ନିମିକି
ନିମିକି ଏକ ଭାରତୀୟ ଖାଦ୍ୟ ଯାହା ମଇଦାରୁ ତିଆରି ହୋଇଥାଏ । ଏହା ଲୁଣିଆ ଓ ତିନି/ଚାରିକୋଣିଆ ହୋଇଥାଏ । ଏହା ଚାହା ବା କଫି ସହିତ ଖିଆଯାଇଥାଏ । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ ।
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ମଇଦା, କଳା ଜିରା |
ଉପାଦାନ
ସମ୍ପାଦନାତିଆରି ପ୍ରଣାଳୀ
ସମ୍ପାଦନାମଇଦା, କଳା ଜିରା ଓ ଲୁଣ ଆଦିକୁ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ମଝିରୁ କାଟି ପୁଣି ପରସ୍ତ ପରସ୍ତ କରି ବେଲାଯାଇ ତିନିକୋଣିଆ ବା ଚାରିକୋଣିଆ ଆକାରର ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ ।