ଦୀନବନ୍ଧୁ ବେହେରା

ଓଡ଼ିଆ ରାଜନୀତିଜ୍ଞ

ଦୀନବନ୍ଧୁ ବେହେରା (୪ ମାର୍ଚ୍ଚ ୧୯୦୬ - ୨୮ ଅଗଷ୍ଟ ୧୯୭୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ଘୁମୁସର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରୁସେଲକୋଣ୍ଡା ଓ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଦୀନବନ୍ଧୁ ବେହେରା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀମାଗୁଣି ଚରଣ ପ୍ରଧାନ
ପର ଅଧିକାରୀସୋମନାଥ ରଥ
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀରୁସେଲକୋଣ୍ଡା
ବିଧାୟକ: ସ୍ୱାଧୀନତା ପୂର୍ବର ଦ୍ୱିତୀୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଘୁମୁସର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1906-03-04)୪ ମାର୍ଚ୍ଚ ୧୯୦୬
ମୃତ୍ୟୁ୨୮ ଅଗଷ୍ଟ ୧୯୭୮(1978-08-28) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକିରଣମୟୀ ଦେବୀ
ବାପା/ବୋଉରଘୁନାଥ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନ କରନ୍ତୁ

ଦୀନବନ୍ଧୁ ୧୯୦୬ ମସିହାର ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ବେହେରା ଓ ପତ୍ନୀଙ୍କ ନାମ କିରଣମୟୀ ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ଦୀନବନ୍ଧୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା ଘୁମୁସର କଂଗ୍ରେସ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ରୁସେଲକୋଣ୍ଡା ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଭଞ୍ଜନଗର ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନ କରନ୍ତୁ

ଦୀନବନ୍ଧୁ ୧୯୭୮ ମସିହାର ଅଗଷ୍ଟ ୨୮ ତାରିଖରେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Shri Dinabandhu Behera". odishaassembly.nic.in. Odisha Assembly. Retrieved 5 February 2021.