ଦେଉଳଝରି ଉଷ୍ଣପ୍ରସ୍ରବଣ

ଓଡ଼ିଶାର ଏକ ଗାଁ

ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଥିବା ଏକ ଉଷ୍ଣପ୍ରସ୍ରବଣ ।[] ଏଠାରେ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।[] ଏଠାରେ ପ୍ରାୟ ୮୪ଟି କୁଣ୍ଡ ଥିବାର ଜଣାଯାଏ କିନ୍ତୁ ସେସବୁ ଆଜି ଭଗ୍ନ ଅବସ୍ଥାରେ ରହିଛି । ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ ସୁନ୍ଦର ସ୍ଥାନ । ଏହା ମୁଖ୍ୟତ ଉଷ୍ମପ୍ରସବଣ ଏବଂ ବହୁ ପୁରାତନ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି | ମନ୍ଦିରର ଦକ୍ଷିଣ ପାର୍ଶରେ ଚିତ୍ରୋତ୍ପଳା ନଦୀ ବହିଯାଉଛି | ଉତ୍ତରରେ ସୁଉଚ୍ଚ ପଞ୍ଚଧାରା ପର୍ବତ | ପୂର୍ବରେ ଆଠମଲ୍ଲିକ ସହର ଓ ପଶ୍ଚିମରେ ଅଳ୍ପଦୂର ଗଲେ ମାଧପୁର ସହର ଦେଇ ମହାନଦୀ ବହିଯାଇଛି |

ଦେଉଳଝରି ଉଷ୍ଣପ୍ରସ୍ରବଣ
ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ସିଦ୍ଧେଶ୍ୱର ବାବା ମନ୍ଦିର, ଆଠମଲ୍ଲିକ
ଅବସ୍ଥାନଆଠମଲ୍ଲିକ, ଓଡ଼ିଶା, ଭାରତ
ପ୍ରକାରଘୋଡ଼ା ଲାଞ୍ଜ ପରି
ଉଚ୍ଚତା244 metres (801 ft)
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ

ଉଷ୍ମପ୍ରସ୍ରବଣ

ସମ୍ପାଦନା
 
ଉଷ୍ମ ଜଳ କୁଣ୍ଡ

ପୁରାତନ ତଥ୍ୟ ଅନୁଯାଯୀ ୮୪ଟି ଉଷ୍ମ ଜଳ ବିଶିଷ୍ଟ ମନିଷ୍ୟ କୃତ କୁଣ୍ଡ ଥିଲା | ମାତ୍ର ସମଯକ୍ରମେ କିଛି କୁଣ୍ଡ କିଆବଣ ଭିତରେ ଲୁଚି ଯାଇଥିବା ବେଳେ ଆଉ କିଛି ପୋତି ହୋଇ ଯାଇଛି | ବର୍ତ୍ତମାନ ୩୬ଟି କୁଣ୍ଡ ଦେଖାଯାଉଛି | କୁଣ୍ଡଗୁଡ଼ିକ ପଥର କାନ୍ଥ ଦିଆଯାଇଥିଲା | ଏବେ ସିମେଣ୍ଟ ଢଳେଇ ଦେଇ ପକ୍କା କରିଦିଆଯାଇଛି | ପ୍ରକୃତିର ଆଶ୍ଚର୍ଯ୍ୟାନିତ୍ୱ ଜିନିଷ ଏଠାରେ ଦେଖାଦେଇଛି | ପ୍ରାୟ ସମସ୍ତ ଜଳ କୁଣ୍ଡର ଉଷ୍ମତା ୪୦ ଡିଗ୍ରିରୁ ୬୨ ଡିଗ୍ରି ସେଲସିଅସ୍ ରହିଥାଏ |[] ପୂର୍ବରୁ ୧୩୪ ଡିଗ୍ରି ସେଲସିଅସ୍ ଉଷ୍ମତା ରହୁଥିଲା ବୋଲି କିମ୍ବଦନ୍ତୀ ଅଛି | କୁଣ୍ଡରୁ ପାଣି କାଢି ନେଲେ ମଧ୍ଯ ଅଳ୍ପ ସମୟ ମଧ୍ୟରେ କୁଣ୍ତରେ ପୂର୍ଣ୍ଣ ହୋଇଯାଏ | ପୁରାତନ ସମୟରୁ ପ୍ରତ୍ୟେକ କୁଣ୍ଡମାନଙ୍କର ଭିନ୍ନ ଭିନ୍ନ ନାମ ଦିଆଯାଇଛି | ଯଥା - ଅଗ୍ନି କୁଣ୍ଡ, ତପ୍ତ କୁଣ୍ଡ, ହିମ କୁଣ୍ଡ, ଅମୃତ କୁଣ୍ଡ, ଲବକୁଶ କୁଣ୍ଡ ଇତ୍ୟାଦି ଅନେକ ||[] ଏହି ଜଳ କୁଣ୍ଡରେ ତୀର୍ଥଯାତ୍ରୀମାନେ ଅରୁଆ ଚାଉଳ ପକାନ୍ତି , ଜଳର ଉଷ୍ମତା ପରୀକ୍ଷା କରିବା ପାଇଁ | କଏନ ଟଙ୍କା ମଧ୍ଯ ପକାଇଥାନ୍ତି | ସମସ୍ତଙ୍କର ବିଶ୍ୱାସ ଯେ, ଟଙ୍କା ପାକାଇଲେ ମନକାମନା ପୂର୍ଣ୍ଣ ହୁଏ | କେତୋଟି ସ୍ଥାନରେ ଥଣ୍ଡା ଜଳ କୁଣ୍ଡ ପାଖରେ ଉଷ୍ମ ଜଳ କୁଣ୍ଡ ଲାଗିକରି ରହୁଅଛି | ଏଭଳି ଘଟଣା ଅନେକଙ୍କୁ ବାରମ୍ବାର ତୀର୍ଥଯାତ୍ରା କରିବା ପାଇଁ ଆଗ୍ରହ ଜନ୍ମାଇଥାଏ |

ପୌରାଣିକ

ସମ୍ପାଦନା

ପୌରାଣିକ ମତାନୁସାରେ ଉକ୍ତ ସ୍ଥାନରେ ଏକଦା ଚୌରାଅଶୀଟି ଉଷ୍ଣ କୁଣ୍ଡ ଥିଲା । ପ୍ରତ୍ୟେକ କୁଣ୍ଡରେ ଅବଗାହନ କଲେ ଗୋଟିଏ ନର୍କରୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ । ସମ୍ପ୍ରତି ଅଧିକାଂଶ କୁଣ୍ଡ ପୋତି ହୋଇ ପଡିଥିବା ବେଳେ ମାତ୍ର ଚବିଶିଟି କୁଣ୍ଡର ସ୍ଥିତି ଜଣାପଡେ । ପ୍ରତ୍ୟେକ କୁଣ୍ଡର ନାମକରଣ ହୋଇଛି । ଉକ୍ତ କୁଣ୍ଡଗୁଡିକ ମଧ୍ୟରେ ଅଗ୍ନିକୁଣ୍ଡ, ରକ୍ତକୁଣ୍ଡ, ହିମକୁଣ୍ଡ ଓ ଘୃତକୁଣ୍ଡ ଇତ୍ୟାଦି ପ୍ରଧାନ । ମହେଶ୍ୱର, ମାହେଶ୍ୱରୀ ଓ କେଦାରେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ଦୁଇଟି ବିଶାଳ କୁଣ୍ଡ, ଭକ୍ତ ଓ ପର୍ଯ୍ୟଟକମାନଙ୍କ ସ୍ନାନକୁଣ୍ଡ ଭାବରେ ବ୍ୟବହୃତ ହୁଏ । ଏହି ଦୁଇଟି କୁଣ୍ଡ ମଧ୍ୟରୁ ଗୋଟିକର ଜଳ ଉଷ୍ଣ ହୋଇଥିବା ବେଳେ ଅନ୍ୟଟି ଶୀତଳ । ଶୀତ ଦିନରେ ଉଷ୍ଣ କୁଣ୍ଡରେ ଭକ୍ତ ଓ ପର୍ଯ୍ୟଟକମାନେ ସ୍ନାନ କରି ଆନନ୍ଦିତ ହୁଅନ୍ତି । ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ ।

ମନ୍ଦିର

ସମ୍ପାଦନା

୨୪ ଏକର ବିଶିଷ୍ଟ ସ୍ଥାନରେ ୬ଟି ମୁଖ୍ୟ ମନ୍ଦିର ଅଛି | ଅନ୍ଯ କେତେକ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ଯ ରହିଛି | ସମସ୍ତଙ୍କ ମଧ୍ଯରେ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ମୁଖ୍ୟ | ଅନ୍ଯ ମନ୍ଦିରମାନଙ୍କ ମଧ୍ଯରେ କେଦାରନାଥ ବାବା, ମା ମାହେଶ୍ୱରୀ ମନ୍ଦିର, ଶ୍ରୀ ମହେଶ୍ୱର ବାବା, ଶ୍ରୀ ଯୋଗେଶ୍ୱରୀ ମନ୍ଦିର ଏବଂ ଖମ୍ବେଶ୍ୱରୀ ମନ୍ଦିର ଅନ୍ଯତମ | ମନ୍ଦିରଗୁଡ଼ିକ ଉଚ୍ଚତା ଦୃଷ୍ଟିରୁ ବଡ଼ ହୋଇନଥିଲେ ବି କାରୁକାର୍ଯ୍ୟରେ ପରିପୂର୍ଣ୍ଣ | ମନ୍ଦିରଗୁଡ଼ିକ ସାମାନ୍ଯ ଦୁରତ୍ୱ ଛାଡି ଛାଡି ରହିଛି | ଦେବାଦେବୀଙ୍କୁ ପୂଜା କରିବା ପାଇଁ ଏକ ପୂଜକ ଗୋଷ୍ଠି ଅଛନ୍ତି । ସେମାନେ ଉଭୟଙ୍କ ମଧ୍ଯରେ ପାଳି କରି ପୂଜାର୍ଚ୍ଚନା କରିଥାନ୍ତି ଏବଂ ମନ୍ଦିରରୁ ରୋଜଗାର କରି ଜୀବନ ନିର୍ବାହ କରନ୍ତି |

ପୂଜା ପାର୍ବଣ

ସମ୍ପାଦନା

ଏଠାରେ ପ୍ରତିଦିନ ଜନସମାଗମ ଲାଗିରହିଥାଏ | ମୁଖ୍ୟ କେତେକ ତିଥିରେ ସ୍ୱତନ୍ତ୍ର ଉତ୍ସବ ପାଳନ ହୁଏ | ସେ ଦିନମାନଙ୍କରେ ବହୁ ସନ୍ଥ ଏବଂ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ଚଳଚଞ୍ଚଳ ହୋଇଉଠେ ସ୍ଥାନଟି | ସେ ତିଥିମାନଙ୍କ ମଧ୍ୟରେ ପଣା ସଂକ୍ରାନ୍ତି, ଶୀତଳଶଷ୍ଠୀ, କାର୍ତ୍ତିକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ଶ୍ରାବଣର ପ୍ରତ୍ଯେକ ସୋମବାର ଏବଂ ଶିବରାତ୍ରୀ ଅନ୍ୟତମ | ଏଠାରେ ଜଗନ୍ନାଥ ପଞ୍ଜିକା ଅନୁସାରେ ମନ୍ଦିର ପରିଚାଳନା କରାଯାଏ |

ଇତିହାସ ଓ କିମ୍ବଦନ୍ତୀ

ସମ୍ପାଦନା

ଇତିହାସ କହେ ବର୍ତ୍ତମାନ ଯେଉ ମନ୍ଦିର ଅଛି ତାହା ୧୯୩୬ ମସିହା କଦମ୍ବ ରାଜ ବଂଶର ରାଜା କିଶୋର ଚନ୍ଦ୍ର ଦେଓ ତିଆରି କରିଥିଲେ |[] ପ୍ରାଚୀନକାଳରେ ଆଠମଲ୍ଲିକ ରାଜାଙ୍କଦ୍ୱାରା ମନ୍ଦିରଟି ତିଆରି କରାଯାଇଥିଲା | ରାଜା ଏଇ ଉଷ୍ଣପ୍ରସ୍ରବଣ ଗୁଡିକର ଝରକୁ ସବୁଦିନ ପାଇଁ ବଞ୍ଚେଇ ରଖିବାକୁ ବନ୍ଧ ପକାଇ ରଖିଥିଲେ । ପରେ ଉକ୍ତ ଝରକୁ ଚୂନ ଓ ସିମେଣ୍ଟ କୁଣ୍ଡ ତିଆରି କରି ଏହି ଉଷ୍ଣପ୍ରସ୍ରବଣର ପାଣିକୁ ମହଜୁଦ ରଖିବାର ବ୍ୟବସ୍ଥା କରାଯାଇଥିଲା । ପରେ ଏହାକୁ ସିମେଣ୍ଟ ବାଲିରେ ଯୋଡେଇ କରି ବିକ୍ଷିପ୍ତ ଭାବରେ ବହିଯାଉଥିବା ପାଣିକୁ ଅଟକା ଯାଇପାରିଥିଲା ।[] ପରେ ଅନ୍ୟ ପାର୍ଶ୍ୱ ମନ୍ଦିର କେତେକ ଶୈବ ଭକ୍ତଙ୍କଦ୍ୱାରା ତିଆରି ହୋଇଛି |


କିମ୍ବଦନ୍ତୀ ଅଛି ସ୍ଥାନଟି ତ୍ରେତେୟା ଯୁଗରୁ ଜଣାଶୁଣା | ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଦେବୀ ଏବଂ ସାନ ଭାଇ ଲକ୍ଷ୍ମଣ ୧୪ ବର୍ଷ ବନବାସ ସମୟରେ ଏହି ସ୍ଥାନରେ ଭଗବାନ ଶିବଙ୍କର ପୂଜା କରିଥିଲେ | କେତେକଙ୍କ ମତରେ ମଧ୍ୟ ସ୍ଥାନଟିକୁ ଜଗତରନାଥ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଛି କିନ୍ତୁ କେବେ ଓ କେମିତି ଏଠାରେ ପୂଜା ଆରମ୍ବ ହେଲା ତାହା ଏବେବି ଗବେଷଣାର ବିଷୟ |

ଅନ୍ଯାନ୍ୟ

ସମ୍ପାଦନା

ଡାକ୍ତରୀ ବିଜ୍ଞାନ ମତରେ ସ୍ଥାନଟି ଖୁବ ଭଲ | ଖୁବ ଶାନ୍ତ ପରିବେଶ ଯାହା ଅନେକଙ୍କ ମାନସିକ ରୋଗକୁ ଭଲ କରିଦେଇପାରେ | ଏହା ସହିତ ଉଷ୍ମ ଜଳ ଅନେକଙ୍କ ଚର୍ମ ରୋଗ ଭଲ କରିଦିଏ | ସ୍ଥାନଟି ବୃକ୍ଷଲତା ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ନାହିଁ ତେଣୁ ଏହାର କାରଣ ଜାଣିବା ପାଇଁ ଅନେକ ଗବେଷଣା କରିବା ପାଇଁ ଏଠାକୁ ଆସିଥାନ୍ତି | ସ୍ଥାନଟି ବର୍ଷାଦିନେ ଜଳ ଭର୍ତ୍ତୀ ଥାଏ | ପରେ ବର୍ଷସାରା ସନ୍ତସନ୍ତିଆ ରହିଥାଏ | ଫଳରେ କିଆବଣ ଭିତରେ ଅନେକ ପ୍ରକାରର ସରୀସୃପ ବାସକରନ୍ତି | ବେଶେଷକରି କିଆ ଫୁଲ ଫୁଟିଲା ସମୟରେ ତାର ବାସ୍ନା ପାଇଁ ଅନେକ ଜୀବ ସ୍ଥାନଟିରେ ଦେଖାଯାଆନ୍ତି |

କେମିତି ଯିବେ

ସମ୍ପାଦନା

ଭୁବନେଶ୍ୱର ସହରଠାରୁ ଟ୍ରେନ କିମ୍ବା ବସ ଯୋଗେ ଅନୁଗୁଳ ଜିଲ୍ଲାର ବଇଣ୍ଡାରେ ପହଞ୍ଚି ସେଠାରୁ ଆଠମଲ୍ଲିକକୁ ବସ କିମ୍ବା ଅଟୋ ଯୋଗେ ଯାଇହେବ | ଅନୁଗୁଳଠାରୁ ମନ୍ଦିରକୁ ୯୦ କିଲୋମିଟର | ଆଠମଲ୍ଲିକରୁ ମନ୍ଦିରକୁ ୬ କିଲୋମିଟର ଦୁରତ୍ୱ |[]

ଫଟୋ ସମୂହ

ସମ୍ପାଦନା
  1. "indiantravelguide.com". Archived from the original on 2016-03-05. Retrieved 2011-12-02.
  2. "Orissa's Hot Water Springs | Odia Express". odiaexpress.in. 2012. Archived from the original on 15 April 2012. Retrieved 15 May 2012. The hot water from the spring is collected in 36 manmade ponds that circumscribe a Shiva temple.
  3. ୩.୦ ୩.୧ "DEULAJHARI, ATHAMALLICK". ଓଡ଼ିଶା ପର୍ଯ୍ୟଟନ ପୋର୍ଟାଲ. Retrieved 18 November 2013.
  4. "DEULAJHARI, ATHAMALLICK". ଓଡ଼ିଶା ପର୍ଯ୍ୟଟନ ବିଭାଗ. Retrieved 18 November 2013.
  5. ୧୬।୩।୨୦୧୮, ପୃଷ୍ଠା-୧୪, ସଂଚାର
  6. "Deulajhari". ଓଡ଼ିଶା ପର୍ଯ୍ୟଟନ. Retrieved 18 November 2013.[permanent dead link]

ବାହାର ଆଧାର

ସମ୍ପାଦନା
  1. odisha360.com