[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦୁଗଲ
ଗାଆଁ
Country India
Stateଓଡ଼ିଶା
Districtପୁରୀ
Population
 • Total୧୩୦୦
Languages
Time zoneUTC+5:30 (IST)
PIN
୭୫xxx
Telephone code୦୬୭୫୨
ଯାନବାହାନ ପଞ୍ଚୀକରଣOR/13

ଦୁଗଲ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ପଞ୍ଚାୟତରେ ଥିବା ଏକ ଗାଆଁ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଭୁବନେଶ୍ୱରରୁ ପୁରୀ ଗଲା ବାଟରେ ସାକ୍ଷୀଗୋପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ବାମ ପଟେ ଗଲା ପରେ ୮ କିଲୋମିଟର ଦୂରରେ ଧାନ କ୍ଷେତ, ଆମ୍ବ ଗଛ, ନଡିଆ ଗଛ ତଥା ସବୁଜ ବନାନୀରେ ଭରପୁର ଗ୍ରାମଟିଏ ଦୁଗଲ ଗ୍ରାମ । ଏହି ଗ୍ରାମ ଦେଇ ଭାର୍ଗବୀ ନଦୀ ଯାଇଅଛି । ଜାତି ଅନୁସାରେ ଲୋକେ ଏଠାରେ ସାହି କରି ରହୁଛନ୍ତି ପରସ୍ପର ସୌହାର୍ଦ୍ୟପୁର୍ଣ ବାତାବରଣରେ।

 
ଦୁଗଲରେ ବହିଥିବା ଭାର୍ଗବୀ ନଦୀ

ପର୍ବ ପର୍ବାଣି ସମ୍ପାଦନା

 
ବୁଧନାଥ ମନ୍ଦିର

ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ସବୁଠାରୁ ମୁଖ୍ୟ ପର୍ବ ହେଉଛି ମହଶିବରାତ୍ରି । ଏହି ଗାଁ ଦୁଗଲର ଆରାଧ୍ୟ ଦେବତାଙ୍କ ନାମ “ବୁଧନାଥ” ଶିବଶଙ୍କର । ବୁଧନାଥଙ୍କ ବିଶେଷତ୍ୱ ହେଉଛି କି ସ୍ୱୟଂ ଭଗବାନ ପାଣି ଭିତରେ ପୂଜା ପାଆନ୍ତି ଏବଂ ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ନେଲା ଭଳିଆ ପାଣି ଉପରେ ଭୁଡ଼କି ବାହାରେ । ଏହା ହିଁ ସ୍ଥାନୀୟ ଲୋକମାନଙ୍କ ଆସ୍ଥାର କାରଣ ପାଲଟିଛି । ଶିବରାତ୍ରିର ଏକ ମାସ ପରେ ସାଗରସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ ଯେଉଁଥିରେ ଆରାଧ୍ୟ ଦେବତା ଶିବଙ୍କ ସହ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗଙ୍ଗା ନାରାୟଣପୁରର ଆରାଧ୍ୟା ଦେବୀ ପାର୍ବତୀଙ୍କ ସହ ଭାର୍ଗବୀ ନଦୀ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ବିବାହ ପୂର୍ବରୁ ଶିବଙ୍କ ବରଯାତ୍ରୀ ଦୋଳ ସାହାଯ୍ୟରେ ସମଗ୍ର ଗ୍ରାମ ପରିକ୍ରମା କରେ ।

 
ବୁଧନାଥ ମନ୍ଦିରରେ ଶିବଙ୍କ ବରଯାତ୍ରୀ
ସାଗରସ୍ନାନ ପର୍ବରେ ଶିବଙ୍କ ବରଯାତ୍ରୀର ଚଳଚ୍ଚିତ୍ର

ଜୀବନ ଜୀବିକା ସମ୍ପାଦନା

ଏହି ଗ୍ରାମର ବ୍ରାହ୍ମଣମାନେ ପୂଜାପାଠ ସହ ଶିକ୍ଷାଦାନ କରନ୍ତି ଏବଂ ଚଷାମାନେ ଚାଷ କରନ୍ତି । ଅନ୍ୟ ସବୁ ଜାତି ନିଜ ନିଜ ଜୀବିକାକୁ ଉପଭୋଗ କରନ୍ତି, ଯାହାଫଳରେ ଏଠାରେ କେହି ବେକାର ନୁହନ୍ତି । ଆଧୁନିକ ସମୟରେ ଏଠାକାର ଲୋକେ ସହର ଯାଇ ଅନ୍ୟ ଜୀବିକା ତଥା ଶିକ୍ଷା ଗ୍ରହଣରେ ବ୍ୟସ୍ତ ଅଛନ୍ତି ।

ସୁବିଧା ସୁଯୋଗ ସମ୍ପାଦନା

ଭାର୍ଗବୀ ନଦୀ ଏହି ଗ୍ରାମର ଜୀବନ ରେଖା । ଏହାକୁ ନିର୍ଭର କରି ଲୋକେ ଚାଷବାସ କରନ୍ତି । ଆମ୍ବ, ପଣସ, ନଡିଆ, ଖଜୁରି ଇତ୍ୟାଦି ଫଳ ମୂଳ ଚାଷ ହେବା ସହ ଧାନ, ମୁଗ, ବିରି ଇତ୍ୟାଦି ଚାଷ ହୁଏ । ଏହିଗ୍ରାମକୁ ବିଜୁଳି ସୁବିଧା ସରକାର ଯୋଗାଇ ଦେଇଛନ୍ତି ତଥା ଯିବାଆସିବା ପାଇଁ ପିଚୁ ରାସ୍ତା ମଧ୍ୟ ଅଛି । ଗ୍ରାମର ସଡ଼କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହାୟତାରେ ସିମେଣ୍ଟରେ ତିଆରି ହୋଇଛି । ଗ୍ରାମର ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଅଛି।

ଆଧାର ସମ୍ପାଦନା