ପଦ୍ମା ସଚଦେବ
ପଦ୍ମା ସଚଦେବ (ଜନ୍ମ: ୧୯୪୦) ଜଣେ ଭାରତୀୟ କବି । ସେ ଡୋଗରୀ ଭାଷାର ଆଧୁନିକ ନାରୀ କବି ଅଟନ୍ତି ।[୧] ସେ ହିନ୍ଦୀରେ ମଧ୍ୟ ଲେଖନ୍ତି । ହିନ୍ଦୀ କବିତା ପୁସ୍ତକ "ମେରି କବିତା ମେରେ ଗୀତ" ପାଇଁ ୧୯୭୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨][୩] ୨୦୦୧ ମସିହାରେ ସେ ପଦ୍ମଶ୍ରୀ ଓ [୪] ୨୦୦୭-୦୮ ବର୍ଷ ପାଇଁ କବୀର ସମ୍ମାନ ହାସଲ କରିଥିଲେ ।[୫]
ପଦ୍ମା ସଚଦେବ | |
---|---|
ଜନ୍ମ ଓ ଜନ୍ମସ୍ଥାନ | 1940 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । ପୁରମଣ୍ଡଳ, ଜମ୍ମୁ ଓ କଶ୍ମୀର |
ବୃତ୍ତି | କବି |
ଭାଷା | ଡୋଗରୀ ଭାଷା |
ଜାତୀୟତା | ଭାରତୀୟ |
ଜୀବନସାଥୀ | ପ୍ରଥମେ ବେଦପାଳ ଦୀପ ଏବଂ ପରେ ସୁରୀନ୍ଦର ସିଂ (୧୯୬୬-) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାପଦ୍ମା ୧୯୪୦ ମସିହାରେ ଜମ୍ମୁ ଓ କଶ୍ମୀର ରାଜ୍ୟର ପୁରମଣ୍ଡଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜୟଦେବ ବଡୁ । ସେ ଜଣେ ସଂସ୍କୃତ ପଣ୍ଡିତ ଥିଲେ ଓ ୧୯୪୭ରେ ଭାରତ ବିଭାଜନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପଦ୍ମା ପ୍ରଥମେ ଡୋଗରୀ କବି ବେଦପାଳ ଦେବଙ୍କୁ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୬୬ ମସିହାରେ ସେ ଗାୟକ ସୁରିନ୍ଦର ସିଂହଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।[୬] ସେ ଦିଲ୍ଲୀରେ ରହନ୍ତି ।[୨]
ବୃତ୍ତିଗତ ଜୀବନ
ସମ୍ପାଦନାପଦ୍ମା, ୧୯୬୧ ମସିହାରେ ଆକାଶବାଣୀ ଜମ୍ମୁରେ ଉପସ୍ଥାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଠାରେ ତାଙ୍କର ସୁରିନ୍ଦର ସିଂହଙ୍କ ସହ ପରିଚିତି ହୋଇଥିଲା । ସୁରିନ୍ଦର ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ଥିଲେ ଓ ସେତେବେଳେ ଆକାଶବାଣୀ ଜମ୍ମୁରେ ଡ୍ୟୁଟି ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ପଦ୍ମା ଆକାଶବାଣୀ ମୁମ୍ବାଇରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ପଦ୍ମାଙ୍କର ଅନ୍ୟତମ ପୁସ୍ତକ ଥିଲା "ତୱି ତେ ଚହନ" (୧୯୭୬), "ହ୍ନେରିୟାଁ ଗଲିୟାଁ" (୧୯୮୨), "ପୋତା ପୋତା ନିମ୍ବଲ" (୧୯୮୭), "ଉତ୍ତର ବାହିନୀ" (୧୯୯୨) ଓ "ତୈନ୍ଥିୟାଁ" (୧୯୯୨) ।[୧][୨]
ପଦ୍ମା ସଚଦେବ ହନ୍ଦୀ କଥାଚିତ୍ର ଜଗତରେ ମଧ୍ୟ ଗୀତ ରଚନା କରିଛନ୍ତି । "ପ୍ରେମ ପର୍ବତ", "ଆଖିଁ ଦେଖି", "ସାହାସ" ଆଦି ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଗୀତ ରଚନା କରିଥିଲେ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ପଦ୍ମଶ୍ରୀ - ୨୦୦୧
- ସରସ୍ୱତୀ ସମ୍ମାନ - ୨୦୧୫
- କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ - ୧୯୭୧
- କବିର ସମ୍ମାନ - ୨୦୦୭-୦୮
- କୃତିତାଭ ସମଗ୍ର ସମ୍ମାନ - ୨୦୧୫
ଆଧାର
ସମ୍ପାଦନା- ↑ ୧.୦ ୧.୧ George, p. 522
- ↑ ୨.୦ ୨.୧ ୨.୨ ୨.୩ Mathur, p. 182
- ↑ "Sahitya Akademi Award". Official website. Retrieved 26 Feb 2013.
- ↑ "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 2013-05-10.
- ↑ "Rashtriya Mahatma Gandhi Award to be given to Seva Bharti". 10 August 2008. Archived from the original on 27 September 2013. Retrieved 26 Feb 2013.
- ↑ "Song of the Singhs". The Hindu. 6 May 2004. Retrieved 26 Feb 2013.
ଅଧିକ ପଢ଼ନ୍ତୁ
ସମ୍ପାଦନା- K. M. George; Sahitya Akademi (1992). Modern Indian Literature, an Anthology: Plays and prose. Sahitya Akademi. ISBN 8172013248.
- Shiv Nath (1997). 2 Decades of Dogri Literature. Sahitya Akademi. p. 19. ISBN 8126003936.
- Divya Mathur (2003). "Padma Sachdev:Introduction". Aashaa: Short Stories by Indian Women Writers: Translated from Hindi and Other Indian Languages. Star Publications. ISBN 8176500755.