ନାରାୟଣ ପୃଷେଠ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ନାରାୟଣ ପୃଷେଠ (୧୯୪୩-୨୫ ନଭେମ୍ବର ୨୦୧୧) ଜଣେ ଭାରତୀୟ ଶିକ୍ଷାବିଦ୍, ଅର୍ଥନୀତିଜ୍ଞ ଓ ଓଡ଼ିଆ ଲେଖକ ଥିଲେ । ସେ ବରପାଲୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଥିଲେ ।ତାଙ୍କର ଉଲ୍ଲେଖନୀୟ ପୁସ୍ତକଗୁଡ଼ିକ‌ ମଧ୍ୟରେ ଚେତନାର ଦିଗ୍‌ବଳୟ, ହଳଦୀ ବସନ୍ତ, ନୃସିଂହ ଚରିତ, ମଜା ମଜା ଗପ, ଏକାଙ୍କିକା: ଆମ ସମୟର ଆଦି ଅନ୍ୟତମ । ତାଙ୍କ ରଚିତ ଅନୁବାଦ ସାହିତ୍ୟ ପୁସ୍ତକ ଜୟକାନ୍ତଙ୍କ କଥା ଓ କାହାଣୀ ପାଇଁ ସେ ୧୯୯୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ନାରାୟଣ ପୃଷେଠ
ଜନ୍ମ୧୯୪୩
ମୃତ୍ୟୁ୨୫ ନଭେମ୍ବର ୨୦୧୧(2011-11-25) (ବୟସ ୬୭–୬୮)[୧]
ଜାତୀୟତାଭାରତୀୟ
ପ୍ରସିଦ୍ଧିଅର୍ଥନୀତିଜ୍ଞ, ସାହିତ୍ୟିକ
ପରିବାରସୁଜିତ କୁମାର ପୃଷେଠ (ପୁଅ)[୧]

୨୦୧୧ ନଭେମ୍ବର ୨୫ ତାରିଖରେ ଭୁବନେଶ୍ୱରରେ ତାଙ୍କର ୬୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୨]

ଜୀବନୀ ସମ୍ପାଦନା

ନାରାୟଣ ପୃଷେଠ ୧୯୪୩ ମସିହାରେ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ସ୍ମୃତିରେ ନାରାୟଣ ପୃଷେଠ ସ୍ମୃତି ସମିତି ବରଗଡ଼ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ଏହି ଅନୁଷ୍ଠାନ ତରଫରୁ "ପ୍ରଫେସର ନାରାୟଣ ପୃଷେଠ ସ୍ମୃତି ସମ୍ମାନ" ପ୍ରଦାନ କରାଯାଏ ।[୧][୩]

୨୦୧୧ ମସିହା ନଭେମ୍ବର ୨୫ ତାରିଖରେ ତାଙ୍କ ଭୁବନେଶ୍ୱର ବୀର ସୁରେନ୍ଦ୍ର ସାଏ ନଗର ବାସଭବନରେ ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ରଚନାବଳୀ ସମ୍ପାଦନା

  • କେତେ ଦୃଷ୍ଟି କେତେ ଦିଗନ୍ତ
  • ଚେତନାର ଦିଗବଳୟ (୧ମ ଓ ୨ୟ ଭାଗ)
  • ହଳଦୀ ବସନ୍ତ (ଗଳ୍ପ ସଂକଳନ)
  • ନୃସିଂହ ଚରିତ
  • ଗଙ୍ଗାଧର ମେହେର (ନାଟକ)
  • ଶତାବ୍ଦୀର ଡାକ (ନାଟକ)
  • ଏକାଙ୍କିକା: ଆମ ସମୟର (ନାଟକ ସଂକଳନ, ୧୯୯୧)
  • ଜୟକାନ୍ତଙ୍କ କଥା ଓ କାହାଣୀ (୧୯୯୮)
  • ମଜା ମଜା ଗପ (ଶିଶୁଗଳ୍ପ ସଂକଳନ)
  • ପ୍ରାରମ୍ଭିକ ଅର୍ଥନୀତି
  • ମୌଦ୍ରିକ ଅର୍ଥନୀତି

ସମ୍ମାନ ଓ ପୁରସ୍କାର ସମ୍ପାଦନା

ତାଙ୍କର ଅନୁବାଦ ସାହିତ୍ୟପୁସ୍ତକ ଜୟକାନ୍ତଙ୍କ କଥା ଓ କାହାଣୀ ପାଇଁ ସେ ୧୯୯୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ". Nitidin. 2020-06-20. Retrieved 2024-01-07.
  2. ୨.୦ ୨.୧ "Eminent scholar Narayan Pruseth mourned". The New Indian Express. Retrieved 2024-01-07.
  3. "ପ୍ରଜ୍ଞାପୁରୁଷ ପ୍ରଫେସର୍ ନାରାୟଣ ପୃଷେଠଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମାରକୀ ବକ୍ତୃତା". Koshala prabaha live (in ଆମେରିକୀୟ ଇଂରାଜୀ). 2021-11-25. Retrieved 2024-01-07.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 2024-01-07.