ନଳିନୀବାଳା ଦେବୀ

କବିୟତ୍ରୀ

ନଳିନୀବାଳା ଦେବୀ ଆସାମର ଜଣେ ଜଣାଶୁଣା ମହିଳା କବି ଓ ଲେଖିକା ଥିଲେ ।[୧] ତାଙ୍କର ଲେଖା ଗୁଡିକରେ ଜାତୀୟତାବାଦୀ ଛାପ ରହୁଥିଲା ।[୨] ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ୧୯୬୮ ମସିହାରେ ସେ ତାଙ୍କର କବିତା ସଂକଳନ ପୁସ୍ତକ ଅଳକାନନ୍ଦା ପାଇଁ ଭାରତର ଶ୍ରେଷ୍ଠ ସାହିତ୍ୟ କୃତି ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । 

ନଳିନୀବାଳା ଦେବୀ
নলিনীবালা দেৱী
ଗୁଆହାଟୀର ପତ୍ତନ ବଜାରରେ ତାଙ୍କର ପ୍ରତିମୂର୍ତି
ଗୁଆହାଟୀର ପତ୍ତନ ବଜାରରେ ତାଙ୍କର ପ୍ରତିମୂର୍ତି
ଜନ୍ମ ଓ ଜନ୍ମସ୍ଥାନ୨୩ ମାର୍ଚ ୧୮୮୯
ଗୁଆହାଟୀ, ଆସାମ
ମୃତ୍ୟୁ୨୪ ଡିସେମ୍ବର, ୧୯୭୭
ବୃତ୍ତିକବି, ଲେଖକ
ଭାଷାଅସମୀୟା
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିସୋନ୍ଦିୟାରା ସୁର
ଅଲକାନନ୍ଦା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
ପଦ୍ମଶ୍ରୀ
ଜୀବନ ସାଥିଜିବେସ୍ୱର ଚଙ୍ଗକକୋଟି

ଜୀବନୀ ସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ନଳିନୀବାଳା ଦେବୀଙ୍କ ଜନ୍ମ ଆସାମ ରାଜ୍ୟରେ ୧୮୯୮ ମସିହାରେ ହେଇଥିଲା । ତାଙ୍କ ପିତା କର୍ମବୀର ନବୀନ ଚନ୍ଦ୍ର ବର୍ଦୋଲୋଇ (୧୮୭୫-୧୯୩୬) ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଆସାମୀୟ ଲେଖକ ଥିଲେ । ତାଙ୍କର ବିବାହ ମାତ୍ର ୧୨ ବର୍ଷରେ ହୋଇଥିଲା । କିନ୍ତୁ ତାଙ୍କର ଦୁର୍ଭାଗ୍ୟ, ତାଙ୍କର ପତିଙ୍କ ଅକାଳ ଦେହାନ୍ତ ହେଲା ବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହେଇଥିଲା । ସେ ଖୁବ ଅଳ୍ପ ବୟସରେ ତାଙ୍କର ଦୁଇଜଣ ପୁତ୍ରଙ୍କୁ ମଧ୍ୟ ହରେଇଥିଲେ ।

କବିତା ରଚନାସମ୍ପାଦନ କରନ୍ତୁ

ନଳିନୀଦେବୀ ତାଙ୍କର ପ୍ରଥମ କବିତା "ପିତା" ମାତ୍ର ୧୦ ବର୍ଷ ବୟସରେ ଲେଖିଥିଲେ । ତାଙ୍କ କବିତା ଦେଶଭକ୍ତି, ହୃଦୟତା ଓ ନିଷ୍ଠା ଆଧାରିତ । ତାଙ୍କଦ୍ୱାରା ରଚିତ ହେଇଥିବା ସାହିତ୍ୟ କୃତିସବୁ ଏବେ ମଧ୍ୟ ଅସମୀୟା ଭାଷାରେ ଆଦୃତ । [୩][୪]

ତାଙ୍କର ପ୍ରଥମ କବିତା ସଂକଳନ "ସନ୍ଧ୍ୟାର ସୁର" ୧୯୨୮ ମସିହାରେ ପ୍ରକାଶିତ ହେଇଥିଲା । ତାହା ଗୁଆହାଟୀକଲିକତା ବିଶ୍ୱବିଦ୍ୟାଳୟରେ ପାଠ୍ୟପୁସ୍ତକ ଭାବରେ ଗୃହୀତ ହେଇଥିଲା ।[୫]  

ତାଙ୍କର ଅନ୍ୟ କୃତିସବୁ ମଧ୍ୟରେ "ଅଳକାନନ୍ଦା", "ସପୁନାର ସୁର", "ପରଶମଣି,"ଯୁଗ ଦେବତା", "ଶେଷ ପୂଜା", "ପାରିଜାତର ଅଭିଷେକ", "ମେଘଦୂତ" ଆଦି ଜନପ୍ରିୟ ।

ମୃତ୍ୟୁସମ୍ପାଦନ କରନ୍ତୁ

୨୪ ଡିସେମ୍ବର ୧୯୭୭ରେ ତାଙ୍କର ଦେହାନ୍ତ ହେଇଥିଲା ।

ରଚନାବଳୀସମ୍ପାଦନ କରନ୍ତୁ

  • ସନ୍ଧ୍ୟାର ସୁର (ସନ୍ଧ୍ୟାର ସ୍ୱର, ୧୯୨୮)
  • ସପୁନାର ସୁର (ସ୍ୱପ୍ନର ସ୍ୱର, ୧୯୪୩)
  • ସ୍ମିତିର ତୀର୍ଥ (ଜୀବନୀ, ୧୯୪୮)
  • ପାରଶମଣି (୧୯୫୪)
  • ଜାଗୃତି (୧୯୬୩)
  • ଅଳକାନନ୍ଦା (୧୯୬୮)[୪]

ପୁରସ୍କାର ସମୂହ ସମ୍ପାଦନ କରନ୍ତୁ

ସେ ତାଙ୍କର କବିତା ସଂକଳନ "ଅଳକାନନ୍ଦା" ପାଇଁ ୧୯୬୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । [୬]ଏହା ପୂର୍ବରୁ ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ ।[୭]

ଆଧାର ସମ୍ପାଦନ କରନ୍ତୁ

  1. "An author & a trailblazer personality". The Telegraph. 9 ଫେବୃଆରୀ 2004. Retrieved 18 ସେପ୍ଟେମ୍ବର 2012.
  2. Das, p. 197
  3. "Nalinibala Devi remembered". Assam Tribune. 1 ଜାନୁଆରୀ 2009. Retrieved 18 ସେପ୍ଟେମ୍ବର 2012.
  4. ୪.୦ ୪.୧ Natrajan, p. 31
  5. Barua, p. 15
  6. "Sahitya Akademi Award year wise". Official listings, Sahitya Akademi website.
  7. "Padma Awards Directory (1954–2009)" (PDF). Ministry of Home Affairs.

ଅଧିକ ପଠନ ସମ୍ପାଦନ କରନ୍ତୁ