ନୟନ ପାତ୍ର

ଓଡ଼ିଆ ସମାଜ ସେବୀ

ନୟନ ପାତ୍ର ଜଣେ ଓଡ଼ିଆ ମହିଳା ସମାଜସେବୀ । ତାଙ୍କ ଘର ମାଲୁଆଗୋଡ଼ା । ନିଜ ଗ୍ରାମର ଉନ୍ନତି ନିମନ୍ତେ ସେ କାର୍ଯ୍ୟରତ ।[୧] [୨]

ନୟନ ପାତ୍ର
ଜନ୍ମ
ଶିକ୍ଷାଅଶିକ୍ଷିତ
ପୁରସ୍କାର
  • ୨୦୧୩ ମସିହାର ଉତ୍କୃଷ୍ଟ ମହିଳା ପଞ୍ଚାୟତ ନେତା ପୁରସ୍କାର
  • ଜିଲ୍ଲା ସ୍ତରୀୟ ନନ୍ଦିନୀ ଦେବୀ ପୁରସ୍କାର
  • ରାଜ୍ୟପାଳ ପୁରସ୍କାର

ଗାଁ ଲୋକଙ୍କୁ ସ୍ୱଚ୍ଛ ବାତାବରଣ ଦେବା ପାଇଁ ପାଇଖାନା ତିଆରି, ନିଶାମୁକ୍ତ ବାତାବରଣ, ଝିଅମାନଙ୍କ ଶିକ୍ଷା, ମହିଳାଙ୍କ ସ୍ୱତନ୍ତ୍ରତା ଏବଂ ଜଙ୍ଗଲ ସୁରକ୍ଷା । ସେ ୟୁ ଏନ ମହିଳା ଯୋଜନାର ଜଣେ ଷ୍ଟାର ପ୍ରଚାରକ ମଧ୍ୟ । ତାଙ୍କର ଏହି କାମ ଗୁଡ଼ିକ ଗ୍ରାମର ଅନ୍ୟ ମହିଳାମାମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇପଡ଼ିଛି ଓ ସେମାନେ ମଧ୍ୟ ଏହି କାମ ଗୁଡ଼ିକରେ ନୟନଙ୍କୁ ସାହାଯ୍ୟ କରୁଛନ୍ତି ।

ଜୀବନୀ ସମ୍ପାଦନା

ନୟନ ପାତ୍ର ଓଡ଼ିଶାର ଢ଼େଙ୍କାନାଳ ଜିଲ୍ଲାର ଗ୍ରାମ ମାଲୁଆଗୋଡ଼ାରେ ଜଣେ ଚାଷୀ ପରିବାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ତା ଭିତରୁ ପୁଣି ଗୋଟିଏ ଝିଅ ଅସାଧାରଣ । ତା ବାଦେ ତାଙ୍କ ମନୋବଳ ଓ ଇଚ୍ଛା ତାଙ୍କୁ ସାମାଜିକ କାମ କରିବାରେ ଅଟକାଇନାହିଁ । ସେ ନିଜେ ଅଶିକ୍ଷିତ ହୋଇ ମଧ୍ୟ ଅନ୍ୟ ଝିଅ ଗୁଡ଼ାକ କେମିତି ଶିକ୍ଷିତ ହୋଇ ଭଲରେ ରହିବେ ତାଙ୍କପାଇଁ ସେ ଆବାସିକ ମହିଳା ସ୍କୁଲ ତିଆରି କରିଛନ୍ତି ଯେଉଁଥିରେ ଆଜି ୧୫୦ଟି ଝିଅ ପଢ଼ୁଛନ୍ତି । ସିଏ ଦୁଇଥର ମାଲୁଆଗୋଡ଼ାର କ୍ଷେତ୍ରର ୱାର୍ଡ଼ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ।

ସିଏ ଗ୍ରାମରେ ଗୋଟିଏ ନିୟମ ଲାଗୁ କରିଛନ୍ତି ଯଦି କେହି ଲୋକ ନିଶା କରି ଧରାପଡ଼େ ତାଙ୍କଠାରୁ ୧୦୦୦ଟଙ୍କା ପାଉଣା ଆଦାୟ କରନ୍ତି ଏବଂ ସେହି ଟଙ୍କାଗୁଡ଼ିକ ପାଇଖାନା ତିଆରିବା, ଆବାସିକ ବାଳିକା ସ୍କୁଲ ପ୍ରତିଷ୍ଠା କରିବା ଏବଂ ମହିଳା ସମୁଦାୟଙ୍କୁ ଛୋଟ ମୋଟ ଉଦ୍ୟମରେ କରଜ ଦେବାରେ ବ୍ୟବହାର କରଥାନ୍ତି । ସେମାନେ ତାଙ୍କ ଗାଁ ଚାରିପଟେ ଥିବା ଅନାବୃତ ସରକାରୀ ଜମିଗୁଡ଼ିକରେ କାଜୁ ଗଛ ଲଗାଇ ଗ୍ରାମରେ ସ୍ୱଚ୍ଛ ବାତାବରଣ ସୃଷ୍ଟି କରିଛନ୍ତି ।

କାଠଚୋରି ଗିରୋହଙ୍କଠାରୁ ତାଙ୍କ ଗ୍ରାମ ପାଖରେ ଥିବା ୨୫୦ଏକର ଶାଳ ଗଛର ଜଙ୍ଗଲକୁ ବଞ୍ଚାଇରଖିବା ପାଇଁ ୫ଟି ସମୂହ କରାଯାଇଛି । ଗୋଟିଏ ସମୂହ ପିଛା ୧୫-୨୦ ସଦସ୍ୟ ଅଛନ୍ତି । ସେମାନଙ୍କର କାମ ହେଲା ପ୍ରତିଦିନ ଜଙ୍ଗଲ ଚାରିପଟେ ପହରା ଦେବା ଯଦ୍ୱାରା କାଠଚୋରି ମାଫିଆ ଜଙ୍ଗଲରେ ପଶିବା ପାଇଁ ଡ଼ରନ୍ତି ।[୩]

ମାନ ସମ୍ମାନ ସମ୍ପାଦନା

ତାଙ୍କର ଏହି ସାମାଜିକ କାମ ଯୋଗୁଁ ସିଏ ବହୁତ ଗୁଡ଼ିଏ ପୁରସ୍କାର ପାଇଛନ୍ତି ।

  • ୨୦୧୩ ମସିହାର ଉତ୍କୃଷ୍ଟ ମହିଳା ପଞ୍ଚାୟତ ନେତା ପୁରସ୍କାର
  • ଜିଲ୍ଲା ସ୍ତରୀୟ ନନ୍ଦିନୀ ଦେବୀ ପୁରସ୍କାର
  • ରାଜ୍ୟପାଳ ପୁରସ୍କାର

ଆଧାର ସମ୍ପାଦନା

  1. Patra, Nayan (November 13, 2015). "Meet the wonder woman of Odisha: Nayan Patra". Odisha Sun Times. Retrieved 4 January 2016.
  2. http://odishasuntimes.com/2015/11/13/meet-the-wonder-woman-of-odisha-nayan-patra/
  3. https://odishamail.com/article/nayan-patra-illiterate-by-education-role-model-by-action[permanent dead link]