ନଅତୁଣ୍ଡୀ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ନଅତୁଣ୍ଡୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ[୨] ରଚିତ ଏକ ଓଡ଼ିଆ ଉପନ୍ୟାସ ।[୩]ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ୍ୟ ବିଷୟବସ୍ତୁକୁ ନେଇ ଉପନ୍ୟାସଟି ରଚିତ ।
ନଅତୁଣ୍ଡୀ | |
---|---|
ଲେଖକ | କୁନ୍ତଳା କୁମାରୀ ସାବତ[୧] |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ମୁକୁର ପ୍ରେସ, କଟକ |
ପ୍ରକାଶ ତାରିଖ | ୧୯୨୫ |
ପୃଷ୍ଠା | ୧୦୧ |
ଉପନ୍ୟାସର ମୁଖ୍ୟ ଚରିତ୍ର ରତନି ଓ ତା ମା' ଗେହ୍ଲୀ, ଉଭୟଙ୍କ ବ୍ୟକ୍ତିତ୍ୱ କଳିହୁଡ଼ି । ଗାଁର ଅନ୍ୟ ମହିଳାମାନଙ୍କ ସହ ସେମାନଙ୍କର କଳହ ଏକ ନିତିଦିନିଆ କଥା । ସେଠାର ଉଦାରଚିତ ଜମିଦାର କୃଷ୍ଣଚନ୍ଦ୍ର ଜଣେ ସମାଜ ସୁଧାରକ ବ୍ୟକ୍ତି । ରତନି ପ୍ରତି ଆକର୍ଷିତ ହୋଇ, କୃଷ୍ଣଚନ୍ଦ୍ର ତାକୁ ବିବାହ କରନ୍ତି । ବିବାହ ପରେ, ରତନି ଚରିତ୍ରରେ ପରିବର୍ତ୍ତନ ଆସେ । ସେ ନିଜେ ପାଠ ପଢେ ଓ ଗ୍ରାମର ଅନ୍ୟମହିଳାମାନଙ୍କୁ ଶିକ୍ଷିତ କରାଏ । କୃଷ୍ଣଚନ୍ଦ୍ର ଓ ତାଙ୍କର ଦୁଇପତ୍ନୀ ଉମା ଓ ରଜନୀ ଉଭୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦିଅନ୍ତି । ଉପନ୍ୟାସଟିର ଗମ୍ଭୀର ବିଷୟବସ୍ତୁ ରହିଥିଲେ ମଧ୍ୟ, ଲେଖିକା ସେଥିରେ ହାସ୍ୟ ଉପାଦାନମାନ ରଖିବାରେ ସଫଳ ହୋଇଛନ୍ତି ।[୪]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Janaki Ballabha Mohanty (1963). Ādhunika Oḍiā sāhitya. Granthamandira.
- ↑ Kuntaḷā Kumārī Sābata (1969). Utkaḷa Bhāratī Kuntaḷā Kumārī granthamāḷā. Kaṭaka shṭuḍeṇṭs shṭora.
- ↑ କୁନ୍ତଳା କୁମାରୀ ସାବତ. ନଅତୁଣ୍ଡୀ. ମୁକୁର ପ୍ରେସ, କଟକ (୧୯୪୦)
- ↑ "The Novels of Kuntala Kumari Sabat" (PDF). Orissa Review (April 2008): 12. Archived from the original (PDF) on 18 October 2020. Retrieved 25 February 2019.