ନାଚିକା ଲିଙ୍ଗା ଜଣେ ଆଦିବାସୀ ନେତା । ସେ କୋରାପୁଟର ଚାଷୀ ମୂଲିଆ ଆଦିବାସୀ ସଂଘ (ସିମାସ)ର ସଭାପତି । ଏହାର ନେତୃତ୍ୱ ନେଇ ସେ ନାରାୟଣପାଟଣା ଅଞ୍ଚଳରେ ବେଆଇନ ଜମି ଆବଣ୍ଟନ, ଚୋରା ମଦ ଚାଲାଣ ବିରୋଧରେ ଆନ୍ଦୋଳନ କରିଆସୁଥିଲେ । ସେ ୪ ବର୍ଷ ପୋଲିସ ଆଢ଼ୁଆଳରେ ରହିଆସିଥିଲେ ।[୨] ୨୦୧୪ ମସିହା ଅକ୍ଟୋବର ୨୮ ତାରିଖ ଦିନ ସେ ଭାଲିଆପୁଟ ଗାଁରେ ବର୍ଡ଼ର ସିକୁରିଟି ଫୋର୍ସ (ବିଏସଏଫ)ଦ୍ୱାରା ଏକ କମ୍ବିଙ୍ଗ ଅପରେସନରେ ଗିରଫ ହୋଇଥିଲେ । ୨୦୦୯ ପରଠାରୁ ସେ ପୋଲିସଦ୍ୱାରା "ମୋଷ୍ଟ ୱାଣ୍ଟେଡ଼" ଭାବେ ଗଣା ଯାଉଥିଲେ । ହତ୍ୟା, ଡକାୟତି ଆଦି ବିଭିନ୍ନ ଅପରାଧରେ ସେ ଜଡ଼ିତ ଥିଲେ । ୨୦୦୯ରେ ନାରାୟଣପାଟଣାରେ ତାଙ୍କ ନେତୃତ୍ୱରେ ସିମାସ ଏକ ଗଣ-ଜମି ଦଖଲ ଆନ୍ଦୋଳନ କରି ଅଣ-ଆଦିବାସୀଙ୍କଠାରୁ ୨୦୦୦ ଏକର ଜମି ଦଖଲ କରିଥିଲେ ।[୧]

ନାଚିକା ଲିଙ୍ଗା
ନାରାୟଣପାଟଣା
ଜାତୀୟତାଭାରତୀୟ
Criminal charge(s)ହତ୍ୟା, ବେଆଇନ ଜମି ଦଖଲ ଓ ଥାନା ଡକାୟତି
ପୁରସ୍କାର ପରିମାଣ
୫ ଲକ୍ଷ ଟଙ୍କା
ଧରାପଡ଼ିବା ସ୍ଥିତି
ପୋଲିସଠାରେ ଆତ୍ମସମର୍ପଣ [୧]
କାହା ଦ୍ୱାରା ୱାଣ୍ଟେଡ଼
ଓଡ଼ିଶା ପୋଲିସ
କରିଥିବା ହତ୍ୟା
ଅପରାଧର ଶିକାରଝିନା ହିକକା (ଲକ୍ଷ୍ମୀପୁରର ବିଧାୟକ)
କରିଥିବା ହତ୍ୟାର ଅବଧି
୨୦୦୫–
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିନାରାୟଣପାଟଣା

ଜୀବନୀ ସମ୍ପାଦନା

ଚାଷୀମୂଲିଆ ଆଦିବାସୀ ସଂଘ ସମ୍ପାଦନା

"ଚାଷୀ ମୂଲିଆ ଆଦିବାସୀ ସଂଘ" ନାରାୟଣପାଟଣାରେ ବେଆଇନ ଜମି ଆବଣ୍ଟନକୁ ବିରୋଧ କରିଆସୁଥିଲା । ୨୦୧୧ ପରଠାରୁ ସେ ଏହାର ନେତୃତ୍ୱ ନେଉଥିଲେ । ଚୋରା ମଦ ଚାଲାଣ ବିରୋଧରେ ସେ ଗଣ-ଆନ୍ଦୋଳନ ଜାରୀ ରଖିଥିଲେ ।

ଅପରାଧ ସମ୍ପାଦନା

ଲିଙ୍ଗାଙ୍କ ବିରୋଧରେ ୪୦ଟି ଅପରାଧ ରୁଜୁ ହୋଇଥିଲା । ଏଥି ମଧ୍ୟରେ ୧୦ଟି ହତ୍ୟା, ବେଆଇନ ଜମି ଦଖଲ ଓ କୋରାପୁଟ ଜିଲ୍ଲାର ଅନେକ ଥାନାରେ ଡକାୟତି ଆଦି ଆଇନଗତ ଅପରାଧ ନିମନ୍ତେ ୨୦୦୯ ପରଠାରୁ ସେ ପୋଲିସଦ୍ୱାରା "ମୋଷ୍ଟ ୱାଣ୍ଟେଡ଼" ଭାବେ ଗଣା ଯାଉଥିଲେ । ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ମୁଣ୍ଡଜାମିନ ଘୋଷଣା କରାଯାଇଥିଲା ।[୧] ସିମାସଦ୍ୱାରା ନାରାୟଣପାଟଣା ପୋଲିସ ଷ୍ଟେସନ ସମୟରେ ପୋଲିସ ଓ ସିମାସ କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଆଦିବାସୀ କର୍ମୀମାନେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ। ଲିଙ୍ଗାଙ୍କ ନେତୃତ୍ୱରେ ହୋଇଥିବା ଏହି ଆକ୍ରମଣ ପରେ ତାଙ୍କୁ ପୋଲିସ ପକ୍ଷରୁ "ମୋଷ୍ଟ ୱାଣ୍ଟେଡ଼" ଘୋଷଣା କରାଯାଇଥିଲା ।[୨]

ଗିରଫ ସମ୍ପାଦନା

ସେ ପ୍ରଥମେ ୨୦୦୫ରେ ଗିରଫ ହୋଇଥିଲେ । ୨୦୦୭ରେ ଜେଲରୁ ଛାଡ଼ ପାଇବା ପରେ ସେ ପୁଣି ନିଜ କାର୍ଯ୍ୟକଳାପ ଜାରୀ ରଖିଥିଲେ ।[୨] ୨୦୧୪ ପୂର୍ବର କିଛି ବର୍ଷ ଧରି ଲିଙ୍ଗା କିଛି ବାର ସିମାସ ସଭାମାନଙ୍କରେ ଅଂଶଗ୍ରହଣ କରିଥିଲେ । ସେଠାରେ ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା । ୨୦୧୩ ଜାନୁଆରୀ ପରଠାରୁ, ମାଓବାଦୀ ଆନ୍ଦୋଳନର ସହଯୋଗ ହ୍ରାସ ପାଇବାରୁ ସିମାସର ଅନେକ ନେତା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । କେବଳ ଲିଙ୍ଗା ବାକି ରହିଥିଲେ । ୨୦୧୪ ମାର୍ଚ୍ଚରେ ସେ ଏକ ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଘୋଷଣା କରି ଆସି ନଥିଲେ । ପଦରପୁର ଅଞ୍ଚଳରେ ତାଙ୍କର ଉପସ୍ଥିତି ବିଷୟରେ ଜାଣି ବିଏସଏଫ ଏକ କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଭାଲିଆପୁଟ ଗାଁରେ ଗାଁଲୋକଙ୍କ ସହ ଆଲୋଚନା କରୁଥିବା ସମୟରେ ବିଏସଏଫ ଯବାନମାନେ ତାଙ୍କୁ ଗିରଫ କରିଥିଲେ ।[୧]

ରାଜନୀତି ସମ୍ପାଦନା

୨୦୧୪ ମସିହା ମାର୍ଚ୍ଚ ମାସରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଝିନ ହିକକାଙ୍କୁ ମାଓବାଦୀମାନେ ପଣବନ୍ଦୀ କରିଥିଲେ । ଓଡ଼ିଶା ସରକାର ବନ୍ଦୀ କରିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ୩୦ ଜଣ ସଦସ୍ୟଙ୍କୁ ମୁକୁଳାଇଲେ ହିକକାଙ୍କୁ ଛଡ଼ାଯିବ ବୋଲି ଲିଙ୍ଗା ଓ ମାଓବାଦୀ ନେତାମାନେ ଦାବୀ କରିଥିଲେ । ଏହାର କାରଣ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବାର ଯୋଜନା ରହିଥିଲା ବୋଲି ପ୍ରକାଶ ପାଇଥିଲା।[୨][୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Nachika Linga Rounded up by BSF Men". ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ. ୨୯ ଅକ୍ଟୋବର ୨୦୧୪. Archived from the original on 2014-11-12. Retrieved ୩୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)
  2. ୨.୦ ୨.୧ ୨.୨ ୨.୩ ଦାସ, ପ୍ରଫୁଲ୍ଲ (୨୩ ଅକ୍ଟୋବର ୨୦୧୪). "Nachika Linga to appear in public". ହିନ୍ଦୁ. Retrieved ୩୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)
  3. ଏସ, ପ୍ରକାଶ (୧୮ ଅପ୍ରେଲ ୨୦୧୨). "ବିଧାୟକ ଅପହରଣ ଏକ ରାଜନୈତିକ ଚାଲ". ଦି ସନ୍‌ଡେ ଇଣ୍ଡିୟାନ. Retrieved ୩୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]