ନିକୁଞ୍ଜ କିଶୋର କାନୁନଗୋ

ଭାରତୀୟ ଓଡ଼ିଆ ସାହିତ୍ୟିକ

ନିକୁଞ୍ଜ କିଶୋର କାନୁନଗୋ (ଜନ୍ମ: ୨୦ ମାର୍ଚ୍ଚ ୧୯୩୩) ଜଣେ ଭାରତୀୟ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ତାଙ୍କ ଶିଶୁସାହିତ୍ୟ ପୁସ୍ତକ ଆମ ଖେଳନା ପାଇଁ ୧୯୮୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ନିକୁଞ୍ଜ କିଶୋର କାନୁନଗୋ
ଜନ୍ମ ଓ ଜନ୍ମସ୍ଥାନ (1933-03-20) ୨୦ ମାର୍ଚ୍ଚ ୧୯୩୩ (ବୟସ ୯୧)
ତିରଣ, ଜଗତସିଂହପୁର
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶୈଳୀଶିଶୁ ସାହିତ୍ୟ
ସାହିତ୍ୟ କୃତିଆମ ଖେଳନା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ନିକୁଞ୍ଜ କିଶୋର ୧୯୩୩ ମସିହାରେରେ ଜଗତସିଂହପୁର ଜିଲ୍ଲାର ତିରଣଠାରେ ଜନ୍ମ ଲାଭ କରିଥିଲେ । ଶିକ୍ଷାରେ ସ୍ନାତକ, ଡିପ୍ ଇନ୍ ଷ୍ଟାତିଷ୍ଟିକ୍ସ (ଡିଷ୍ଟିଂସନ) ଯୋଗ୍ୟତା ଲାଭ କରିଥିଲେ । ପରିସଂଖ୍ୟାନ ବିଭାଗରୁ ଉପ-ନିର୍ଦ୍ଦେଶକ ଭାବେ ଅବସର ନେଲେ । ଓଡ଼ିଶାର ପ୍ରାୟ ସବୁ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ । ଆକାଶବାଣୀ, କଟକ କେନ୍ଦ୍ରର ଶିଶୂସଂସାର ଓ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ତାଙ୍କର ଗଳ୍ପ, କବିତା, କୁହୁକ, କୌତୁକ ଅଙ୍କ ଓ ସାଧାରଣ ଜ୍ଞାନ ପ୍ରଚାରିତ । ସେ ଓଡ଼ିଶା ଶିଶୁ ସାହିତ୍ୟ ଏକାଡ଼େମୀର ଉପ-ସଭାପତି ଥିଲେ ।[]

ସାହିତ୍ୟ ରଚନା

ସମ୍ପାଦନା
  • ମଣିମାଣିକ (୧୯୫୮, ଶିଶୁକବିତା)
  • କାହାଣୀ ମୁଣି (୧୯୮୧)
  • ଚୀନ୍ ଦେଶର ଲୋକକଥା (୧୯୮୧)
  • ଇନ୍ଦ୍ରଧନୁ
  • ସୁକୁମାର କାହାଣୀ
  • ଆମ ଆକାଶ ବାହିନୀ (ଅନୁବାଦ)[]

ପୁରସ୍କାର ଓ ସମ୍ମାନ

ସମ୍ପାଦନା

ସେ ବିଷୁବ ମିଳନରେ ଏକାଧିକବାର ଓ ଓଡ଼ିଶା ସରକାରଙ୍କଦ୍ୱାରା ଇନ୍ଦ୍ରଧନୁ ପାଇଁ ପୁରସାର ପାଇଥିଲେ । ୧୯୮୧ରେ ସେ ଆମ ଖେଳନା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କା[] ଓ ୧୯୭୧ରେ ଜନଗଣନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କଠାରୁ ବ୍ରୋଞ୍ଜ ପଦକ ପାଇଥିଲେ ।

  1. "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-11-11. {{cite web}}: Cite has empty unknown parameter: |1= (help)
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୬୮୧. ISBN 81-903352-0-0.
  3. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୩୯. ISBN 81-7400-331-2.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୨୩-୨୪. ISBN 81-7400-331-2.