ନେଲସନ ସୋରେଙ୍ଗ

ଓଡ଼ିଆ ରାଜନୀତିଜ୍ଞ

ନେଲସନ ସୋରେଙ୍ଗ (୫ ଅକ୍ଟୋବର ୧୯୪୬ - ୨୨ ଜୁଲାଇ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ନେଲସନ ସୋରେଙ୍ଗ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀରବି ଦେହୁରୀ
ପର ଅଧିକାରୀଫ୍ରିଡା ଟପ୍ନୋ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-10-05)୫ ଅକ୍ଟୋବର ୧୯୪୬
ମୃତ୍ୟୁ୨୨ ଜୁଲାଇ ୨୦୨୦(2020-07-22) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁବାସିନୀ ସୋରେଙ୍ଗ
ବାପା/ବୋଉଷ୍ଟିଫେନ୍ ସୋରେଙ୍ଗ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନେଲସନ ସୋରେଙ୍ଗ ୧୯୪୬ ମସିହାର ଅକ୍ଟୋବର ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଷ୍ଟିଫେନ୍ ସୋରେଙ୍ଗ ଓ ପତ୍ନୀଙ୍କ ନାମ ସୁବାସିନୀ ସୋରେଙ୍ଗ ।[୩] ୧୯୭୪ ମସିହାରେ ସେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କିମଶନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ମିଲିଟାରି ପୁଲିସରେ ୬ ବର୍ଷ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରିଥିଲେ ।[୪]

ରାଜନୈତିକ ଜୀବନ ସମ୍ପାଦନା

ନେଲସନ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]

ମୃତ୍ୟୁ ସମ୍ପାଦନା

ଆଗାପିଲ୍ ଲାକ୍ରା ୨୦୨୦ ମସିହାର ଜୁଲାଇ ୨୨ରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. "ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ପରଲୋକ - Dharitri". Dharitri Odia News. 23 July 2020. Retrieved 29 October 2020.
  3. ୩.୦ ୩.୧ "Shri Nelson Soreng". odishaassembly.nic.in. Odisha Assembly. Retrieved 29 October 2020.
  4. ୪.୦ ୪.୧ "ପୂର୍ବତନ ବିଧାୟକ ନେଲସନ୍ ସୋରେଙ୍ଗଙ୍କ ବିୟୋଗ". ସମ୍ବାଦ. 23 July 2020. Archived from the original on 23 July 2020. Retrieved 29 October 2020.