ଦେବେନ୍ଦ୍ରନାଥ ଦାଶ

ଭାରତୀୟ ଓଡ଼ିଆ-ଭାଷୀ କବି ଓ ନାଟ୍ୟକାର

ଦେବେନ୍ଦ୍ରନାଥ ଦାଶ (୨ ଫେବୃଆରୀ ୧୯୪୬–୧୩ ଅକ୍ଟୋବର ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ନାଟ୍ୟକାର, ଗବେଷକ ଓ ପତ୍ରିକା ସମ୍ପାଦକ ଥିଲେ । ସେ ଶ୍ୱେତ ସଂକେତ ପତ୍ରିକାର ସମ୍ପାଦନା ପାଇଁ ବିଶେଷ ଜଣାଶୁଣା ।[]

ଦେବେନ୍ଦ୍ରନାଥ ଦାଶ
ଜନ୍ମ ଓ ଜନ୍ମସ୍ଥାନ୨ ଫେବୃଆରୀ ୧୯୪୬
ଯାଜପୁର
ମୃତ୍ୟୁ୧୩ ଅକ୍ଟୋବର ୨୦୨୪
ବୃତ୍ତିସମ୍ପାଦକ ଓ ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ଦେବେନ୍ଦ୍ରନାଥ ଦାଶ ୧୯୪୬ ଫେବୃଆରୀ ୨ରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ସେ ନାଟକ ଓ କବିତା ରଚନା କରୁଥିଲେ । ପାଖାପାଖି ୮ ବର୍ଷ ବୟସରେ ସେ ନନ୍ଦବଂଶ ଧ୍ୱଂସ ନାମକ ନାଟକରେ ଅଭିନୟ କରିଥିଲେ । ତା'ପରେ ନିଜ ବିଦ୍ୟାଳୟରେ ଅଭିନୀତ ଏକାଙ୍କିକା ରାଜା ହରିଶ୍ଚନ୍ଦ୍ରରେ ବିଶ୍ୱାମିତ୍ର ଭୂମିକାରେ ଅଭିନୟ କରିଥିଲେ । କ୍ରମେ ସେ ଜହ୍ନମାମୁଁ ପତ୍ରିକାରେ ପ୍ରକାଶିତ ଗଳ୍ପକୁ ନାଟ୍ୟରୂପ ଦେଇ ଗାଁରେ ସମବୟସ୍କ ସହପାଠୀଙ୍କୁ ଶିଖାଇବା ସହ କାଠ, ବାଉଁଶ ପୋତି ମଞ୍ଚ ତିଆରି କରି ଅଭିନୟର ଆୟୋଜନ କରୁଥିଲେ ।

ରଚନାବଳୀ

ସମ୍ପାଦନା

କବିତା ସଙ୍କଳନ

ସମ୍ପାଦନା
  • ଛନ୍ଦହୀନା
  • ମୁଁ ଘାଟ ଜଗିଛି
  • ସ୍ୱନକ୍ଷତ୍ର ୭୫
  • ଭାବ ବର୍ତ୍ତିକା
  • ବାର୍ତ୍ତାବହ
  • ଅଳକାନନ୍ଦା[]
  • ମାନସ ମନ୍ଥନ (କାବ୍ୟ)

ପ୍ରବନ୍ଧ

ସମ୍ପାଦନା
  • ଶୁଣିବା ହେଉ ସାଧୁଜନେ
  • କହିଲେ କହିବ କହିଲା

ଗଳ୍ପ/ଉପନ୍ୟାସ

ସମ୍ପାଦନା
  • ସଂକଳ୍ପ
  • ତିନିମୁଣ୍ଡିଆ ଉବାଚ
  • ସଞ୍ଜୁ (ଉପନ୍ୟାସ)
  • ଫୁଲଟିଏ କଥାଟିଏ (ଶିଶୁ ଗପ)

ଧର୍ମ ପୁସ୍ତକ

ସମ୍ପାଦନା
  • ଭାରତର ସାଧୁସନ୍ଥ
  • ଗୀତାତତ୍ତ୍ୱ
  • ରାମକଥା

ନାଟକ ଓ ଏକାଙ୍କିକା

ସମ୍ପାଦନା
  • ଉଡ଼ୁଛି କାଳ ଛଞ୍ଚାଣ (ସାମାଜିକ)[]
  • ତର୍ପଣ (ସାମାଜିକ)
  • ରାଜମାତା (ପୌରାଣିକ)
  • ଚାତୁବର୍ଣ୍ଣ (ଏକାଙ୍କିକା)
  • ପ୍ରେମାବତାର ସାଇ (ଏକାଙ୍କିକା)
  • ନିତ୍ୟ ବୃନ୍ଦାବନ (ଏକାଙ୍କିକା)
  • ଶରଣାପନ୍ନ (ଏକାଙ୍କିକା)
  • ତ୍ରିବେଣୀ (ଏକାଙ୍କିକା)
  • ପରୀକ୍ଷିତ (ପୌରାଣିକ)
  • ମାନବିକତାର ସାଗର ତୀରେ (ସାମାଜିକ)
  • ଭଜୁ କି ନା ରାମ ନାମରେ ଗୋବିନ୍ଦ (ଗୀତିନାଟ୍ୟ)
  • କରମାବାଈ (ଏକାଙ୍କିକା)
  • ନିର୍ଝରିଣୀ (ପାଲା)
  • ହାରିଗଲେ ହରିଦାସ (ସାମାଜିକ)
  1. https://samajaepaper.in/imageview_23_161020242334279_4_73_16-10-2024_9_i_1_sf.html
  2. ମହାନ୍ତି, ଅଶୋକ (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନନ୍ସ. pp. ୯୬.
  3. ଦାଶ, ଦେବେନ୍ଦ୍ରନାଥ (୨୦୧୭). ଉଡୁଛି କାଳ ଛଞ୍ଚାଣ. ଭୁବନେଶ୍ୱର: ଶ୍ୱେତସଂକେତ ସାରସ୍ୱତ ମଞ୍ଚ.