ନାରାୟଣ ରଥ

ଭାରତୀୟ ଓଡ଼ିଆ ସାହିତ୍ୟିକ

ନାରାୟଣ ରଥ (ଜନ୍ମ: ୩ ଜୁଲାଇ ୧୯୩୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସଂସ୍କୃତ କବି । ସେ ୧୯୯୧ ମସିହାରେ ସେ ନିଜ ସଂସ୍କୃତ କାବ୍ୟଗ୍ରନ୍ଥ ଅଭିନବ କବିତାବଳିଃ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ନାରାୟଣ ରଥ
ଜନ୍ମ ଓ ଜନ୍ମସ୍ଥାନ (1931-07-03) ୩ ଜୁଲାଇ ୧୯୩୧ (ବୟସ ୯୩)
ବୀରନରସିଂହପୁର ଶାସନ, ପୁରୀ
ବୃତ୍ତିଅଡ଼ିଟର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଅଭିନବ କବିତାବଳିଃ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧
ଜୀବନସାଥୀମନୋରମା ରଥ
ପିତାମାତାପଣ୍ଡିତ ନରସିଂହ ରଥ (ପିତା), ଗୌରୀ ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ନାରାୟଣ ପୁରୀ ଜିଲ୍ଲାର ଷୋଳ ଶାସନ ପରମ୍ପରାର ବୀରନରସିଂହପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଲାଭକରିଥିଲେ । ତା'ପରେ ପୁରୀ ଡିଏଜି କାର୍ଯାଳୟରେ କାର୍ଯ୍ୟ କରି ୧୯୮୯ରେ ଅବସର ନେଲେ । ସେ ବିଦ୍ୟାଳୟରରୁ ସଂସ୍କୃତ ଶିକ୍ଷାଲାଭ ନ କରି ଘରୁ ଶିଖିଥିଲେ । ୧୯୯୧ରେ ତାଙ୍କ ସଂସ୍କୃତ ଭାଷା ସାହିତ୍ୟରେ ପଟୁତା ପାଇଁ ପୁରୀ ରିକ୍ରିଏସନ୍ କ୍ଲବ୍ ପକ୍ଷରୁ ତାଙ୍କୁ କବିସୁଧାକର ଉପାଧି ପ୍ରଦାନ କରାଯାଇଥିଲା । ସେ ସଂସ୍କୃତ କାବ୍ୟ, ନାଟକ ଓ ଗଦ୍ୟ ସମ୍ବନ୍ଧୀୟ ୩୦ଖଣ୍ଡ ଗ୍ରନ୍ଥ ରଚନା କରିଥିଲେ ।[]

ରଚନାବଳୀ

ସମ୍ପାଦନା

କାବ୍ୟ-କବିତା

ସମ୍ପାଦନା
  • କାବ୍ୟ କବିତା ମଞ୍ଜରୀ
  • ଅବସର ବିଳାସମ୍
  • ଭଗବାନ ବାଦରାୟଣଃ
  • ନିଷ୍ଠୁର ମାରୀଚ
  • ରତ୍ନାକର ବାଲ୍ମୀକୀୟମ୍
  • ମହାତ୍ମା ତ୍ରୈଲଙ୍ଗସ୍ୱାମୀ
  • ଶ୍ରୀ ଶଙ୍କରାଚାର୍ଯ୍ୟ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅଭିନବ କବିତାବଳିଃ ପାଇଁ) - ୧୯୯୧
  • ପୁରୀ ରିକ୍ରିଏସନ୍ କ୍ଲବ୍ ପକ୍ଷରୁ କବିସୁଧାକର ଉପାଧି - ୧୯୯୧[]
  1. http://odishasahityaakademi.org/English/sahitya-award6.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୬୭୯. ISBN 81-903352-2-7.
  3. ମିଶ୍ର, ସୁରେନ୍ଦ୍ର କୁମାର (୨୦୨୩). ଓଡ଼ିଶାର ପାଣ୍ଡିତ୍ୟ ପରମ୍ପରା. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୩୭. ISBN 978-93-92171-14-7.