ନୃସିଂହନାଥ ମନ୍ଦିର

ନୃସିଂହନାଥ ମନ୍ଦିର, ବରଗଡ଼ ଜିଲ୍ଲାର[୧] ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ଏକ ପୌରାଣିକ ମନ୍ଦିର ।[୨] ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଉଛନ୍ତି ।

ନୃସିଂହନାଥ ମନ୍ଦିର
Nrusinghanath Temple.JPG
ନୃସିଂହନାଥ ମନ୍ଦିର
Religion
ସମ୍ବନ୍ଧତାHinduism
Districtବରଗଡ଼ ଜିଲ୍ଲା
Location
ରାଜ୍ୟଓଡ଼ିଶା
ଦେଶଭାରତ
Architecture
ପ୍ରକାରକଳିଙ୍ଗ ସ୍ଥାପତ୍ୟ କଳା
ନିର୍ମାତାବାଇଜଲ ସିଂହଦେବ
Website
http://nrusinghanathtemple.in/

ପାଟଣାଗଡ଼ର ରାଜା ବୈଜଳ ସଂହ ଦେବ ୧୩୧୩ ଶତାବ୍ଦୀରେ ନିର୍ମାଣ କରାଇଥିଲେ ।[୩] ଏହା ମାତ୍ର ୪୫ ଫୁଟ୍‌ ଉଚ୍ଚ ଓ ଏହାର ଦୁଇଟି ଭାଗ ରହିଛି । ପ୍ରଥମଟିରେ ନୃସିଂହନାଥଙ୍କ ବିଗ୍ରହ ପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ପୂଜା ପାଆନ୍ତି ।

ପୌରାଣିକସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳେର ଏକଦା ଗୋଟିଏ ଶକ୍ତିଶାଳୀ ଅସୁର ଉପଦ୍ରବ କରୁଥିଲା । ବିଷ୍ଣୁ ତାକୁ ମାରିବାକୁ ବାହାରିବାରୁ ସେ ମୂଷା ରୂପ ଧରି ଗୋଟିଏ ଗାତ ଭିତରେ ପଶିଯାଇଥିଲା । ବିଷ୍ଣୁ ସଙ୍ଗେ ସଙ୍ଗେ ବିଡ଼ାଳ ରୂପ ଧାରଣ କରି ତାକୁ ଖାଇବା ପାଇଁ ସେଠାରେ ବସି ରହିଲେ । ମୂଷିକ ଦୈତ୍ୟ କିନ୍ତୁ ସେ ଗାତରୁ ବାହାରିଲା ନାହିଁ । କୁହାଯାଏ ଯେ ସେହି ଦିନଠାରୁ ମୂଷିକ ଦୈତ୍ୟର ଆତଙ୍କରୁ ଲୋକମାନଙ୍କୁ ରକ୍ଷା କରିବା ସହ ମୂଷକ ଦୈତ୍ୟକୁ ସେଠାରେ ଜଗି ରହିଛନ୍ତି ।

ପର୍ବପର୍ବାଣିସମ୍ପାଦନ କରନ୍ତୁ

  • ବୈଶାଖ ମେଳା

ଆଧାରସମ୍ପାଦନ କରନ୍ତୁ

  1. "Nrusinghanath Temple – Nrusinghanath". ignca.gov.in. Ministry of Culture, Govt of India. Retrieved 7 August 2019.
  2. Orissa reference: glimpses of Orissa. TechnoCAD Systems. 2001.
  3. "Nrusinghanath Temple". bargarh.nic.in. bargarh dist administration. Retrieved 7 August 2019.

ବାହାର ତଥ୍ୟସମ୍ପାଦନ କରନ୍ତୁ