ନରେନ୍ଦ୍ର କୁମାର ସ୍ୱାଇଁ

ଭାରତୀୟ ରାଜନୀତିଜ୍ଞ

ନରେନ୍ଦ୍ର କୁମାର ସ୍ୱାଇଁ (୨୫ ଜୁନ ୧୯୩୯ - ୦୭ ସେପ୍ଟେମ୍ବର ୨୦୨୦) ଜଣେ ଭାରତୀୟ ରାଜନେତା ଥିଲେ ।[୧][୨] ୨୦୧୫ ମସିହାରେ ସେ ବିନା ପ୍ରତିଦ୍ୱନ୍ଦିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ରାଜ୍ୟ ସଭାକୁ ଯାଇଥିଲେ ।[୪]

ନରେନ୍ଦ୍ର କୁମାର ସ୍ୱାଇଁ
ସାଂସଦ, ରାଜ୍ୟ ସଭା
କାର୍ଯ୍ୟକାଳ
୭ ଡିସେମ୍ବର ୨୦୧୫ – ୨ ଅପ୍ରେଲ ୨୦୨୦
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-06-25)୨୫ ଜୁନ ୧୯୩୯
ଓଡ଼ିଶା
ମୃତ୍ୟୁ୭ ସେପ୍ଟେମ୍ବର ୨୦୨୦(2020-09-07) (ବୟସ ୮୧)
ରାଜନୀତିକ ଦଳବିଜୁ ଜନତା ଦଳ
ପେଷାରାଜନୀତିଜ୍ଞ

ଜୀବନୀ ସମ୍ପାଦନା

ନରେନ୍ଦ୍ର, ୧୯୩୯ ମସିହାରେ ଜଗତସିଂହପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣାରେ ଜନ୍ମଗ୍ରହଣ କରିଥିଲେ । ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କରିଥିଲେ । ସେଠାରେ ପାଠ ପଢ଼ିବା ସମୟରେ ସେ ଛାତ୍ରସଂସଦ ନିର୍ବାଚନରେ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏସୟୁସିଆଇ, ଆଇଏନଟିୟୁସି ଭଳି ଶର୍ମିକ ସଂଗଠନ ସହିତ ସେ ଜଡ଼ିତ ଥିଲେ । ଜନତା ଦଳର ରାଜ୍ୟ ସମ୍ପାଦକ ଓ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ । ୨୦୧୫ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୨୦ ପର୍ଯ୍ୟନ୍ତ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକାଳ ମଧ୍ୟରେ ସେ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୫]

ଆଧାର ସମ୍ପାଦନା

  1. News, Shasak Prashasak (8 September 2018). "ନିଆରା ମଣିଷ ସୁରେଶଙ୍କୁ ସେବା ଗୌରବ ସମ୍ମାନ". Shasak Prashasak News - Odisha's No1. 24 x 7 Odia Newsportal (in ବ୍ରିଟିଶ୍‌ ଇଂରାଜୀ). Retrieved 19 December 2018. {{cite news}}: |last1= has generic name (help)
  2. "କଳିଙ୍ଗପ୍ରଭା ବାର୍ଷିକ ଉତ୍ସବ ପାଳିତ". ଓଡ଼ିଆ ପୁଅ. daily hunt. 30 May 2018. Retrieved 19 December 2018.
  3. "BJD candidate elected unopposed to RS". The Statesman. Retrieved 8 December 2015.
  4. "BJD candidate Narendra Kumar Swain elected unopposed to Rajya Sabha from Odisha". Economic Times. Retrieved 8 December 2015.
  5. "ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ". No. ସମାଜ ୦୮/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. pp. ୩. Archived from the original on 8 September 2020. Retrieved 8 September 2020.

ବାହାର ଆଧାର ସମ୍ପାଦନା