ନେଘେରିଟିଂ ଶିବ ଦୌଲ
ନେଘେରିଟିଂ ଶିବ ଦୌଲ (নেঘেৰিটিং শিৱ দৌল) ଆସାମ, ଭାରତର ଦେରଗାଁରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ।[୧] ପାହାଡ଼ (hillock) ଉପରେ ଅବସ୍ଥିତ[୧][୨] ୩୭ ନମ୍ବର ଜାତୀୟ ରାଜପଥଠାରୁ ଦେଢ କିମି ଦୂରରେ ଆସାମରେ ଗୋଳାଘାଟ ଜିଲ୍ଲାରେ ଥିବା ଏହି ମନ୍ଦିର ପ୍ରଥମେ ଦୀମାସା କଚାରିସ ରାଜତ୍ୱ ସମୟରେ ୮ମ -୯ମ ଶତାବ୍ଦୀରେ ତିଆରି ହୋଇଥିଲା । ପରବର୍ତ୍ତୀ କାଳରେ ପ୍ରାକୃତିକ ଦୁର୍ବିପାକରେ ଏହି ମନ୍ଦିର ଧ୍ୱଂସ ହୋଇଯାଇଥିଲା ।[୨][୩] ୧୯୬୫ ମସିହାରେ ଏହା ଆହୋମ ରାଜା ସ୍ୱର୍ଗଦେଓ ରାଜେଶ୍ୱର ସିଂହ (Rajeswar Singha) ତୋଳେଇଥିଲେ ।[୧][୨][୩][୪] ବିଖ୍ୟାତ ସ୍ଥପତି ଘନଶ୍ୟାମ ଖୋନିକର ଏହି ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିଲେ ।[୧][୪]
ନେଘେରିଟିଂ ଶିବ ଦୌଲ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଶିବ |
Location | |
ସ୍ଥାନ | ଦେରଗାଁ (Dergaon) |
State | ଆସାମ |
Country | ଭାରତ |
Architecture | |
ରାଜେଶ୍ୱର ସିଂହ (Rajeswar Singha) |
ଇତିହାସ
ସମ୍ପାଦନାମନ୍ଦିରରେ ଲାଗିଥିବା ସମସ୍ତ ପଥର ଦିହିଙ୍ଗ (Dihing) ନଦୀ କୂଳରେ ଆଗରୁ ଥିବା ବିଶ୍ୱାସ କରାଯାଏ । ପ୍ରାକୃତିକ ଦୁର୍ବିପାକ ହେତୁ ମନ୍ଦିର ନଷ୍ଟ ହୋଇଯାଇଥିଲା ଓ ତାହାର ଧ୍ୱଂସାବଶେଷ ଗଜପନେମରର (Gajapanemara) ଗଭୀର ଜଙ୍ଗଲରୁ ମିଳିଥିଲା । ଦିହିଙ୍ଗ ନଦୀ ତାହାର ଗତିପଥ ପୁନର୍ବାର ବଦଳେଇ ମନ୍ଦିରକୁ ନଷ୍ଟ କରିଦେଲା ଓ ପାଣିରେ ମିଶିଗଲା । ଜଣେ ଶିବ ଭକ୍ତ ନଦୀର ଅଗଭୀର ଜଳରେ ଥିବା ମନ୍ଦିର ଭଗ୍ନାବଶେଷ ତଥା ଲିଙ୍ଗ ଉଦ୍ଧାର କରିଥିଲେ[୨] ଯାହାକୁ ଅଧୁନା ଶୀତଳ ନଘେରି କୁହାଯାଏ ।[୨][୩] ଆହୋମ ରାଜା ରାଜେଶ୍ୱର ସିଂହ (୧୭୫୧-୧୭୬୯) ସେହି ଲିଙ୍ଗକୁ ସେଠାରୁ ଆଣି ଏଠାରେ ମନ୍ଦିର ତିଆରି କରି ଲିଙ୍ଗ (Shivalinga) ସ୍ଥାପନ କରି ରଖିଲେ ।[୨]
ସ୍ଥାପତ୍ୟ
ସମ୍ପାଦନାମୁଖ୍ୟ ମନ୍ଦିର ଚାରି ପାଖରେ ବିଷ୍ଣୁ, ଗଣେଶ, ସୂର୍ଯ୍ୟ ଓ ଦୁର୍ଗା ନାମକ ଚାରୋଟି ମନ୍ଦିର ଅଛି ।[୧][୨][୩][୪] ମୁଖ୍ୟ ମନ୍ଦିରରେ ତିନି ଫୁଟ ବ୍ୟାସ ବିଶିଷ୍ଟ ଏକ ବନଲିଙ୍ଗ ସ୍ଥାନିତ ହୋଇଛି ।[୨][୩] କିମ୍ବଦନ୍ତୀ ଅନୁସାରେ ସେହି ସ୍ଥାନରେ ‘ଉର୍ବ’ ନାମକ ଜଣେ ଋଷି ଏକ ଦ୍ୱିତୀୟ କାଶୀ ନିର୍ମାଣ କରିବା ନିମନ୍ତେ ଅନେକ ଲିଙ୍ଗ (Shiva linga) ସଂଗ୍ରହ କରି ରଖିଥିଲେ ।[୩]
ନାମକରଣ
ସମ୍ପାଦନାଯେଉଁ ସ୍ଥାନରେ ଅଧୁନା ମନ୍ଦିର ଅଛି, ସେହି ସ୍ଥାନରେ ନେଘେରି ନାମକ ଏକ ଜାତିର ପକ୍ଷୀ ବାସ କରୁଥିଲେ । ସେହି ନାମରୁ ସ୍ଥାନର ନାମ ନେଘେରିଟିଙ୍ଗ ହୋଇଛି ।[୨]
ରକ୍ଷଣାବେକ୍ଷଣ
ସମ୍ପାଦନାଭୂଧର ଅଗମାଚାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ରାଜା ରାଜେଶ୍ୱର ସିଂହ (Rajeswar Singha) ନିଯୁକ୍ତ କରି ମନ୍ଦିରର ରକ୍ଷଣାବେକ୍ଷଣ ଓ ପୂଜା ପାଠ ବିଷୟ ଶୃଙ୍ଖଳିତ ଓ ନିୟମିତ ଭାବରେ କରିବା ପାଇଁ ଭାର ନ୍ୟସ୍ତ କରିଥିଲେ । ସେହି ଭୂଧର ଅଗମାଚାର୍ଜୀଙ୍କ ପରିବାର ଆଜି ପର୍ଯ୍ୟନ୍ତ ସେହି ପୂଜା ଓ ରକ୍ଷଣାବେକ୍ଷଣ ଭାର ସୂଚାରୁ ରୂପେ ଚଲାଉଛନ୍ତି ।[୧][୪] ମନ୍ଦିରରେ ନୃତ୍ୟ ଓ ସଙ୍ଗୀତର ପ୍ରଚଳନ ଏକ ମୂଖ୍ୟ ଅଙ୍ଗ ଅଟେ ।[୩]
ମାଙ୍କଡ଼
ସମ୍ପାଦନାମନ୍ଦିରରେ ଥିବା ମାଙ୍କଡ଼ ହେଉଛନ୍ତି ଅନ୍ୟତମ ଆକର୍ଷଣ । ରିଷଷ ପ୍ରଜାତିର ମାଙ୍କଡ଼ (rhesus monkeys) ଏଠାରେ ଦେଖିବାଉ ମିଳନ୍ତି ।[୨][୫]
ଫଟୋ ଗ୍ୟାଲେରି
ସମ୍ପାଦନା-
ଶ୍ରୀ ଶ୍ରୀ ନେଘେରିଟିଂ ଶିବ ଦୌଲ
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Phukan, Muktikam (2006-06-23). "Historic Neghriting Sivadol in dilapidated condition". Retrieved 2009-08-24.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Gogoi, Gunjan (2005-05-12). "Tourism potentials of Golaghat district with". Retrieved 2009-08-26.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "The Siva Doul of Negheriting dates back to 8th-9th century AD". Archived from the original on 2011-07-23. Retrieved 2009-08-24.
- ↑ ୪.୦ ୪.୧ ୪.୨ ୪.୩ "Negheriting Siva Doul a potential tourist hotspot". 2006-12-24. Archived from the original on 2012-10-26. Retrieved 2009-08-24.
- ↑ "Menace of rhesus monkeys at Jorhat". The Sentinel. 2009-05-13. Archived from the original on 2011-07-19. Retrieved 2009-08-27.