ନୀଳମାଧବ ପାଣିଗ୍ରାହୀ
ନୀଳମାଧବ ପାଣିଗ୍ରାହୀ(୧୪ ନଭେମ୍ବର ୧୯୧୯- ୨୮ ଡିସେମ୍ବର ୨୦୧୨) ଜଣେ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ, ସମ୍ବଲପୁରୀ ଭାଷାବିତ ଓ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ୧୯୫୭ରୁ ୧୯୮୪ ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଲେଖୁଥିଲେ ପରେ କେବଳ ସମ୍ବଲପୁରୀ ଭାଷାରେ ଲେଖିଥିଲେ ।[୧]
ନୀଳମାଧବ ପାଣିଗ୍ରାହୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୋଲଣ୍ଡା, ମାନେଶ୍ୱର, ସମ୍ବଲପୁର ଜିଲ୍ଲା | ୧୪ ନଭେମ୍ବର ୧୯୧୯
ମୃତ୍ୟୁ | ୨୮ ଡିସେମ୍ବର ୨୦୧୨ | (ବୟସ ୯୩)
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | |
ପୁରସ୍କାର | ଟାଗୋର ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ସମ୍ପାଦନାସେ ସମ୍ବଲପୁର ଜିଲ୍ଲାସ୍ଥ ଧମା ଥାନା ଅନ୍ତର୍ଗତ ମାନେଶ୍ୱର ବ୍ଳକର ଗୋଲଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାଥମିକ ଶିକ୍ଷା ଲାଭ ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଣ୍ଟରମିଡ଼ିଏଟ ଓ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ବ୍ରହ୍ମପୁରରେ ଅବକାରୀ ଉପନିରିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରି ସହ-କମିଶନର ଭାବେ ଅବସର ଗ୍ରହଣ କରିଥିଲେ । ରାଧାମୋହନ ଗଡ଼ନାୟକଙ୍କଠାରୁ ପ୍ରେରଣା ଲାଭ କରିଥିଲେ ।
ପ୍ରକାଶିତ ସମ୍ବଲପୁରୀ ରଚନା
ସମ୍ପାଦନା- ସମ୍ବଲପୁରର କଥା (୧୯୯୦, ଐତିହାସିକ ଖଣ୍ଡକାବ୍ୟ)
- ମହରା ଆର୍ ମହୁ (ଗଦ୍ୟ ସମାଲୋଚନା)
- କୋଶଲିକା ପଦ୍ୟ ସଂଚୟନ
- ନିସାନ (ମାସିକ ସାହିତ୍ୟ ପତ୍ରିକା)
- ପାଣିଗ୍ରାହୀ ପଦ୍ୟାବଳୀ
- କୀଚକ ବିନାଶ ଆର୍ କୌରବ ଦଲନ (କାବ୍ୟ)
- କୋଶଲୀ ଭାଷାର ବ୍ୟାକରଣ (୨୦୦୧)
- ମହାଭାରତ୍ କଥା (୬ଖଣ୍ଡ ପ୍ରକାଶିତ)
- ସଂସ୍କୃତ ମହାଭାରତର ବନପର୍ବ ଓ ବିରାଟପର୍ବର ସମସ୍ତ ଅଧ୍ୟାୟର ସମ୍ବଲପୁରୀ-କୋଶଲୀ ଗଦ୍ୟାନୁବାଦ
ସମାଲୋଚନା ଗ୍ରନ୍ଥ
ସମ୍ପାଦନା- କୋଶଲିକା (୧୯୯୪)
- ଝାର ମଲି ଭାରଭାର (୧୯୯୫)
ଓଡ଼ିଆ ଓ ଇଂରାଜୀରେ ସମ୍ପାଦିତ ସଂସ୍କୃତ ପୋଥି
ସମ୍ପାଦନାଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ରଚିତ ସଙ୍ଗୀତ ଓ ନୃତ୍ୟଶାସ୍ତ୍ରଗୁଡ଼ିକୁ ସମ୍ପାଦନା କରି ସେ ଲୋକଲୋଚନକୁ ଆଣିଥିଲେ । ଏହିସବୁ ଶାସ୍ତ୍ରମାନଙ୍କରୁ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟର ଐତିହ୍ୟ, ଶାସ୍ତ୍ରୀୟତା ଓ ପରମ୍ପରା ଦୃଢ଼ୀଭୂତ ହୋଇପାରିଲା । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଆଲୋଚନାରେ ନୀଳମାଧବ ପାଣିଗ୍ରାହୀ ଜଣେ ଅଗ୍ରଗଣ୍ୟ ପଣ୍ଡିତ ଥିଲେ ।
- ଗୀତପ୍ରକାଶ (କୃଷ୍ଣଦାସ ବଡ଼ଜେନା ମହାପାତ୍ର)
- ସଂଗୀତ କଳ୍ପଲତିକା (ହଳଧର ମିଶ୍ର)
- ସଂଗୀତ କୌମୁଦୀ
- ସଂଗୀତାର୍ଣ୍ଣବଚନ୍ଦ୍ରିକା
- ଗୀତପ୍ରକାଶ ଭୋଲି
- ଅଭିନୟ ଦର୍ପଣ ପ୍ରକାଶ
ଓଡ଼ିଆ ରଚନା
ସମ୍ପାଦନା- ଭାରତୀୟ ସଂଗୀତ (୧୯୬୫)
- ଓଡ଼ିଶା ସହ ସମ୍ବଲପୁର ମିଶ୍ରଣର ଅଞ୍ଜାତ ଦିଗନ୍ତ
- ଜ୍ୟୋତିର୍ମୟୀ
- ସଂଗୀତ ସମ୍ମାର୍ଜନୀ
- ଶ୍ରୀଜୟଦେବ ଓ ଗୀତଗୋବିନ୍ଦ (ଓଡ଼ିଆ ଓ ଇଂରାଜୀ ଦ୍ୱିଭାଷି)
- ଗୀତଗୋବିନ୍ଦ ସାଂଗୀତିକ ଦିଗଦର୍ଶନ
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଟାଗୋର ଏକାଡେମୀ ପୁରସ୍କାର, ୨୦୧୧ (କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ) [୨]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୭[୩]
- ଜୟଦେବ ସମ୍ମାନ, ୨୦୦୬ (ଓଡ଼ିଶା ସଂଗୀତ ଏକାଡେମୀ)
- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୦୩[୪]
- ସମ୍ମାନସୂଚକ ଡି.ଲିଟ, ୧୯୯୯ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
- ରୌପ୍ୟଜୟନ୍ତୀ ପୁରସ୍କର, ୧୯୯୪ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
- ଶାରଳା ପୁରସ୍କାର, ୧୯୯୪ (ଗ୍ରହଣ କରିନଥିଲେ)
- ଫେଲୋଶିପ, ୧୯୮୩ ( କବିଜୟଦେବଙ୍କ ଲିଖିତ ଗୀତଗୋବିନ୍ଦ ଉପରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ)
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୧
- ଭାରତଚନ୍ଦ୍ର ନାୟକ ସ୍ମୃତି ସମ୍ମାନ, ୧୯୮୧ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
- ବିଷୁବ ପୁରସ୍କାର, ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୦ (ଭାରତୀୟ ସଂଗୀତ-୧୯୬୫)[୫]
ଆଧାର
ସମ୍ପାଦନା- ↑ "ଆଜି ଶ୍ରାଦ୍ଧବାର୍ଷିକୀ". web.archive.org/save/http://sambadepaper.com/indexnext.php?mod=1&pgnum=1&edcode=71&pagedate=2019-11-28. No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ.
{{cite news}}
:|access-date=
requires|url=
(help) - ↑ "orissabarta.com: Nilamadhab Panigrahi receives the tagore academy award". Archived from the original on 2022-08-16. Retrieved 2012-04-09.
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. 2012. Retrieved 9 April 2012.
Dr. Nilamadhaba Panigrahi
[permanent dead link] - ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୨୮/୧୧/୨୦୧୮ ପୃଷ୍ଠା ୬. Retrieved 28 November 2018.[permanent dead link]