ଦୁର୍ଗାପ୍ରସାଦ ପଟ୍ଟନାୟକ

ଦୁର୍ଗା ପ୍ରସାଦ ପଟ୍ଟନାୟକ (୧୮ ମାର୍ଚ୍ଚ ୧୯୧୮ - ୨୦୦୨) ଜଣେ ଚିତ୍ରଶିଳ୍ପୀ, ଲେଖକ ଓ ଶିଶୁ ସାହିତ୍ୟିକ ଥିଲେ । ସେ ଭୂଇଁ ତଳେ ତଳେ ପୁସ୍ତକ ପାଇଁ ୧୯୮୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[]

ଦୁର୍ଗା ପ୍ରସାଦ ପଟ୍ଟନାୟକ
ଜନ୍ମ୧୮ ମାର୍ଚ୍ଚ ୧୯୧୮(୧୯୧୮-୦୩-୧୮)
ପଣସିଆପଡ଼ା, ଖୋର୍ଦ୍ଧା
ମୃତ୍ୟୁ୨୦୦୨
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଭୂଇଁ ତଳେ ତଳେ
ପିତାମାତା(s)ପଦ୍ମଚରଣ ପଟ୍ଟନାୟକ (ବାପା), ଇଚ୍ଛାମୟୀ ଦେବୀ (ମାତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଦୁର୍ଗା ପ୍ରସାଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଆର୍ଟ ଏଣ୍ଡ ଆର୍କିଟେକ୍ଚରରେ ସ୍ନାତକୋତ୍ତର, ପିଏଚ୍ ଡି ଏବଂ ଚିତ୍ରକଳାରେ କଲିକତାରୁ ଡିପ୍ଲୋମା ଉପାଧି ପ୍ରାପ୍ତ ହୋଇଥିଲେ । ତାଙ୍କ କଳାକୃତିମାନ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭାରତୀୟ ରେଳବାଇ, ଅଲ୍ ଇଣ୍ଡିଆ ପ୍ରେସ୍ କନଫରେନ୍ସ ଆଦି ଅନୁଷ୍ଠାନମାନଙ୍କରେ ଏବଂ ଭୁବନେଶ୍ୱର, ବାରାଣସୀ, ଡେରାଡ଼ୁନ, ଦିଲ୍ଲୀ, ଲକ୍ଷ୍ନୌ, ରାଉରକେଲା, କଲିକତା, ମହୀଶୁର ଆଦି ସ୍ଥାନମାନଙ୍କରେ ପ୍ରଦର୍ଶିତ ହୋଇଥିଲା । ସେ ଓଡ଼ିଶାର ଲୋକକଳା ଓ ତାଳପତ୍ର ଚିତ୍ରଣ ଆଦି କଳାରେ ଗବେଷଣା କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କଳା ଓ ଇତିହାସ ବିଭଗରେ ଅଧ୍ୟାପନା କରି ଅବସର ନେଇଥିଲେ । ଚିତ୍ରକଳା ପାଇଁ ସେ ଭାରତ ସରକାରଙ୍କ ଠାରୁ ୯ ଥର, ଓଡ଼ିଶା ସରକାରଙ୍କ ଠାରୁ ୫ ଥର ଓ ୟୁନେସ୍କୋ ତରଫରୁ ପୁରସ୍କୃତ ହୋଇଥିଲେ ।[]

ସାହିତ୍ୟ ସର୍ଜନା

ସମ୍ପାଦନା

ଦୁର୍ଗା ପ୍ରସାଦ ଓଡ଼ିଆ ଶିଶୁ ସାହିତ୍ୟର ଜଣେ ଅଗ୍ରଣୀ ସ୍ରଷ୍ଟା ଥିଲେ । ସେ ସର୍ବ ଭାରତୀୟ ଶିଶୁ ସାହିତ୍ୟ ସମିତିର ସଭାପତି ଥିଲେ । ଶିଶୁ ସାହିତ୍ୟ ପାଇଁ ସେ ୧୫/୧୬ ଥର ପୁରସ୍କୃତ ହୋଇଥିଲେ । ଶିଶୁମାନଙ୍କ ପାଇଁ କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଆଦି ସରଳ ଭାଷାରେ ଲେଖିଯାଇଛନ୍ତି ।

ରଚନାବଳୀ

ସମ୍ପାଦନା

ଶିଶୁ ଗଳ୍ପ

ସମ୍ପାଦନା
  • ନଈ ବହିଲା
  • ଟୁଆଁଟୁଇଁଙ୍କ ଚାଷ
  • ତପନର ସପନ ୧୯୬୩
  • ଭୂଆଁଟିଏ ୧୯୭୭
  • ଗୋଟିଏ ଥିଲା ପିଲା
  • ସତ୍ୟରେ ସାତ ପାପୀ
  • ମୁଁ ଯାଉଛି ଲଢ଼ିବି
  • ଭୂଇଁ ତଳେ ତଳେ
  • ଟୁଆଁଟୁଇଁଙ୍କ ଘର ୧୯୬୦
  • ତାଙ୍କ ନୂଆ ଘର

ଶିଶୁ କବିତା

ସମ୍ପାଦନା
  • ବାଘର ଚିଠି
  • ସିଂହର ଘର
  • ଖରା ବର୍ଷା ଗୀତ
  • ଦଶଟି କଥା ଗୀତରେ
  • ଦେଖରେ ପିଲେ ବାଘ

ଶିଶୁ ନାଟକ

ସମ୍ପାଦନା
  • ଅଙ୍କୁର
  • ଅଛୁଆଁ
  • ମାଷ୍ଟ୍ରେ
  • ବୈତରଣୀ ମେସ୍

ଶିଶୁ ପ୍ରବନ୍ଧ

ସମ୍ପାଦନା
  • କଳିଯୁଗ ଭେଣ୍ଡା
  • ନାରଦ କହିଲେ
  • ଗଙ୍ଗା
  • ଯୁଗ ଯୁଗର କଳା

ଇଂରାଜୀ

ସମ୍ପାଦନା
  • Bimbadhar Varma ୧୯୯୩[]
  • Palmleaf Etchings of Orissa ୧୯୮୯

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ୧୯୫୯ - ଭାରତ ସରକାର ଆୟୋଜିତ ଶିଶୁ ସାହିତ୍ୟ ପ୍ରତିଯୋଗିତାରେ ପୁରସ୍କୃତ ଟୁଆଁ ଟୁଇଁଙ୍କ ଘର ପାଇଁ[]
  • ୧୯୬୦ - ଭାରତ ସରକାର ଆୟୋଜିତ ଶିଶୁ ସାହିତ୍ୟ ପ୍ରତିଯୋଗିତାରେ ପୁରସ୍କୃତ ତାଙ୍କ ନୂଆ ଘର ପାଇଁ
  • ୧୯୮୮ - ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଭୂଇଁ ତଳେ ତଳେ ପାଇଁ[]
  • ଅଖିଳ ଭାରତ ସଂସ୍କୃତ ମହାସଭା ତରଫରୁ କଳା ଚୂଡ଼ାମଣି ଉପାଧି
  • ୧୯୭୨ - ଲଳିତ କଳା ଏକାଡ଼େମୀ ପୁରସ୍କାର[][]
  1. http://odishasahityaakademi.org/English/sahitya-award5.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୮୧-୮୨. ISBN 81-903352-2-7.
  3. https://books.google.co.in/books/about/B_Varma.html?id=PvnVAAAAMAAJ&redir_esc=y
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୮୬, ୮୨୧-୨୨. ISBN 81-7400-331-2.
  5. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଏକାଡ଼େମୀ. pp. ୧୨୬. ISBN 81-7586-097-9.
  6. chrome-extension://efaidnbmnnnibpcajpcglclefindmkaj/https://gcacodisha.nic.in/wp-content/uploads/2022/02/vista-brochure.pdf
  7. http://odishalalitkalaakademi.org/Pages/awards/