍ଭଧାରଣ । ପ୍ରଦାନ ହୋଇଥିବା ଶୁକ୍ରାଣୁ ବ୍ୟବ‌ହାର କରି ଅଣ୍ଡାକୁ କୃତ୍ରିମ ଉପାୟରେ ଜରାୟୁ ଗ୍ରୀବାର ବା ଜରାୟୁ ମଧ୍ୟରେ ନିଶିକ୍ତ କରାଯାଏ; କ୍ୱଚିତ ବାହାରେ ମଧ୍ୟ କରାଯାଏ ଯାହାକୁ ଆଇଭିଏଫ କୁହାଯାଏ । ଶୁକ୍ରାଣୁଦାତା ଯୌନ ସମ୍ପର୍କ (sexual intercourse) ରଖି ମଧ୍ୟ ନିଶିକ୍ତ କରିପାରିବେ ଓ ଏହାକୁ ପ୍ରାକୃତିକ ଇନସେମିନେସନ (insemination (NI)) କୁହାଯାଏ ।

ଜଣେ ମହିଳାର ଡିମ୍ବାଶୟ ସଞ୍ଚୟ (ovarian reserve), ଡିମ୍ବାଶୟ ଫଲିକ୍ଲ ଡାଇନାମିକ (follicular) ଓ ମହିଳାର ପ୍ରଜନନ ବାୟୋମାର୍କର (biomarkers) ମ୍ୟାପିଙ୍ଗ କରି ଗର୍ଭାଧାନ ସମ୍ଭାବନା ବିଷୟରେ ପୂର୍ବାଭାଷ ଦେବା ଫଳରେ ଭବିଷ୍ୟତ ସନ୍ତାନ ଜନ୍ମ ପସନ୍ଦ ମୁତାବକ କରିହେବ ।[୨୨]

ଅର୍ଥ ବ୍ୟବସ୍ଥାସମ୍ପାଦନ କରନ୍ତୁ

ପରିବାର ନିୟୋଜନ ହେଉଛି ସର୍ବାଧିକ ଲାଭଜନ‌କ ସ୍ୱାସ୍ଥ୍ୟ ହସ୍ତକ୍ଷେପ ।[୨୩] ଅନିଚ୍ଛାକୃତ ଗର୍ଭ କମ୍ ହେବା ଓ ଯୌନ ସଞ୍ଚାରିତ ସଂକ୍ରମଣ କମିବା ଓ ଏଚଆଇଭି ନିୟନ୍ତ୍ରଣ ଯୋଗୁ ଖର୍ଚ୍ଚ କମିଯାଏ ।[୨୩]

ସନ ୧୯୯୬ରେ ପ୍ରସବ ଓ ଗର୍ଭାବସ୍ଥାର ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣ ପ୍ରସବ ନିମନ୍ତେ ୭,୦୯୦ ଡଲାର ଖର୍ଚ୍ଚ ହେଉଥିଲା । [୨୪] ଜନ୍ମ ହେବା ପରଟାରୁ ପିଲାର ବୟସ ୧୭ ବର୍ଷ ହେବା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବିଭାଗ (U.S. Department of Agriculture) ଅନୁଶୀଳନ ଅନୁସାରେ ପିଲା ପିଛା ବାର୍ଷିକ ଖର୍ଚ୍ଚ ପ୍ରାୟ ୧୧,୦୦୦ରୁ ୨୩,୦୦୦ ଡଲାର ହୁଏ । [୭] (ଘର ଆମଦାନୀ ଅନୁସାରେ ମୋଟ ମୁଦ୍ରାସ୍ଫିତି ହିସାବରେ ପ୍ରାୟ ୧୯୬,୦୦୦ରୁ ୩୯୩,୦୦୦ ଡଲାର ଖର୍ଚ୍ଚ ହୁଏ ।)[୭] ଗୋଟିଏ ପିଲା ଥିଲେ ଖର୍ଚ୍ଚ ୨୪% ଅଧିକ ହୁଏ ଓ ୩ ବା ତ‌ତୋଧିକ ପିଲା ଥିଲେ ପ୍ରତି ପିଲା ପିଛା ଖର୍ଚ୍ଚ କମ୍ ହୁଏ ।

ପରିବାର ନିୟୋଜନରେ ଅର୍ଥ ନିବେଶ କଲେ ଆର୍ଥିକ ଉପକାର ମିଳେ ଓ ଏହା ଫଳରେ ଦେଶର ଜନସଂଖ୍ୟା ଲାଭର ପ୍ରଭାବ ରହୁଛି ଅର୍ଥାତ୍ ଦେଶର ଅଧିକ ଲୋକ ଅଧିକ କାର୍ଯ୍ୟଶକ୍ତି ବୃଦ୍ଧି କରୁଛନ୍ତି କିନ୍ତୁ ଅଳ୍ପ ନିର୍ଭରଶୀଳ ଅଛନ୍ତି । [୧୭] ଜନ୍ମନିରୋଧ ନିମନ୍ତେ ଏକ ଡଲାର ପୁଞ୍ଜି ଲଗେଇଲେ ଗର୍ଭ ସଂକ୍ରାନ୍ତ ଯତ୍ନର ଖର୍ଚ୍ଚ ୧.୪୭ ଡଲାର କମିଯାଉଛି ।[୧୭]

ନୋବେଲ ପୁରସ୍କାର ବିଜେତା ଓ ଜାତିସଂଘା ମିଳିତ ଭାବରେ ଏକମତ ହୋଇଛନ୍ତି ଯେ ସାମାଜିକ, ଅର୍ଥନୈତିକ ଓ ପରିବେଶ ଉପକାର ନିମନ୍ତେ ଜନ୍ମ ନିରୋଧ ପିଛା ଏକ ଡଲାର ଖର୍ଚ୍ଚ କରିବା ଏକ ତୃତୀୟ ସର୍ବୋତ୍ତମ ପଲିସି । [୨୫] ପୃଥିବୀବ୍ୟାପୀ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ଯୋଗାଣ ଓ ଜନ୍ମନିରୋଧ ଆବଶ୍ୟକତା ପୁରଣ କଲେ ପ୍ରାୟ ୬୪୦,୦୦୦ ନବଜାତ ମୃତ୍ୟୁ, ୧୫୦,୦୦୦ ମାତୃ ମୃତ୍ୟୁ ଓ ୬୦୦,୦୦୦ରୁ କମ୍ ପିଲା ତାଙ୍କ ମାଆଙ୍କୁ ହରେଇବାରୁ ରକ୍ଷା ପାଇଯିବେ । ସେହି ସମୟରେ ଅଳ୍ପ ନିର୍ଭରଶୀଳ ହେବେ ଓ ଅଧିକ ମହିଳା କାର୍ଯକ୍ଷମ ହୋଇ ଅର୍ଥନୈତିକ ଅଗ୍ରଗତିକୁ ସାହାଯ୍ୟ କରିବେ । ଜନ୍ମନିରୋଧ ଉପଲବ୍‌ଧ କରେଇବାକୁ ବାର୍ଷିକ ୩.୬ ବିଲିଅନ ଡଲାର ଖର୍ଚ୍ଚ ହେବ କିନ୍ତୁ ତାହାଦ୍ୱାର ୪୦୦ ବିଲିଅନ ଡଲାରର ଉପକାର ମିଳିବ ଓ ମାତୃମୃତ୍ୟୁ ପ୍ରାୟ ୧୫୦.୦୦୦ କମିଯିବ ।

ଉର୍ବରତ୍ୱ ସଚେତନତାସମ୍ପାଦନ କରନ୍ତୁ

ମହିଳାମାନେ ତାଙ୍କ ଋତୁଚକ୍ରରେ ଉର୍ବର (fertile) ଓ ଅନୁର୍ବର ଚରଣ ବିଷୟରେ ସଚେତନ ହେବା ଆବଶ୍ୟକ । ସେହି ସଚେତନତା ଯୋଗୁ ଗର୍ଭ ଏଡ଼େଇବା, ଗର୍ଭାଧାନ କରିବା ବା ଅନ୍ୟ ପକ୍ଷରେ କ‌ହିବାକୁ ଗଲେ ମହିଳା ସ୍ୱାସ୍ଥ୍ୟ (gynecological) ସୁରକ୍ଷା ଲାଭ କରିହେବ । ଅନୁର୍ଭର ସମୟ ଆଦିମ କାଳରୁ ଜଣାଥିଲେ ମଧ୍ୟ ଆଧୁନିକ ଜ୍ଞାନ କୌଶଳ ଯୋଗୁ ଏହାର ସଂଖ୍ୟା ଓ ଉପାୟମାନ ବୃଦ୍ଧିପ୍ରାପ୍ତ ହୋଇଛି । ଅନେକ ଉପାୟମାନଙ୍କ ମଧ୍ୟରୁ ଉପ‌ଯୁକ୍ତ ଭାବରେ ବ୍ୟବ‌ହାର କଲେ ସିମ୍ପ୍ଟୋଥର୍ମାଲ ଉପାୟର ସଫଳତା ପ୍ରାୟ ୯୯% ହୋଇଛି । [୨୬]

ଏହି ଉପାୟମାନ ଗ୍ରହଣ କରିବାର ଅନେକ କାରଣ ମଧ୍ୟରୁ ଔଷଧର ପାର୍ଶ୍ୱପ୍ରତିକ୍ରିୟା ବିହୀନ,[୨୭] ମୁକ୍ତ ବ୍ୟବ‌ହାର, ସ୍ୱଳ୍ପ ଖର୍ଚ୍ଚ, ଓ ପ୍ରାକୃତିକ ପରିବାର ନିୟୋଜନ ଯୋଗୁ କାଥୋଲିକ ଚର୍ଚ୍ଚ ମଧ୍ୟ ଏହାର ବ୍ୟବ‌ହାରକୁ ଗ୍ରହଣ‌ କରିଥାଆନ୍ତି । କିନ୍ତୁ ଉର୍ବର ଦିବସମାନଙ୍କରେ ଏହାର ବ୍ୟବ‌ହାର ବିପଦମୁକ୍ତ ନୁହେଁ ଓ ସଙ୍ଗମ ନ କରିବା ଓ କଲେ ଅନ୍ୟାନ୍ୟ ଉପାୟ ଏହା ସାଥିରେ ଗ୍ରହଣ କରିବା ଉଚିତ । [୨୮] ଏହା ଯୌନ ସଞ୍ଚାରିତ ସଂକ୍ରମଣରୁ ସୁରକ୍ଷା ଦିଏନି । [୨୯]

ମିଡିଆ ଅଭିଯାନସମ୍ପାଦନ କରନ୍ତୁ

ସାମାଜିକ ଓ ଜନସଂଖ୍ୟାର ପରିବର୍ତ୍ତନଶୀଳତାକୁ ଆଧାର କରି ମଧ୍ୟ ପରିବାର ନିୟୋଜନ ମାସ ମିଡିଆ ଅଭିଯାନ ଓ ଜନ୍ମନିରୋଧ ବ୍ୟବ‌ହାର ଦ୍ୱୟର ଦୃଢ଼ ସମ୍ପର୍କ‌କୁ ଜାତୀୟ ପ୍ରତିନିଧି ସର୍ଭେ ସମର୍ଥନ କରୁଛି । ସନ ୧୯୮୯ର କେନିଆ ଡିମୋଗ୍ରାଫିକ ଆଣ୍ଡ ହେଲଥ ସର୍ଭେ ସମୟରେ ଦେଖିବାକୁ ପାଇଲେ ଯେ ରେଡିଓ, ଛାପା ଓ ଟେଲିଭିଜନ ଦେଖିବା ପରେ ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ମହିଳା ଜନ୍ମନିରୋଧ ବ୍ୟବ‌ହାର କରିଥିଲେ ଓ ପ୍ରାୟ ୧୪% ପରିବାର ନିୟୋଜନ ବିଷୟ ଦେଖିବା ବା ଶୁଣିବା ମନେପକେଇ ପାରିଲେନି ।[୩୦]

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଶିକ୍ଷା ବିଭାଗ, ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥଦାନ ଗ୍ରହଣ କରି ଆନ୍ତର୍ଜାତୀୟ ବିକାଶ ଏଜେନ୍ସି ଗୋଟିଏ ତାଞ୍ଜାନିଆ ପରିବାର ନିୟୋଜନ କମ୍ୟୁନିକେସନ ପ୍ରୋଜେକ୍ଟ ସନ ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ପରିଚାଳନା କରିଥିଲେ ।[୩୦] ଏହି ଯୋଜନାରେ ପ୍ରଜନନକ୍ଷମ ଉଭୟ ପୁରୁଷ ଓ ମହିଳାଙ୍କୁ ଆଧୁନିକ ଜନ୍ମନିରୋଧର ଆଧୁନିକ ଉପାୟ ବିଷୟରେ ଶିକ୍ଷାଦାନ କରିବାକୁ ଇଚ୍ଛା କରିଥିଲେ । ମୁଖ୍ୟ ଚାନେଲ, ରେଡିଓ ସ୍ପଟସ (radio spots) ଓ ରେଡିଓ ନାଟକ, ସବୁଜ ତାରା ଲୋଗୋ ପ୍ରଚାର କାର୍ଯ୍ୟଧାରା, ପୋଷ୍ଟର, ଲିଫଲେଟ, ଖବରକାଗଜ ଓ ଅଡିଓ କ୍ୟାସେଟ ଆଦି ଏହି ଯୋଜନାରେ ବ୍ୟବ‌ହୃତ ହୋଇଥିଲା । ଏହା ସ‌ହିତ ତାଞ୍ଜାନିଆ ଓ ଆନ୍ତର୍ଜାତୀୟ ଏଜେନ୍ସିମାନ ଅନ୍ୟ ଅଣ-ଯୋଜନା ଗୁଡ଼ିକୁ ଅନ ୧୯୯୨-୧୯୯୪ ପର୍ଯ୍ୟନ୍ତ ପ୍ରାୟୋଜିତ କରିଥିଲେ ଯେଉଁଥିରେ ୧୫-୪୯ ବର୍ଷ ବୟସ୍କା ମହିଳାମାନଙ୍କର ଜନ୍ମନିରୋଧ ବ୍ୟବ‌ହାର ୫.୯ %ରୁ ବୃଦ୍ଧି ପାଇ ୧୧.୩ %ରେ ପ‌ହଞ୍ଚିଥିଲା । ୧୯୯୧-୧୯୯୨ର ଆଜୀବନ ଜନ୍ମ ହାର ୬.୩ରୁ ଖସି ସନ ୧୯୯୪ରେ ୫.୮ରେ ପ‌ହଞ୍ଚିଥିଲା ।

ପ୍ରଦାତାସମ୍ପାଦନ କରନ୍ତୁ

ପ୍ରତ୍ୟକ୍ଷ ସରକାରୀ ସାହାଯ୍ୟସମ୍ପାଦନ କରନ୍ତୁ

ପରିବାର ନିୟୋଜନ ଶିକ୍ଷା, ସରକାର ସଞ୍ଚାଳିତ ଡାକ୍ତରଖାନା, କ୍ଲିନିକ, ସ୍ୱାସ୍ଥ୍ୟ ଅନୁଷ୍ଠନ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଫିଲ୍ଡ ୱର୍କର ସାହାଯ୍ୟରେ ସରକାର ପ୍ରତ୍ୟକ୍ଷ ସାହାଯ୍ୟ କରନ୍ତି ।[୩୧]

ସନ ୨୦୧୩ରେ ପରିବାର ନିୟୋଜନ‌କୁ ୧୯୭ ସରକାର ମଧ୍ୟରୁ ୧୬୦ ସରକାର ପ୍ରତ୍ୟକ୍ଷ ସାହାଯ୍ୟ କରୁଥିଲେ । କୋଡ଼ିଏଟି ଦେଶ ଘରୋଇ ଅନୁଷ୍ଠାନ ଓ ଏନ‌ଜିଓମାନଙ୍କୁ ଅପ୍ରତ୍ୟକ୍ଷ ସାହାଯ୍ୟ ଦେଉଥିଲେ । ସତରଟି ସରକାର ପରିବାର ନିୟୋଜନ‌କୁ ସାହାଯ୍ୟ କରୁନଥିଲେ । ସନ ୧୯୯୬ରେ ୮୨% ସରକାରୀ ସାହାଯ୍ୟ ବୃଦ୍ଧି ପାଇ ସନ ୨୦୧୩ରେ ୯୩% ହୋଇଥିଲା, କିନ୍ତୁ ବିକଶିତ ଦେଶମାନଙ୍କରେ ସନ ୧୯୬୭ର ୫୮%ରୁ କମିଯାଇ ସନ ୨୦୧୩ରେ ୪୫%ରେ ପ‌ହଞ୍ଚିଛି । ପରିବାର ନିୟୋଜନ ନିମନ୍ତେ ଲାଟିନ ଆମେରିକା ଓ କାରିବିଆନର ୯୭%, ଆଫ୍ରକାର ୯୬% ପ୍ରତ୍ୟକ୍ଷ ସାହାଯ୍ୟ ସରକାର ଦିଅନ୍ତି । ପରିବାର ନିୟୋଜନ‌କୁ ୟୁରୋପରେ ୪୫% ସରକାର ପ୍ରତ୍ୟକ୍ଷ ସରକାରୀ ସାହାଯ୍ୟ ମିଳେ । ସନ ୨୦୧୨ ସୁଦ୍ଧା ୧୭୨ଟି ଦେଶ ମଧ୍ୟରୁ ମିଳିଥିବା ଡାଟା ଅନୁସାରେ ୧୫୨ଟି ଦେଶରେ ମହିଳାମାନଙ୍କୁ ପରିବାର ନିୟୋଜନ ୨୦୦୯-୨୦୧୪ ଲକ୍ଷରେ ବାସ୍ତବିକ ଉପାୟମାନ ଉପଲବ୍‌ଧ କରାଯାଇଥିଲା । ଏଥିରେ ୯୫% ବିକାଶଶୀଳ ଦେଶ ଓ ୬୫% ବିକଶିତ ଥିଲେ । [୩୧]

ଘରୋଇ ଅନୁଷ୍ଠାନସମ୍ପାଦନ କରନ୍ତୁ

ବେସରକାରୀ ଓ ବିଶ୍ୱାସ ଆଧରିତ ଘରୋଇ ଅନୁଷ୍ଠନମାନ ଲାଭକାରୀ ଡାକ୍ତରୀ ସଂସ୍ଥା, ଫର୍ମାସୀ ଓ ଔଷଧ ଦୋକାନମାନଙ୍କୁ ମୁକ୍ତ ବା ସବସିଡି ଆକାରରେ ସାହାଯ୍ୟ ଦେଉଥିଲେ । ପୃଥିବୀରେ ଘରୋଇ ଅନୁଷ୍ଠନମାନ ପ୍ରାୟ ଦୁଇ ପଞ୍ଚମାଂଶ ଜନ୍ମନିରୋଧକ ଯୋଗାଣ କରନ୍ତି । ସାମାଜିକ ମାର୍କେଟ, ସାମାଜିକ ସ‌ହଭାଗୀ ଓ ଫର୍ମାସୀମାନଙ୍କୁ ଘରୋଇ ଅନୁଷ୍ଠାନମାନ ଜନ୍ମନିରୋଧକ ସେବା ନିମନ୍ତେ ଦୀର୍ଘସ୍ଥାୟୀ ମାର୍କେଟ ଯୋଗେଇଦିଅନ୍ତି । [୩୨]

ସାମାଜିକ ମାର୍କେଟିଙ୍ଗରେ ମାର୍କେଟିଙ୍ଗ ଟେକନିକ ସାହାଯ୍ୟରେ ବ୍ୟବ‌ହାରିକ ପରିବର୍ତ୍ତନ ହାସଲ କରି ଜନ୍ମ ନିରୋଧକ ଉପଲବ୍‌ଧ କରାନ୍ତି । ସାମାଜିକ ମାର୍କେଟିଙ୍ଗରେ ଘରୋଇ ସଂସ୍ଥା, ଭୌଗଳିକ ଓ ସମାଜ-ଅର୍ଥନୈତିକ ସାମଞ୍ଜସ୍ୟକୁ କମେଇଦେଇ ପୁରୁଷ ଓ ବାଳକମାନଙ୍କ ପାଖକୁ ପ‌ହଞ୍ଚିଯାଆନ୍ତି ।[୩୨]

ଜନ୍ମନିରୋଧକ ମାର୍କଟ ବୃଦ୍ଧି ନିମନ୍ତେ ସାମାଜିକ ସ‌ହଭାଗୀମାନେ ବ୍ରାଣ୍ଡ ଡିଜାଇନ କରନ୍ତି । [୩୨]

ଅଳ୍ପ ଘରୋଇ କ୍ଲିନିକ ଥିବା ଗ୍ରମୀଣ ଇଲାକା ଓ ସ‌ହରର ବସ୍ତିମାନଙ୍କରେ ଥିବା ଔଷଧ ଦୋକାନ ଓ ଫର୍ମାସୀଗୁଡ଼ିକ ସ୍ୱାସ୍ଥ୍ୟ ସେବା ଯୋଗାନ୍ତି । ସବ-ସାହାରା ଆଫ୍ରିକାରେ ଏଗୁଡ଼ିକ ଲୋକଙ୍କୁ କଣ୍ଡୋମ, ପିଲ ବା ବଟିକା, ଇଞ୍ଜେକସନ ଓ ଆଶୁ ଜନ୍ମନିରୋଧକ ଯୋଗାଣ କରନ୍ତି । ଦକ୍ଷିଣ ଆଫ୍ରିକାରେ ପ ଅନେକ ସ୍ୱଳ୍ପ ଆମଦାନୀକାରୀ ଦେଶମାନଙ୍କରେ ଫର୍ମାସୀଗୁଡ଼ିକ ଅଳ୍ପ ଦାମ୍‌ର ଆଶୁଜନ୍ମନିରୋଧକ ଯୋଗାନ୍ତି । [୩୨]

ପରିବାର ନିୟୋଜନ ଖବରମାନଙ୍କୁ ବ୍ୟାପିବାରେ କର୍ମସ୍ଥଳୀ ପଲିସୀ ଓ ପ୍ରୋଗ୍ରାମ ସାହାଯ୍ୟ କରେ । ଉନ୍ନତ ସ୍ୱାସ୍ଥ୍ୟ ସେବା ଦେବାକୁ ୧୫୦ରୁ ଅଧିକ ଉଦ୍ୟୋଗରେ କାମ କରୁଥିବା ଇଥିଓପିଆର ପରିବାର ମାର୍ଗଦର୍ଶକ ୧୦ ବର୍ଷ ଧରି ଗୋଟିଏ କାରଖାନାରେ ଅନୁଶୀଳନ କରି ଦେଖିଲା ଅନିଚ୍ଛାକୃତ ଗର୍ଭ, ଯୌନ ସଞ୍ଚାରିତ ସଂକ୍ରମଣ ଓ ରୋଗ ଛୁଟି ଅନେକ ପରିମାଣରେ କମୁଛି । ଜନ୍ମନିରୋଧକ ବ୍ୟବ‌ହାର ସନ ୧୯୯୭ରେ ୧୧% ଥିବା ବେଳେ ସନ ୨୦୦୦ରେ ବୃଦ୍ଧି ପାଇ ୯୦% ହୋଇଥିଲା । ବାଙ୍ଗଲାଦେଶ ପୋଷାକ ଉତ୍ପାଦକ ଆସୋସିଏସନ ସନ ୨୦୧୬ରେ କାରଖାନା କ୍ଲିନିକରେ ହଜାର ହଜାର ଲୋକଙ୍କୁ ପରିବାର ନିୟୋଜନ ଶିକ୍ଷା ଓ ଜନ୍ମନିରୋଧକ ଦାନ କରିଥିଲେ । [୩୨]

ଅଣ-ସରକାରୀ ସଂଗଠନ (ଏନ‌ଜିଓ)ସମ୍ପାଦନ କରନ୍ତୁ

ସ୍ଥାନୀୟ ଗରିବ ଲୋକଙ୍କୁ ସ୍ୱୟଂ-ସାହାଯ୍ୟ କରିବାକୁ ପ୍ରବର୍ତ୍ତେଇବା, ତାଙ୍କର ସାମାଜିକ ଓ ସାଂସ୍କୃତିକ ଜଟିଳତା ଓ ରେଡ ଟେପରେ କାମ କରିବାର ଆବଶ୍ୟକତାକୁ ବୁଝି ତାକୁ ପୁରଣ କରିବାକୁ ଏନ‌ଜିଓ ସାହାଯ୍ୟ କରନ୍ତି । ରାଜନୀତି ବଳରେ ବିପଦଗ୍ରସ୍ତ ଥିବା ପରିବାର ନିୟୋଜନ ସେବାକୁ ଏନ‌ଜିଓ ପ୍ରତିଷ୍ଠିତ କରିପାରନ୍ତି । କୌଣସି ସରକାରୀ କାର୍ଯ୍ୟକ୍ରମ ଓ ବିକାଶ କାର୍ଯ୍ୟଗୁଡ଼ିକୁ ସରକାର ଲାଗୁକରିବାକୁ ଅକ୍ଷମ ହେବା ବେଳେ ଏନ‌ଜିଓ ତାହାକୁ ଲାଗୁ କରିପାରନ୍ତି । [୩୩]

ଆନ୍ତର୍ଜାତୀୟ ନିରୀକ୍ଷଣସମ୍ପାଦନ କରନ୍ତୁ

ବ୍ୟାପକ ବିକାଶ ନିମନ୍ତେ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଅଧୁନା ଏକ ପ୍ରମୁଖ ଅଂଗ ଭାବରେ ଗ୍ରହଣ କରାଯାଉଛି । ଜାତିସଂଘର ଦୀର୍ଘକାଳୀନ ଲକ୍ଷରେ (Sustainable Development Goals) ଏହି ଆନ୍ତର୍ଜାତୀୟ ଏକମତ ପ୍ରକାଶ ପାଇଛି । ସଂଯୁକ୍ତ ରାଷ୍ଟ୍ରସଂଘ ସରକାର ଓ ବିଲ ତ‌ଥା ମେଲିଣ୍ଡା ଗେଟ ଫାଉଣ୍ଡେସନ ସନ ୨୦୧୨ରେ ଲଣ୍ଡନ ସମ୍ମିଟ ସଭାରେ ଆତିଥେୟତା ପ୍ରଦାନ କରି ରାଜନୈତିକ ଓ ଅଧିକ ଅର୍ଥଦାନ ସ୍ୱୀକୃତି ଦେଇ ରାଷ୍ଟ୍ର ବିକାଶରେ ପରିବାର ନିୟୋଜନ‌ର ଭୂମିକାକୁ ସଶକ୍ତ କରିବାକୁ ଆହ୍ୱାନ କରିଥିଲେ ।[୩୪] ସନ ୨୦୧୨ରେ ହୋଇଥିବା ଲଣ୍ଡନ ଶୀର୍ଷ ସମ୍ମିଳନୀ ଫଳରେ ସନ ୨୦୨୦ରେ ୨୦ଟି ସରକାର ଏହି ପଲିସି, ଅର୍ଥଦାନ, ମହିଳାଙ୍କର ଜନ୍ମନିରୋଧକ ବ୍ୟବ‌ହାରରେ ସାମାଜିକ-ସାଂସ୍କୃତିକ ବାଧା ଦୂରୀଭୂତ କରିବାକୁ ନିଶ୍ଚୟ କରିଥିଲେ । ପ୍ରତି ମହିଳା ନିଜେ କେତେବେଳେ ଓ କିପରି ଓ କେତେ ସନ୍ତାନ ଜନ୍ମ କରିବେ ସେ ନିଜେ ସେ କଥା ନିର୍ଣ୍ଣୟ କରିବାର ଅଧିକାରକୁ ଏଫପି ୨୦୨୦୨ (ପରିବାର ନିୟୋଜନ ୨୦୨୦) ବିଶ୍ୱ ଆନ୍ଦୋଳନ ସମର୍ଥନ କରିଛି ।[୩୫] ଏହି ପ୍ରତିବଦ୍ଧତା ପ୍ରତି ଦେଶ ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି । ମିଳିତ ଜାତିସଂଘ ଫାଉଣ୍ଡେସନ ଏହି ଏଫପି ୨୦୨୦କୁ ଆତିଥେୟତା ଦିଏ ଓ ସଂଯୁକ୍ତ ରାଷ୍ଟ୍ରସଂଘର ସେକ୍ରେଟାରୀ ଜେନେରାଲଙ୍କର ଏହି ମହିଳା, ଶିଶୁ ଓ କିଶୋରମାନଙ୍କ ସ୍ୱାସ୍ଥ୍ୟର ବିଶ୍ୱ ରଣନୀତିକୁ ସମର୍ଥନ କରି କାର୍ଯ୍ୟକରେ ।

ଜନତା ଓ ପ୍ରଜନନ ସ୍ୱାସ୍ଥ୍ୟ ଯୋଜନା ନିମନ୍ତେ ପୃଥିବୀରେ ସର୍ବାଧିକ ଅର୍ଥ ସଂଗ୍ରହ ମିଳିତ ଜାତିସଂଘ ଜନସଂଖ୍ୟା ଫଣ୍ଡ (United Nations Population Fund (UNFPA)) କରେ । ସନ ୧୯୯୪ରେ ଆନ୍ତର୍ଜାତୀୟ ଜନସଂଖ୍ୟା ଓ ବିକାଶ ସଭାରେ ନିମ୍ନ ଲିଖିତ ଲକ୍ଷ ଧାର୍ଯ୍ୟ କରାଯାଇଛି ।

  • ୨୦୧୫ ସୁଦ୍ଧା ପ୍ରଜନନ ସ୍ୱାସ୍ଥ୍ୟକୁ (reproductive health) ଜାଗତିକ ପ୍ରବେଶ ସେବା ଦିଆଯିବ ।
  • ୨୦୧୫ ସୁଦ୍ଧା ଜାଗତିକ ପ୍ରାଥମିକ ଶିକ୍ଷା ଦାନ ଓ ଶିକ୍ଷାର ପୁଅ ଝିଅ ଭେଦଭାବ ବନ୍ଦ କରାଯିବ ।
  • ୨୦୧୫ ସୁଦ୍ଧା ମାତୃ ମୃତ୍ୟୁ ହାର ୭୫% କରାଯିବ ।
  • ନବଜାତ ମୃତ୍ୟୁ infant mortality ହାର କମାଯିବ ।
  • ଜନ୍ମ ସମୟରେ ବଞ୍ଚିବା ଆଶା ବା ଆୟୁସର ବୃଦ୍ଧି କରିବା ।
  • ଏଚଆଇଭି ସଂକ୍ରମଣ ହାର ୧୫-୨୫ ବର୍ଷ ବୟସ ମଧ୍ୟରେ ଅଧିକାଂଶ ଦେଶରେ ୨୦୦୫ ସୁଦ୍ଧା ୨୫% କମାଯିବ ଓ ୨୦୧୦ ସୁଦ୍ଧା ସମଗ୍ର ପୃଥିବୀରେ ୨୫% କମାଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ପୃଥିବୀ ବ୍ୟାଙ୍କ ହିସାବ କରି ଦେଖେଇଛନ୍ତି, ପରିବାର ନିୟୋଜନ, ମାତା ଓ ନବଜାତ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ବିକାଶଶୀଳ ଦେଶରେ ଜଣେ ଲୋକ ପିଛା ବାର୍ଷିକ ୩ ଡଲାର ଖର୍ଚ୍ଚ କଲେ ଆବଶ୍ୟକୀୟ ସେବା ପାଇପାରିବ । ଏହା ମଧ୍ୟରେ ଜନ୍ମନିରୋଧକ, ପ୍ରସବପୂର୍ବ, ପ୍ରସବ ଓ ପ୍ରସବପର ଯତ୍ନ ସ‌ହିତ ପ୍ରସବପର ପରିବାର ନିୟୋଜନ ଓ ଯୌନ ସଂଚାରିତ ସଂକ୍ରମଣ ପ୍ରତିରୋଧ କରିବାକୁ କଣ୍ଡୋମ ନେବାର ପ୍ରବର୍ତ୍ତନ‌କୁ ଅଗ୍ରାଧିକାର ଦିଆଯିବ । [୩୬]

ପରିବାର ନିୟୋଜନରେ ବଳପୂର୍ବକ ବାଧାସମ୍ପାଦନ କରନ୍ତୁ

ବାଧ୍ୟତାମୂଳକ ବନ୍ଧ୍ୟାକରଣସମ୍ପାଦନ କରନ୍ତୁ

ବିଭିନ୍ନ ଦେଶର ସରକାରମାନେ ଲୋକଙ୍କର ସମ୍ମତି ନଥାଇ ବାଧ୍ୟତାମୂଳକ ବା ବଳପୂର୍ବକ ବନ୍ଧ୍ୟାକରଣ କରାନ୍ତି । ସ୍ୱଳ୍ପ ଲୋକ ବିଶିଷ୍ଟ ସମାଜ ବାଧ୍ୟତାମୂଳକ ବନ୍ଧ୍ୟାକରଣର ଅଧିକ ଶିକାର ହୁଏ । [୩୭] ପୂର୍ବ ୟୁରୋପରେ ରୋମା ମହିଳାଙ୍କର ବଳପୂର୍ବକ ବନ୍ଧ୍ୟାକରଣ କରାଯାଇଛି,[୩୭][୩୮] ଓ ପେରୁରେ ସ୍ଥାନୀୟ ମହିଳାଙ୍କର ମଧ୍ୟ ସନ ୧୯୯୦ରେ ବଳପୂର୍ବକ ବନ୍ଧ୍ୟାକରଣ କରାଯାଇଛି । [୩୯] ଲୋକ ସଂଖ୍ୟାକୁ ସୀମିତ କରିବାକୁ ଚୀନର ଏକ ସନ୍ତାନ ପଲିସି (China's one-child policy) କରାଯାଇଥିଲା କିନ୍ତୁ ଅନେକ ସ୍ଥାନରେ ଏହା ବଳପୂର୍ବକ ବନ୍ଧ୍ୟାକରଣରେ ପରିଣତ ହେଲା ।

ଯୌନ ହିଂସାସମ୍ପାଦନ କରନ୍ତୁ

ଧର୍ଷଣ ଫଳରେ ଗର୍ଭ ଉପୁଜିପାରେ । ଯୁଦ୍ଧକାଳୀନ ଧର୍ଷଣ (war rape), ବାଧ୍ୟତାମୂଳକ ବେଶ୍ୟାବୃତ୍ତି (forced prostitution) ଓ ବୈବାହିକ ଧର୍ଷଣ (marital rape) ଭଳି ବିଭିନ୍ନ ପ୍ରକାର ଧର୍ଷଣ ହୋଇପାରେ ।

ରୁଆଣ୍ଡାର (Rwanda) ଜାତୀୟ ଜନସଂଖ୍ୟା ଅଫିସ ହିସାବ କରି ଦେଖିଛି, ରୁଆଣ୍ଡା ସାମୁହିକ ହତ୍ୟାକାଣ୍ଡରେ (genocide) ପ୍ରାୟ ୨,୦୦୦ରୁ ୫,୦୦୦ ପିଲା ଯୌନ ହିଂସା ଯୋଗୁ ଜନ୍ମ ଗ୍ରହଣ କରିଛନ୍ତି କିନ୍ତୁ ଏହାର ଶିକାର ହୋଇଥିବା ଲୋକଙ୍କ ହିସାବରେ ଏହା ୧୦,୦୦୦ ହେବ ।[୪୦]

ମାନବିକ ଅଧିକାର, ବିକାଶ ଓ ଜଳବାୟୁସମ୍ପାଦନ କରନ୍ତୁ

ଅନେକ ଲୋକଙ୍କ ମତରେ ସୁରକ୍ଷିତ ଓ ସ୍ୱେଚ୍ଛାକୃତ ପରିବାର ନିୟୋଜନ ଏକ ମାନବିକ ଅଧିକାର, ଯାହା ଲିଙ୍ଗ ଏକତା ନିମନ୍ତେ କେନ୍ଦ୍ରୀୟ ଭୂମିକା ଓ ମହିଳାଙ୍କର ଦାରିଦ୍ର୍ୟ ଦୂରୀକରଣ ସଶକ୍ତ କରିବା ନିମନ୍ତେ ଅପରିହାର୍ଯ୍ୟ (poverty reduction) । ପ୍ରାୟ ୨୨୫ ନିୟୁତ ମହିଳା ଗର୍ଭ ଏଡ଼େଇବା ପାଇଁ ବ୍ୟବ‌ହାର କରୁଥିବା ଉପାୟମାନ ଅଣସୁରକ୍ଷିତ, କାରଣ ତାଙ୍କର ସାଥୀ ବା ସମାଜଠାରୁ ଉପ‌ଯୁକ୍ତ ସମର୍ଥନ, ଖବର ବା ସେବା ପାଇପାରୁନାହାନ୍ତି - ଏହା ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟ ଫଣ୍ଡ (United Nations Population Fund (UNFPA)) କ‌ହୁଛି ।[୪୨]

ବିଗତ ୫୦ ବର୍ଷରେ ପରିବାର ନିୟୋଜନ ଯୋଗୁ ଦାରିଦ୍ର୍ୟ ଚକ୍ର ଭଗ୍ନ ହୋଇ ନିୟୁତ ସଂଖ୍ୟକ ମହିଳା ଓ ଶିଶୁ ସୁରକ୍ଷିତ ହୋଇପାରିଛନ୍ତି ।[୪୨]

 
Global carbon dioxide emissions by jurisdiction.

ପ୍ରୋଜେକ୍ଟ ଡ୍ରଡାଉନ (research project Drawdown) ହିସାବ ଅନୁସାରେ ଜନସଂଖ୍ୟା ସ‌ହିତ ଜଳବାୟୁ ସନ୍ତୁଳିତ ରହେ; ଜଳବାୟୁ ପରିବର୍ତ୍ତନ ଉପରେ ପରିବାର ନିୟୋଜନର ପ୍ରଭାବ ରହେ । ସୋଲାର କୃଷି (solar farms), ନ୍ୟୁକ୍ଲିଆର ଶକ୍ତି (nuclear power ), ବନୀକରଣ (afforestation) ଓ ଅନେକ ପ୍ରକ୍ରିୟାରେ ପରିବାର ନିୟୋଜନ ୭ମ ପ୍ରଭାବଦାୟୀ କାର୍ଯ୍ୟ ଅଟେ ।[୪୩]

ଗୁଣବତ୍ତା-ପରିମାଣ ବୁଝାମଣାସମ୍ପାଦନ କରନ୍ତୁ

ସନ୍ତାନ ଲାଭରେ ଗୁଣବତ୍ତା-ପରିମାଣ ବୁଝାମଣା ହୁଏ । କେତେ ପିଲା ଜନ୍ମ କରିବେ ଓ ତାଙ୍କ ପିଛା କେତେ ଅର୍ଥ ନିବେଶ କରିବେ ତାହା ଦମ୍ପତ୍ତିଙ୍କ ଉପରେ ନିର୍ଭର କରେ । [୪୪] ପିଲାଙ୍କ ସଂଖ୍ୟା ଓ ତାଙ୍କ ପିଛା ଆନୁସଙ୍ଗିକ ଖର୍ଚ୍ଚ ଅନୁସାରେ ବୁଝାମଣା କରାଯାଏ । [୪୫] ଶିଶୁର ଗୁଣବତ୍ତା ନିମନ୍ତେ ନିବେଶ କଲେ ଅଧିକ ପୁଞ୍ଜି ଆବଶ୍ୟକ ଓ ଖର୍ଚ୍ଚ କମ୍ କଲେ ଅବଶେଷରେ ଅନିଚ୍ଛାକୃତ ଅର୍ଥନୈତିକ ବିପରିତ ଫଳ ମିଳିପାରେ । ନିଜର ଆୟ, ଶିଶୁଙ୍କ ଉପରେ ପୁଞ୍ଜି ବିନିଯୋଗ ଓ ଲିଙ୍ଗ ସମାନତା ଚିନ୍ତାଧାରା ଅନୁସାରେ ଦମ୍ପତ୍ତି କେତେ ଶିଶୁ ଜନ୍ମ କରିବେ ସେ କଥା ଭାବିବକୁ ହୁଏ । ଭବିଷ୍ୟତ ପିଢ଼ିର ରୋଜଗାର କ୍ଷମତା ନିୟନ୍ତ୍ରଣ କରିବାକୁ ଚାହିଁଲେ ଜନ୍ମ ନିୟନ୍ତ୍ରଣ କରିବାକୁ ଅନୁମତି ଦିଆଯାଏ ।

ବିକାଶଶୀଳ ଦେଶସମୂହସମ୍ପାଦନ କରନ୍ତୁ

 
Map of countries and territories by fertility rate as of 2018

ପୃଥିବୀ ଜନସଂଖ୍ୟାର ୧୮% ଥିବା ଦେଶମାନେ ଜନସଂଖ୍ୟା ବୃଦ୍ଧିକୁ (population growth) ୩୮% ଦାନ କରନ୍ତି ।[୪୬] ଧନୀ ହେବା ନିମନ୍ତେ ଅଧିକ ଲୋକସଂଖ୍ୟାକୁ ସମର୍ଥନ ନ‌କରି ଲୋକ ପିଛା ଆୟ ବୃଦ୍ଧି କରିବା ଆବଶ୍ୟକ । ଜନ ସଂଖ୍ୟା ବୃଦ୍ଧି ଅନୁପାତରେ ସରକାର ସ୍ୱସ୍ଥ୍ୟ, ମାନବ ପୁଞ୍ଜି ଓ ସଂସ୍ଥାନ ପୁନର୍ନିମାଣ ଉପରେ ଧ୍ୟାନ ଦେବା ଆବଶ୍ୟକ ହୁଏ ।

ଡାଙ୍ଗ ଓ ରୋଜରସ ଦର୍ଶାଇଥିଲେ, ଭିଏତନାମରେ ପରିବାର ନିୟୋଜନ ଯୋଗୁ ଶିକ୍ଷାରେ ପୁଞ୍ଜି ନିବେଶ ବୃଦ୍ଧି ପାଇଲା ପରିବାରକୁ ଶିଶୁ ଗୁଣବତ୍ତା ବୃଦ୍ଧି ନିମନ୍ତେ ଉତ୍ସାହିତ କରାଗଲା ।[୪୭]

ବିକଶିତ ଦେଶସମ୍ପାଦନ କରନ୍ତୁ

ଅଧୁନା ବିକଶିତ ଦେଶରେ ଅର୍ଥନୈତିକ ବୃଦ୍ଧି ଓ ଉର୍ବରତା ହ୍ରାସ ଦେଖା‌ଯାଉଛି । ଏହା ଫଳରେ ଅବସରପ୍ରାପ୍ତ ଲୋକସଂଖ୍ୟା ବୃଦ୍ଧି ହେଉଛି ଓ ଏହା ସଙ୍ଗେ ସଙ୍ଗେ ପେନସନ ଓ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ଅଧିକ କାର୍ଯ୍ୟକ୍ଷମ ଲୋକ ଆବଶ୍ୟକ ହେଉଛନ୍ତି । ଉର୍ବରତା ବୃଦ୍ଧିର ଓଲଟା ପ୍ରଭାବ ପଡ଼ିବା ଆଶଙ୍କା ମଧ୍ୟ ରହୁଛି । ଅଧିକ ଉର୍ବରତାକୁ ଅନୁମୋଦନ କଲେ ମହିଳା ଶ୍ରମିକ ବଳ ଓ ଶିଶୁ ପୁଞ୍ଜି ଲଗାଣର ଉପକାରୀତା ଓଲଟି ଯିବ ।[୪୪]

ପରିବାର ନିୟୋଜନ ଦାବୀସମ୍ପାଦନ କରନ୍ତୁ

ପ୍ରଜନନକ୍ଷମ ପ୍ରାୟ ୨୧୪ ନିୟୁତ ମହିଳା ବିକଶିତ ଦେଶମାନଙ୍କରେ ଆଧୁନିକ ଜନ୍ମନିରୋଧକ ବ୍ୟବ‌ହାର ବିଷୟରେ ଅଜ୍ଞ ଅଛନ୍ତି ।[୪୮] ସୀମିତ ଜନ୍ମନିରୋଧ ଉପଲବ୍‌ଧ ଉପାୟ, ସୀମିତ ପସନ୍ଦ, ପାର୍ଶ୍ୱ ପ୍ରତିକ୍ରିୟାର ଡର, ସାଂସ୍କୃତିକ ଓ ଧାର୍ମିକ ବିରୋଧ, ମିଳୁଥିବା ଦରିଦ୍ର ସେବା, ବ୍ୟବ‌ହାରକାରୀ ଓ ପ୍ରଦାତାର ପକ୍ଷ‌ପାତ, ଲିଙ୍ଗାତ୍ମକ ବାଧା ଇତ୍ୟାଦି କାରଣମାନଙ୍କ ଯୋଗୁ ଏଭଳି ପରିସ୍ଥିତି ଜାତ ହୋଇପାରେ । ଆଫ୍ରିକାରେ ପ୍ରଜନନକ୍ଷମ ୨୪.୨% ମହିଳା ଆଧୁନିକ ଉପାୟ ବିଷୟରେ ଅଜ୍ଞ ଅଛନ୍ତି । ଏସିଆ, ଲାଟିନ ଆମେରିକା ଓ କାରିବିଆନ ଦେଶମାନଙ୍କରେ ୧୦-୧୧% ମହିଳାଙ୍କର ଏହି ଆବଶ୍ୟକତା ପୂରଣ ହୋଇପାରିନି । ଏହା ଯୋଗୁ ବର୍ଷକୁ ମାତୃ ମୃତ୍ୟୁ ୧୦୪,୦୦୦ କମ୍ ହୋଇପାରନ୍ତା, ପ୍ରସବପର ରକ୍ତସ୍ରାବ ବା ଅସୁରକ୍ଷିତ ଗର୍ଭପାତ ଯୋଗୁ ୨୯% ମୃତ୍ୟୁ ମଧ୍ୟ କମିଯାଇପାରିବ । [୪୯]

ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟ ଅନୁସାରେ: ପୃଥିବୀର ୬୪% ଜନ୍ମନିରୋଧକ ବ୍ୟବ‌ହାର କରନ୍ତି, ୧୨% ଲୋକଙ୍କର ଆବଶ୍ୟକତା ପୁରଣ ହୋଇପାରେନି । ସବୁଠାରୁ ଅଳ୍ପ ବିକଶିତ ଦେଶରେ ଜନସଂଖ୍ୟାର ୨୨% ଲୋକଙ୍କୁ ଜନ୍ମନିରୋଧକ ଉପଲବ୍‌ଧ ହୁଏନି ଓ ୪% ଜନ୍ମନିରୋଧକ ବ୍ୟବ‌ହାର କରନ୍ତି ।[୫୦] ସବ-ସାହାରା ଆଫ୍ରକା, ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ଦେଶମାନଙ୍କରେ ଅଣଉପଲବ୍‌ଧ ଆଧୁନିକ ଜନ୍ମନିରୋଧକ ସଂଖ୍ୟା ବ‌ହୁତ ଅଧିକ । ଆଫ୍ରିକାରେ ସବୁଠାରୁ କମ୍ ଜନ୍ମନିରୋଧକ ବ୍ୟବ‌ହାର ହାର (୩୩%) ଓ ଅଣଉପଲବ୍‌ଧ ହାର (୨୨%) । ଉତ୍ତର ଆମେରିକାରେ ସର୍ବାଧିକ ଜନ୍ମନିରୋଧକ ବ୍ୟବ‌ହାର (୭୩%) ଓ ସବୁଠାରୁ କମ ଅଣଉପଲବ୍‌ଧ (୭%) । ଏହି ହାର ଲାଟିନ ଆମେରିକା ଓ କାରିବିଆନରେ ଯଥାକ୍ରମେ ୭୩% ଓ ୧୧% । ୟୁରୋପରେ ଏହି ହାର ୬୮% ଓ ୧୦%, ଏସିଆରେ ୬୮% ଓ ୧୦% । ଅଣଉପଲବ୍‌ଧ ଜନ୍ମନିରୋଧକ ଏସିଆରେ ୪୪୩ ନିୟୁତ ସଂଖ୍ୟକ ମହିଳା ସ୍ଥଳେ ୟୁରୋପରେ କେବଳ ୭୪ ନିୟୁତ ମହିଳା । ପୂର୍ବ ଏସିଆରେ ସର୍ବାଧିକ ୮୨% ବ୍ୟବ‌ହାର ହୁଏ ଓ ୫% ଅଣଉପଲବ୍‌ଧ ହୁଏ । ବଲିଭିଆ ଓ ଇଥିଓପିଆର ଗରିବ ମହିଳାଙ୍କର ସର୍ବାଧିକ ଅଣଉପଲବ୍‌ଧ ଆବଶ୍ୟକତା ଦୁଇ ତିନି ଗୁଣ ଅଧିକ ଅଛି । [୫୧] ଏଥିରୁ ଜଣାଯାଏ ଯେ ଧନୀ ମହିଳାମାନେ ଛୋଟ ପରିବାର କରିବାକୁ ଇଚ୍ଛୁକ ହୋଇ ଅଧିକ ପରିବାର ନିୟୋଜନ ଉପାୟମାନ ଆବଶ୍ୟକ କରନ୍ତି । [୫୧]

 
United Nations Department of Economic and Social Affairs, Population Division, "Trends in Contraceptive Use Worldwide 2015" New York: United Nations, 2015.

ଅଧିକ ଅଣଉପଲବ୍‌ଧ ଆବଶ୍ୟକତା ଯୋଗୁ ସରକାର ଓ ଦାତାମାନେ ପରିବାର ନିୟୋଜନ ନିମନ୍ତେ ଉତ୍ସାହିତ ହୋଇଥିଲେ କିନ୍ତୁ ଏହାର ପ୍ରଭାବ[୫୨] ଉର୍ବରତା ଓ ଜନ୍ମ ନିରୋଧକ ବ୍ୟବ‌ହାର ବିଷୟରେ ସ୍ଥିରୀକୃତ ହୋଇନାହିଁ । ଦାବୀ ସିଦ୍ଧାନ୍ତ ତର୍କ ଅନୁସାରେ ଅଧିକ ମୃତ୍ୟୁହାରକୁ ପରିବର୍ତ୍ତନ କରିବାକୁ ଇଚ୍ଛା ଅନୁସାରେ ଉର୍ବରତା ବଦଳାଯାଇପାରେ, ସମାଜର ଆଧୁନିକୀକଣ ହୁଏ, ପିଲାଙ୍କ ଲାଳନପାଳନ ଖର୍ଚ୍ଚ ବଢ଼ିଯାଏ, ଅର୍ଥନୈତିକ ମୂଲ୍ୟ କମିଯାଏ ଓ ଏହା ଫଳରେ ପିଲା ଜନ୍ମ କରିବାର ଇଚ୍ଛା ମରିଯାଏ । ଏହି ସିଦ୍ଧାନ୍ତ ଅନୁସାରେ ପରିବାର ନିୟୋଜନର ସାମାନ୍ୟ ପ୍ରଭାବ ପଡ଼ିବ । ବୋଙ୍ଗାର୍ଟସ ସନ ୨୦୧୪ରେ ଦର୍ଶାଇଥିଲେ ଯେ ଗ୍ରାମ୍ୟ ପରିବେଶରେ ଉଭୟ ସବଳ ଓ ଦୁର୍ବଳ ପରିବାର ପ୍ରୋଗ୍ରାମ ଯୋଗୁ ଅଣଉପଲବ୍‌ଧ ଆବଶ୍ୟକତାକୁ କମିଯାଏ ଓ ଅଧିକ ଆଧୁନିକ ଜନ୍ମନିରୋଧକ ଉପଲବ୍‌ଧ ହେବା ଯୋଗୁ ଆବଶ୍ୟକତା ବୃଦ୍ଧି ପାଏ ।[୩୪] ଫଳରେ ଅଣଉପଲବ୍‌ଧ ଆବଶ୍ୟକତା ସାମାନ୍ୟ କମିଗଲେ ଦାବୀ ବୃଦ୍ଧିପାଏ । ତ‌ଥାପି ଗୋଷ୍ଟିର ଆଭିମୂଖ୍ୟ ଅନୁସାରେ ଜନ୍ମ ନିରୋଧକର ବ୍ୟବ‌ହାର କମିବା ବା ବଢ଼ିବା ନିର୍ଭର କରେ ।

ପରିବାର ନିୟୋଜନ ପ୍ରତି ବାଧାସମ୍ପାଦନ କରନ୍ତୁ

ମହିଳାମାନେ ଜନ୍ମନିରୋଧକ ବ୍ୟବ‌ହାର ନ କରିବାର ଅନେକ କାରଣ ଅଛି । ଏହି କାରଣମାନଙ୍କ ମଧ୍ୟରେ ବୈଜ୍ଞାନିକ ଓ ଧାର୍ମିକ ଚିନ୍ତା, ସ୍ୱାସ୍ଥ୍ୟ କ୍ଲିନିକରେ ପ‌ହଞ୍ଚିବାର ଦୂରତ୍ୱ, ଶିକ୍ଷା ଓ ଜ୍ଞାନାଭାବ, ସାଥିର ବିରୋଧ ଓ ଲଜିସ୍ଟିକ ସମସ୍ୟା ଉଲ୍ଲେଖନୀୟ ଓ ଏହା ସ‌ହିତ କେହି ତାଙ୍କର ଉର୍ବରତାକୁ ନିୟନ୍ତ୍ରଣ କରିବାକୁ ଅନିଚ୍ଛୁକ ।

ପୃଥିବୀ ଗର୍ଭନିରୋଧକ ଦିବସସମ୍ପାଦନ କରନ୍ତୁ

ସେପ୍ଟେମ୍ବର ୨୬ ତାରିଖକୁ ପୃଥିବୀ ଗର୍ଭନିରୋଧକ ଦିବସ ରୂପେ ନାମିତ କରି ଗର୍ଭନିରୋଧକ, ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚେଷ୍ଟା କରି "ଏକ ପୃଥିବୀ ଯେଉଁଠାରେ ପ୍ରତ୍ୟେକ ଗର୍ଭ ଆବଶ୍ୟକର" ଦୂରଦୃଷ୍ଟି ରଖାଯାଇଛି ।[୫୩]

ଗର୍ଭପାତସମ୍ପାଦନ କରନ୍ତୁ

ମିଳିତ ଜାତିସଂଘ ସୂଚନାରେ କୁହାଯାଇଛି, "ଏହା ପରିବାର ନିୟୋଜନ ନିମନ୍ତେ କେବେ ଗର୍ଭପାତକୁ ପ୍ରୋତ୍ସାହନ ଦିଏନି ।" [୪] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ "ପରିବାର ନିୟୋଜନ କଲେ ଗର୍ଭାପାତ ଆବଶ୍ୟକତା ରହେନି ବିଶେଷତଃ ଅସୁକ୍ଷିତ ଗର୍ଭପାତ ।"[୧୩]

ଗର୍ଭ ସଞ୍ଚାର ହେବାକୁ ଗର୍ଭନିରୋଧକ ପ୍ରତିରୋଧ କରେ କିନ୍ତୁ ଗର୍ଭପାତ ଏକ ଜୀବନ୍ତ ଗର୍ଭକୁ ସମାପ୍ତ କରିଦିଏ ।[୫୪]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "National Child Abuse and Neglect Data System Glossary" (PDF). Administration for Children & Families. 2000. Retrieved 30 October 2019.
  2. ୨.୦ ୨.୧ World Health Organization. (n.d.). Sexual and Reproductive Health. Retrieved on 30 October 2019.
  3. ୩.୦ ୩.୧ ୩.୨ ୩.୩ "What services do family planning clinics provide?". NHS. Archived from the original on 11 November 2014. Retrieved 8 March 2008.
  4. ୪.୦ ୪.୧ United Nations Population Fund. "Family planning" (in ଇଂରାଜୀ). Retrieved 6 March 2018.
  5. Bajos, N.; Le Guen, M.; Bohet, A.; Panjo, Henri; Moreau, C. (2014). "Effectiveness of family planning policies: The abortion paradox". PLOS ONE. 9 (3): e91539. doi:10.1371/journal.pone.0091539. PMC 3966771. PMID 24670784.
  6. Centers for Disease Control and Prevention. (2006). "Recommendations to improve preconception health and health care — United States: A report of the CDC/ATSDR Preconception Care Work Group and the select panel on Preconception Care" (PDF). Morbidity and Mortality Weekly Report. 55 (RR-6).
  7. ୭.୦ ୭.୧ ୭.୨ Center for Nutrition Policy and Promotion. "Expenditures on Children by Families, 2007; Miscellaneous Publication Number 1528-2007". United States Department of Agriculture. Archived from the original on 2008-03-08.
  8. MsMoney.com — Marriage, Kids & College — Family Planning Archived 2008-07-24 at the Wayback Machine.
  9. ୯.୦ ୯.୧ Wynes, S.; Nicholas, K.A. (2017). "The climate mitigation gap: Education and government recommendations miss the most effective individual actions". Environmental Research Letters (in ଇଂରାଜୀ). 12 (7): 074024. doi:10.1088/1748-9326/aa7541. ISSN 1748-9326.
  10. "Office of Family Planning". California Department of Public Health. Archived from the original on 2012-03-08.
  11. Powdthavee, N. (n.d.). "Think having children will make you happy?". The British Psychological Society (in ଇଂରାଜୀ). Retrieved 27 May 2018.
  12. "Linköping University" (PDF). www.iei.liu.se. Archived from the original (PDF) on 2018-06-12. Retrieved 2018-04-14.
  13. ୧୩.୦ ୧୩.୧ World Health Organization (2018). "Family planning/Contraception". World Health Organization Newsroom (in ଇଂରାଜୀ). Retrieved 6 March 2018.
  14. Country Comparison: Maternal Mortality Rate in The CIA World Factbook.
  15. ୧୫.୦ ୧୫.୧ "Maternal mortality". World Health Organization.
  16. ୧୬.୦ ୧୬.୧ ୧୬.୨ "Healthy Timing and Spacing of Pregnancy: HTSP Messages". USAID. Retrieved 2008-05-13.
  17. ୧୭.୦ ୧୭.୧ ୧୭.୨ ୧୭.୩ "Family planning". www.unfpa.org.
  18. "Family planning: Federal program reduced births to poor women by nearly 30 percent". Archived from the original on 2011-10-08. Retrieved 2012-03-19.
  19. "How to Adopt". Adoption Exchange Association. Retrieved 21 April 2012.
  20. "Birth control methods fact sheet". Archived from the original on 18 April 2012. Retrieved 21 April 2012.
  21. "What is a Surrogate Mother or Gestational Carrier?". Retrieved 21 April 2012.
  22. Nelson, S.M; Telfer, E.E; Anderson, R.A (2013). "The ageing ovary and uterus: New biological insights". Human Reproduction Update. 19 (1): 67–83. doi:10.1093/humupd/dms043. PMC 3508627. PMID 23103636.
  23. ୨୩.୦ ୨୩.୧ Tsui, A. O; McDonald-Mosley, R; Burke, A. E (2010). "Family Planning and the Burden of Unintended Pregnancies". Epidemiologic Reviews. 32: 152–74. doi:10.1093/epirev/mxq012. PMC 3115338. PMID 20570955.
  24. Mushinski, M (1998). "Average charges for uncomplicated vaginal, cesarean and VBAC deliveries: Regional variations, United States, 1996". Statistical Bulletin (Metropolitan Life Insurance Company : 1984). 79 (3): 17–28. PMID 9691358.
  25. "Health - Women & Children | Copenhagen Consensus Center". www.copenhagenconsensus.com (in ଇଂରାଜୀ). Retrieved 2018-03-06.
  26. Trussell, James (2011). "Contraceptive efficacy". In Hatcher, Robert A.; Trussell, James; et al. (eds.). Contraceptive technology (20th revised ed.). New York: Ardent Media. pp. 779–863. ISBN 978-1-59708-004-0. ISSN 0091-9721. OCLC 781956734. Table 26–1 = Table 3–2 Percentage of women experiencing an unintended pregnancy during the first year of typical use and the first year of perfect use of contraception, and the percentage continuing use at the end of the first year. United States.
  27. Manhart, Michael D; Duane, Marguerite; Lind, April; Sinai, Irit; Golden-Tevald, Jean (2013). "Fertility awareness-based methods of family planning: A review of effectiveness for avoiding pregnancy using SORT". Osteopathic Family Physician. 5: 2–8. doi:10.1016/j.osfp.2012.09.002.
  28. Trussell, James; Lalla, Anjana M; Doan, Quan V; Reyes, Eileen; Pinto, Lionel; Gricar, Joseph (2009). "Cost effectiveness of contraceptives in the United States". Contraception. 79 (1): 5–14. doi:10.1016/j.contraception.2008.08.003. PMC 3638200. PMID 19041435.
  29. "Fertility Awareness Method". Brown University Health Education Website. Brown University. 2012. Retrieved 2012-12-11.
  30. ୩୦.୦ ୩୦.୧ "The Impact of Multimedia Family Planning Promotion On the Contraceptive Behavior of Women in Tanzania". Guttmacher Institute (in ଇଂରାଜୀ). 2005-07-11. Retrieved 2018-03-06.
  31. ୩୧.୦ ୩୧.୧ United Nations, Department of Economic and Social Affairs, Population Division (2014). Abortion Policies and Reproductive Health around the World (Report). United Nations. http://www.un.org/en/development/desa/population/publications/pdf/policy/AbortionPoliciesReproductiveHealth.pdf. 
  32. ୩୨.୦ ୩୨.୧ ୩୨.୨ ୩୨.୩ ୩୨.୪ Karen Hardee (Population Council), David Wofford (Meridien Group International), Nandita Thatte (World Health Organization), "Family Planning Evidence Briefs" prepared for the Family Planning Summit held in London on July 11, 2017. Published: World Health Organization, 2017.https://www.popcouncil.org/uploads/pdfs/FP2020_brief_private_sector_FINAL_07.10.17.pdf
  33. Lubin, D (1987). "Role of voluntary and non-governmental organizations in the national family planning programme". Population Manager : ICOMP Review. 1 (2): 49–52. PMID 12283526.
  34. ୩୪.୦ ୩୪.୧ Bongaarts, John (2014). "The Impact of Family Planning Programs on Unmet Need and Demand for Contraception". Studies in Family Planning. 45 (2): 247–62. doi:10.1111/j.1728-4465.2014.00387.x. PMID 24931078.
  35. "Family Planning 2020". www.familyplanning2020.org. Retrieved 2018-03-06.
  36. "Promises to Keep: The Toll of Unintended Pregnancies on Women's Lives in the Developing World". Archived from the original on 2008-12-06. Retrieved 2009-02-03.
  37. ୩୭.୦ ୩୭.୧ http://www.stopvaw.org/forced_coerced_sterilization[full citation needed][permanent dead link]
  38. http://news.bbc.co.uk/2/hi/8375960.stm[full citation needed]
  39. Cabitza, Mattia (6 December 2011). "Peru women fight for justice over forced sterilisation" – via www.bbc.co.uk.
  40. Mukangendo, Marie Consolée (2007). "Caring for Children Born of Rape in Rwanda". In Carpenter, R. Charli (ed.). Born of War: Protecting Children of Sexual Violence Survivors in Conflict Zones. Kumarian Press. pp. 40–52.
  41. Based on the IMF data. If no data was available for a country from IMF, data from the World Bank is used.
  42. ୪୨.୦ ୪୨.୧ Choices not chance UNFPA
  43. "FAMILY PLANNING". Drawdown. Retrieved 6 July 2019.
  44. ୪୪.୦ ୪୪.୧ Gregory Casey and Oded Galor, "Population and Demography Perspective Paper" Copenhagen Consensus Center, Post-2015 Consensus, October 3, 2014. http://www.copenhagenconsensus.com/sites/default/files/population_and_demography_perspective_-galor_casey.pdf
  45. Li, H; Zhang, J; Zhu, Y (2008). "The quantity-quality trade-off of children in a developing country: Identification using Chinese twins". Demography. 45 (1): 223–43. doi:10.1353/dem.2008.0006. PMC 2831373. PMID 18390301.
  46. "Post-2015 Consensus: Population and Demography Assessment, Kohler Behrman | Copenhagen Consensus Center". www.copenhagenconsensus.com (in ଇଂରାଜୀ). Retrieved 2018-03-06.
  47. Dang, Hai-Anh H.; Rogers, F. Halsey (August 2015). "The Decision to Invest in Child Quality over Quantity: Household Size and Household Investment in Education in Vietnam" (PDF). The World Bank Economic Review. 30: 104–142 – via The World Bank.
  48. "Family planning/Contraception". World Health Organization (in ଇଂରାଜୀ). Retrieved 2018-03-06.
  49. "Universal Access to Contraception". www.apha.org. Retrieved 2018-03-06.
  50. United Nations Department of Economic and Social Affairs: Population Division, "Trends in Contraceptive Use Worldwide 2015" New York: United Nations, 2015. http://www.un.org/en/development/desa/population/publications/pdf/family/trendsContraceptiveUse2015Report.pdf
  51. ୫୧.୦ ୫୧.୧ "Fact Sheet: Unmet Need for Family Planning". www.prb.org. Archived from the original on 2018-03-03. Retrieved 2018-03-07.
  52. "For a long lasting relationship". Best Family Life. 17 January 2020.
  53. "World Contraception Day". Archived from the original on 2014-08-18.
  54. "Contraception Is Not Abortion: The Strategic Campaign of Antiabortion Groups to Persuade the Public Otherwise". Guttmacher Institute (in ଇଂରାଜୀ). 2014-12-12. Retrieved 2018-03-06.