ପଞ୍ଚ ପଲାଉ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।

ପଞ୍ଚ ପଲାଉ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନବାସୁମତୀ ଅରୁଆ ଚାଉଳ, ମୁଗ ଡାଲି, ଫୁଲ କୋବି, କଞ୍ଚା ମଟରଛୁଇଁ, ଆଳୁ, ଜିରା, ଡାଲଚିନି, ଲବଙ୍ଗ, ଗୋଲ ମରିଚ, ତେଜ ପତ୍ର, ଘିଆ, ଲୁଣ, ଓ ଆବଶ୍ୟକ ମୁତାବକ ପାଣି।

ଉପାଦାନ ସମ୍ପାଦନା

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ ଚାଉଳ ଓ ଡାଲିକୁ ଅଲଗା ଅଲଗା ଭଲ ଭାବରେ ଧୋଇ ନିଅନ୍ତୁ। ଅଲଗା ପାତ୍ରରେ ସେ ଗୁଡ଼ିକୁ ୧୦ରୁ ୧୫ ମିନିଟ୍ ଖେଳାଇ ଶୁଖାନ୍ତୁ। ପ୍ରେସର କୁକର ଗରମ କରି ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ତେଜପତ୍ର, ଲବଙ୍ଗ, ଗୋଲ ମରିଚ, ଅଦା, ଡାଲଚିନି, ଜିରା ପକାଇ ଭାଜନ୍ତୁ। ଜିରା ଫୁଟିଗଲେ, ସେଥିଲେ ଚୁନା ଚୁନା କଟା ହୋଇଥିବା କୋବି, ମଟର ମଞ୍ଜି, ଚୁନା ଚୁନା କଟା ହୋଇଥିବା ଆଳୁକୁ ପକାଇ ବାଦାମୀ ରଙ୍ଗ ହେବାଯାଏ ଭାଜନ୍ତୁ। ଏହି ପରିବା ଭଜାରେ ଚାଉଳ ଓ ଡାଲି ପକାଇ ପୁଣି ପାଞ୍ଚ ମିନିଟ ଭାଜନ୍ତୁ। ଏହାପରେ ପାଣି ମାପ କରି ଦେଇ ଲୁଣ ପକାନ୍ତୁ ଓ ପ୍ରେସର କୁକରକୁ ବନ୍ଦ କରିଦିଅନ୍ତୁ। ଗୋଟିଏ ସିଟି ଆସିବା ପରେ ଧିମା ଆଞ୍ଚରେ ଆଉ ଗୋଟିଏ ସିଟି ଯାଏ ବସାନ୍ତୁ। ଦ୍ୱିତୀୟ ସିଟି ପରେ ନିଆଁରୁ ଓହ୍ଲାଇ ଅଲଗା ରଖନ୍ତୁ। ହଠାତ ନ ଖୋଲି ଗ୍ୟାସ ବାହାରି ଯିବା ଯାଏ ଅପେକ୍ଷା କରନ୍ତୁ। କୁକର ଥଣ୍ଡା ହେଲାପରେ ଢାଙ୍କୁଣୀ ଖୋଲି ସେଥିଲେ ଦୁଇ ଚାମଚ ଘିଅ ପକାନ୍ତୁ। ଏବେ ସେହି ପଞ୍ଚ ପଲାଉକୁ ପଞ୍ଚ ଡାଲି, ସାଲାଡ, ଦହି ଓ ପାମ୍ପଡ ଭଜା ସହିତ ପରସି ଦିଅନ୍ତୁ।

ଆଧାର ସମ୍ପାଦନା

  • ଖାଆନ୍ତୁ ଓ ଖୁଆନ୍ତୁ – ସଂଯୁକ୍ତା ଦାସ - ପ୍ରଜାତନ୍ତ୍ର ସାପ୍ତାହିକୀ