ଦୁର୍ଗାମାଧବ ମିଶ୍ର

ଭାରତୀୟ ପୁଲିସ ସେବା ଅଧିକାରୀ, ସାହିତ୍ୟିକ

ଦୁର୍ଗାମାଧବ ମିଶ୍ର(୧୯୨୯ - ୩ ଫେବୃଆରୀ ୧୯୯୭), ୧୯୫୨ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ(ସି.ଆଇ.ଏସ.ଏଫ)ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ପ୍ରଥମ ଓଡ଼ିଆ[୧] ସେ ଜଣେ ଓଡ଼ିଆ ସାହିତ୍ୟିକ ଭାବରେ ମଧ୍ୟ ପରିଚିତ । ତାଙ୍କ ଗଳ୍ପ ସଂକଳନ "ନିଷାଦର ନିଃଶବ୍ଦ ବାରଣ" ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୨]

ଦୁର୍ଗାମାଧବ ମିଶ୍ର
ଜନ୍ମ୧୯୨୯
ମୃତ୍ୟୁ୩ ଫେବୃଆରୀ ୧୯୯୭(୧୯୯୭-୦୨-୦୩)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ
କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ
ପ୍ରସିଦ୍ଧିକେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳର ମହାନିର୍ଦ୍ଦେଶକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦୁର୍ଗାମାଧବ, ୧୯୨୯ ମସିହାରେ ନୟାଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଶୈଶବ କଟିଥିଲା କଟକରେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ସମାଜରେ ଜଣେ ସହ ସମ୍ପାଦକ ଭାବରେ ସେ କାର୍ଯ୍ୟ କରୁଥିବା ସମୟରେ, ଭାରତୀୟ ପୁଲିସ ସେବା ଅଧିକାରୀ ଭାବରେ ତାଙ୍କର ଚୟନ ହୋଇଥିଲା । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିଥିଲେ । ସି.ଆଇ.ଏସ.ଏଫର ମହାନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୧୯୯୭ ମସିହା ଫେବୃଆରି ୩ତାରିଖରେ ଦୁର୍ଗାମାଧବ ମିଶ୍ରଙ୍କର ମହାପ୍ରୟାଣ ଘଟିଥିଲା । [୩]

ସାହିତ୍ୟ ସର୍ଜନା ସମ୍ପାଦନା

ସାହିତ୍ୟ ଥିଲା, ଦୁର୍ଗାମାଧବଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ସେ ଏକାଧାରରେ ଜଣେ ସମ୍ପାଦକ, କବି, ଗାଳ୍ପିକ ଓ ଅନୁବାଦକ ଥିଲେ । ବିଭିନ୍ନ ପତ୍ର ପତ୍ରିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨ (ନିଷାଦର ନିଃଶବ୍ଦ ବାରଣ ପାଇଁ)[୭]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୮]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର ସମ୍ପାଦନା

  1. Tryst with Law Enforcement and Human Rights: Four Decades in Indian Police. APH Publishing. 2002. pp. 225–. ISBN 978-81-7648-340-7.
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
  3. "ସିଆଇଏସଏଫର ପ୍ରଥମ ଓଡ଼ିଆ ମୁଖ୍ୟ". ସମ୍ବାଦ ୦୩/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 3 February 2016.[permanent dead link]
  4. Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.
  5. "ଆର୍କାଇଭ୍ କପି". Archived from the original on 2017-03-15. Retrieved 2016-02-03. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି" (PDF). Archived from the original (PDF) on 2016-04-28. Retrieved 2016-02-03. {{cite web}}: Cite has empty unknown parameter: |1= (help)
  7. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)